‘ଅଗ୍ନି-୬ ମିଜାଇଲ ପରୀକ୍ଷା କରିବାକୁ ପ୍ରସ୍ତୁତ ହେଉଛି ଭାରତ’

<p>ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଯୁଦ୍ଧ ବିମାନରୁ ବ୍ରହ୍ମୋସ ଭଳି ସୁପରସୋନିକ୍ ମିଜାଇଲ ପରୀକ୍ଷା କରିବାରେ ସଫଳ ହୋଇଛି ଭାରତ। ଏହା ପରେ ବିଶ୍ୱର ଏକାଧିକ ରାଷ୍ଟ୍ର ବ୍ରହ୍ମୋସ କ୍ଷେପଣାସ୍ତ୍ର କିଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଖୁବ୍&zwnj;ଶୀଘ୍ର ଭାରତ ଅଗ୍ନି-୬ ପରୀକ୍ଷା କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଅଗ୍ନି-୧ ମିଜାଇଲ ତାର ବିଶେଷତ୍ୱ ବଜାୟ ରଖିଛି ବୋଲି କହିଛନ୍ତି ଅଗ୍ନି-୧ ପ୍ରାଇମ୍ ମିଜାଇଲ୍&zwnj;ର ପ୍ରୋଜେକ୍ଟ ଡ଼ାଇରେକ୍ଟର ଏମ୍.ମନିକାଭାସ୍କମ। ଡିଆରଡ଼ିଓର ଚାନ୍ଦିପୁର ସ୍ଥିତ ଇଣ୍ଟିଗ୍ରେଟେଡ଼ ଟେଷ୍ଟ ରେଞ୍ଜର ୩୫ତମ ରେଜିଂ-ଡ଼େ ପାଳନ ଅବସରରେ ଏହା କହିଛନ୍ତି ଏମ୍.ମନିକାଭାସ୍କମ।</p> <p>ଆଇଟିଆରର ନିର୍ଦ୍ଦେଶକ ବିନୟ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ପୂର୍ବତନ ନିର୍ଦ୍ଦେଶକ ତଥା CEPTAMର ଅଧ୍ୟକ୍ଷ ଏସ୍&zwnj;ସି ନାରଙ୍ଗ, ଭୁବନେଶ୍ୱର ଏମ୍&zwnj;ସର ନିର୍ଦ୍ଦେଶକ ଗୀତାଞ୍ଜଳି ବଟ୍&zwnj;ମନାବାନ, ଆଇଟିଆରର ଆସୋସିଏଟ୍ ଡ଼ାଇରେର ଏମ୍.ଭି.ଭାସ୍କରାଚାର୍ଯ୍ୟ ପ୍ରମୁଖ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ସଫଳତା ସମ୍ପର୍କରେ ଆଲୋଚନା କରିଥିଲେ।</p>

Ordigital Desk
  • Published: Sunday, 10 December 2017
  • Updated: 10 December 2017, 11:00 PM IST

Sports

Latest News

<p>ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଯୁଦ୍ଧ ବିମାନରୁ ବ୍ରହ୍ମୋସ ଭଳି ସୁପରସୋନିକ୍ ମିଜାଇଲ ପରୀକ୍ଷା କରିବାରେ ସଫଳ ହୋଇଛି ଭାରତ। ଏହା ପରେ ବିଶ୍ୱର ଏକାଧିକ ରାଷ୍ଟ୍ର ବ୍ରହ୍ମୋସ କ୍ଷେପଣାସ୍ତ୍ର କିଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଖୁବ୍&zwnj;ଶୀଘ୍ର ଭାରତ ଅଗ୍ନି-୬ ପରୀକ୍ଷା କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଅଗ୍ନି-୧ ମିଜାଇଲ ତାର ବିଶେଷତ୍ୱ ବଜାୟ ରଖିଛି ବୋଲି କହିଛନ୍ତି ଅଗ୍ନି-୧ ପ୍ରାଇମ୍ ମିଜାଇଲ୍&zwnj;ର ପ୍ରୋଜେକ୍ଟ ଡ଼ାଇରେକ୍ଟର ଏମ୍.ମନିକାଭାସ୍କମ। ଡିଆରଡ଼ିଓର ଚାନ୍ଦିପୁର ସ୍ଥିତ ଇଣ୍ଟିଗ୍ରେଟେଡ଼ ଟେଷ୍ଟ ରେଞ୍ଜର ୩୫ତମ ରେଜିଂ-ଡ଼େ ପାଳନ ଅବସରରେ ଏହା କହିଛନ୍ତି ଏମ୍.ମନିକାଭାସ୍କମ।</p><p>ଆଇଟିଆରର ନିର୍ଦ୍ଦେଶକ ବିନୟ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ପୂର୍ବତନ ନିର୍ଦ୍ଦେଶକ ତଥା CEPTAMର ଅଧ୍ୟକ୍ଷ ଏସ୍&zwnj;ସି ନାରଙ୍ଗ, ଭୁବନେଶ୍ୱର ଏମ୍&zwnj;ସର ନିର୍ଦ୍ଦେଶକ ଗୀତାଞ୍ଜଳି ବଟ୍&zwnj;ମନାବାନ, ଆଇଟିଆରର ଆସୋସିଏଟ୍ ଡ଼ାଇରେର ଏମ୍.ଭି.ଭାସ୍କରାଚାର୍ଯ୍ୟ ପ୍ରମୁଖ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ସଫଳତା ସମ୍ପର୍କରେ ଆଲୋଚନା କରିଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos