ସମର୍ଥକଙ୍କ ଚାଳ ଘରେ ରାତି ବିତାଇଲେ ବୈଜୟନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗରିବଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବାସଗୃହ ନିର୍ମାଣ ଯୋଜନାରେ ଦୁର୍ନୀତି ଓ ସ୍ୱାସ୍ଥ୍ୟ ସେବା ଯୋଜନାକୁ କାର୍ଯ୍ୟକାରୀ ନିମନ୍ତେ ରାଜ୍ୟ ସରକାର ମନା କରିବା ପ୍ରସଙ୍ଗରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କ୍ଷୋଭ ବ୍ୟକ୍ତ କରିଛନ୍ତି। ଏହା ସହିତ ଓଡ଼ିଶାର ଗାଁ ଗହଳିରେ ସାଧାରଣ ଲୋକେ ବିପର୍ଯ୍ୟସ୍ତ ଅବସ୍ଥାରେ ରହୁଥିବାରୁ ଶ୍ରୀ ପଣ୍ଡା ଗତକାଲି ତାଙ୍କର ଜଣେ ଗରିବ ସମର୍ଥକଙ୍କ ଘରେ ରାତି ବିତାଇଛନ୍ତି। ଏସବୁର ଫଟୋକୁ […]

baijayant

baijayant

Manoranjan Sial
  • Published: Wednesday, 16 October 2019
  • Updated: 16 October 2019, 05:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗରିବଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବାସଗୃହ ନିର୍ମାଣ ଯୋଜନାରେ ଦୁର୍ନୀତି ଓ ସ୍ୱାସ୍ଥ୍ୟ ସେବା ଯୋଜନାକୁ କାର୍ଯ୍ୟକାରୀ ନିମନ୍ତେ ରାଜ୍ୟ ସରକାର ମନା କରିବା ପ୍ରସଙ୍ଗରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କ୍ଷୋଭ ବ୍ୟକ୍ତ କରିଛନ୍ତି। ଏହା ସହିତ ଓଡ଼ିଶାର ଗାଁ ଗହଳିରେ ସାଧାରଣ ଲୋକେ ବିପର୍ଯ୍ୟସ୍ତ ଅବସ୍ଥାରେ ରହୁଥିବାରୁ ଶ୍ରୀ ପଣ୍ଡା ଗତକାଲି ତାଙ୍କର ଜଣେ ଗରିବ ସମର୍ଥକଙ୍କ ଘରେ ରାତି ବିତାଇଛନ୍ତି। ଏସବୁର ଫଟୋକୁ ଶ୍ରୀ ପଣ୍ଡା ନିଜର ସୋଶାଲ ମିଡିଆରେ ପୋଷ୍ଟ୍ କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଗାନ୍ଧୀ ସଂକଳ୍ପ ପଦଯାତ୍ରାରେ ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ଓ ଆଳି ଅଞ୍ଚଳରେ ନିଜର ହଜାର ହଜାର ସମର୍ଥକଙ୍କ ସହ ବିଜେପି ନେତା ଶ୍ରୀ ପଣ୍ଡା ଗାଁକୁ ଗାଁ ବୁଲି ଲୋକଙ୍କୁ ସ୍ୱଚ୍ଛ ଓ ପ୍ଲାଷ୍ଟିକମୁକ୍ତ ଭାରତ ଗଠନ ସମ୍ପର୍କରେ ବୁଝାଇଥିଲେ। ଏହା ସହିତ କେତେକ ସ୍ଥାନରେ ନିଜ ସମର୍ଥକଙ୍କ ସହ ମିଶି ମଧ୍ୟ ଅଳିଆ ଆବର୍ଜନା ସଫା କରିଦେଇଥିଲେ। ଏହାପରେ ଶ୍ରୀ ପଣ୍ଡା ଚରପଡ଼ାଠାରେ ନିଜର ଜଣେ ଗରିବ ସମର୍ଥକଙ୍କ ଚାଳ ଓ ମାଟି ଘରେ ଭୋଜନ କରିବା ସହ ରାତ୍ରିଯାପନ କରିଥିଲେ। ଗାଁ ଗହଳିରେ ବିକାଶର ଏହି ବିକଟାଳ ଚିତ୍ରକୁ ଦେଖି ଶ୍ରୀ ପଣ୍ଡା ଉଦବେଗ ପ୍ରକାଶ କରିବା ସହ ସୋଶାଲ ମିଡିଆ ମାଧ୍ୟମରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିବାକୁ ପଛାଇ ନାହାନ୍ତି। କେନ୍ଦ୍ର ସରକାର ପାଣ୍ଠି ଦେଉଥିଲେ ମଧ୍ୟ ରାଜ୍ୟରେ ଗରିବ ଲୋକଙ୍କୁ ପକ୍କାଘର ମିଳିପାରୁନି। ଗରିବଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଗୃହନିର୍ମାଣ ଯୋଜନାରେ ଦୁର୍ନୀତି ଚାଲିଛି ।

ସେହିପରି କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନାକୁ ଲାଗୁ କରିବାକୁ ରାଜ୍ୟ ସରକାର ମନା କରିଥିବା ଯୋଗୁ ତା’ର ପରିଣାମ ରାଜ୍ୟବାସୀଙ୍କୁ ଭୋଗିବାକୁ ପଡ଼ୁଛି ବୋଲି ଶ୍ରୀ ପଣ୍ଡା କ୍ଷୋଭର ସହ କହିଛନ୍ତି। ଏହା ଓଡ଼ିଶା ପାଇଁ ଭୟଙ୍କର ବିପର୍ଯ୍ୟୟ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଗାନ୍ଧି ଜୟନ୍ତୀରୁ ବିଜେପି ନେତାମାନେ‘ଗାନ୍ଧି ସଂକଳ୍ପ ଯାତ୍ରା’ ମାଧ୍ୟମରେ ଗାଁ ଗହଳିକୁ ଯାଇ ସ୍ୱଚ୍ଛ ଓ ପ୍ଲାଷ୍ଟିମୁକ୍ତ ଭାରତ ଗଠନ ପାଇଁ ସାଧାରଣ ଲୋକଙ୍କୁ ପ୍ରୋତ୍ସାହିତ କରୁଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story