ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ସୁନା ଜବତ, ଜଣେ ବ୍ୟବସାୟୀ ଅଟକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିମାନବନ୍ଦରରେ ଚୋରା ଚାଲାଣ ବେଳେ ପୁଣି ଥରେ ସୁନା ଜବତ ହୋଇଛି। ଏଥର ସୁନାକୁ ପଂଜାବୀ କଡ଼ାରେ ପରିଣତ କରି ଚୋରାରେ ଅଣାଯାଉଥିଲା। ୧୮୦ ଗ୍ରାମ ଏହି ସୁନାର ମୂଲ୍ୟ ୫ ଲକ୍ଷ ୬୬ ହଜାରରୁ ଅଧିକ ହେବ। ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କଙ୍କରୁ ଜଣେ ବ୍ୟବସାୟୀ ସାର୍ଟ ତଳେ ଏହି ସୁନା ଲୁଚାଇ ଆଣୁଥିବା ବେଳେ କଷ୍ଟମ ଅଧିକାରୀମାନେ ଧରିଥିଲେ। ବ୍ୟବସାୟୀ ଜଣଙ୍କୁ ପୋଲିସ ଅଟକ ରଖଇ ଏବେ ପଚରାଉଚରା କରୁଛି।

ଭୁବନେଶ୍ୱର ଏୟାରପୋର୍ଟ ଦେଇ ଏପରି ବାରମ୍ବାର ସୁନାର ଚୋରା ଚାଲାଣ ହେଉଛି। ସ୍ମଗଲର ଧରାପଡୁଛନ୍ତି, ହେଳେ ସ୍ମଗଲିଂ କମୁନାହିଁ। ୪ ମାସ ଭିତରେ ୧ କୋଟି ୩୦ ଲକ୍ଷରୁ ଅଧିକ ଟଙ୍କାର ଚୋରା ସୁନା ଜବତ କରାଯାଇଛି। ଗତ ଏକ ସପ୍ତାହ ଭିତରେ ୪ ଥର ସୁନା ସ୍ମଗଲର ଧରାପଡ଼ିଲେଣି। କେତେବେଳେ ମଳଦ୍ୱାରରେ, କେତେବେଳେ ବୋତାମରେ ତ ଆଉ କେତେବେଳେ ସୁନା ଉପରେ ରୂପାର କୋଟିଂ ଦେଇ ସୁନା ତସ୍କରି କରାଯାଉଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭୁବନେଶ୍ୱର ବିମାନବନ୍ଦରରେ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବା ପରଠାରୁ ଏହି ଚୋରା ଚାଲାଣ ବଢ଼ି ଚାଲିଛି।

Ordigital Desk
• Published: Sunday, 01 April 2018
• Updated: 01 April 2018, 05:50 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିମାନବନ୍ଦରରେ ଚୋରା ଚାଲାଣ ବେଳେ ପୁଣି ଥରେ ସୁନା ଜବତ ହୋଇଛି। ଏଥର ସୁନାକୁ ପଂଜାବୀ କଡ଼ାରେ ପରିଣତ କରି ଚୋରାରେ ଅଣାଯାଉଥିଲା। ୧୮୦ ଗ୍ରାମ ଏହି ସୁନାର ମୂଲ୍ୟ ୫ ଲକ୍ଷ ୬୬ ହଜାରରୁ ଅଧିକ ହେବ। ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କଙ୍କରୁ ଜଣେ ବ୍ୟବସାୟୀ ସାର୍ଟ ତଳେ ଏହି ସୁନା ଲୁଚାଇ ଆଣୁଥିବା ବେଳେ କଷ୍ଟମ ଅଧିକାରୀମାନେ ଧରିଥିଲେ। ବ୍ୟବସାୟୀ ଜଣଙ୍କୁ ପୋଲିସ ଅଟକ ରଖଇ ଏବେ ପଚରାଉଚରା କରୁଛି।

ଭୁବନେଶ୍ୱର ଏୟାରପୋର୍ଟ ଦେଇ ଏପରି ବାରମ୍ବାର ସୁନାର ଚୋରା ଚାଲାଣ ହେଉଛି। ସ୍ମଗଲର ଧରାପଡୁଛନ୍ତି, ହେଳେ ସ୍ମଗଲିଂ କମୁନାହିଁ। ୪ ମାସ ଭିତରେ ୧ କୋଟି ୩୦ ଲକ୍ଷରୁ ଅଧିକ ଟଙ୍କାର ଚୋରା ସୁନା ଜବତ କରାଯାଇଛି। ଗତ ଏକ ସପ୍ତାହ ଭିତରେ ୪ ଥର ସୁନା ସ୍ମଗଲର ଧରାପଡ଼ିଲେଣି। କେତେବେଳେ ମଳଦ୍ୱାରରେ, କେତେବେଳେ ବୋତାମରେ ତ ଆଉ କେତେବେଳେ ସୁନା ଉପରେ ରୂପାର କୋଟିଂ ଦେଇ ସୁନା ତସ୍କରି କରାଯାଉଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭୁବନେଶ୍ୱର ବିମାନବନ୍ଦରରେ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବା ପରଠାରୁ ଏହି ଚୋରା ଚାଲାଣ ବଢ଼ି ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos