୩୧ରୁ ଝାରସୁଗୁଡ଼ାରୁ ବାରାଣସୀକୁ ଉଡ଼ିବ ବିମାନ, ଭାୟା ଭୁବନେଶ୍ୱର

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଜାନୁଆରୀ ୩୧ରୁ ଝାରସୁଗୁଡ଼ାରୁ ବାରାଣସୀକୁ ଉଡ଼ିବ ବିମାନ । ଆଲାଏନ୍ସ ଏୟାର୍ ପକ୍ଷରୁ  ଆରମ୍ଭ ହେବାକୁ ଥିବା ଏହି ବିମାନ ସେବା ଭାୟା ଭୁବନେଶ୍ୱର ହୋଇଯିବ । ଏହାଦ୍ୱାରା ଭୁବନେଶ୍ୱରରୁ ମଧ୍ୟ ଯାତ୍ରୀମାନେ ବାରାଣସୀକୁ ସିଧାସଳଖ ବିମାନ ସେବା ପାଇପାରିବେ । ପୂର୍ବରୁ ଏଥିପାଇଁ ଯାତ୍ରୀଙ୍କୁ ଭୁବନେଶ୍ୱରରୁ ଭାୟା ଦିଲ୍ଲୀ ହୋଇ ଯିବାକୁ ପଡ଼ୁଥିଲା । କେବଳ ଏତିକି ନୁହେଁ, ଜାନୁଆରୀ ୨୭ରୁ ଝାରସୁଗୁଡ଼ାରୁ କୋଲକାତାକୁ ସିଧାସଳଖ ବିମାନ ସେବା ଆରମ୍ଭ କରୁଛି ଆଲାଏନ୍ସ […]

air-2--1

Niharika Rout
  • Published: Wednesday, 22 January 2020
  • , Updated: 22 January 2020, 07:57 AM IST

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଜାନୁଆରୀ ୩୧ରୁ ଝାରସୁଗୁଡ଼ାରୁ ବାରାଣସୀକୁ ଉଡ଼ିବ ବିମାନ । ଆଲାଏନ୍ସ ଏୟାର୍ ପକ୍ଷରୁ  ଆରମ୍ଭ ହେବାକୁ ଥିବା ଏହି ବିମାନ ସେବା ଭାୟା ଭୁବନେଶ୍ୱର ହୋଇଯିବ । ଏହାଦ୍ୱାରା ଭୁବନେଶ୍ୱରରୁ ମଧ୍ୟ ଯାତ୍ରୀମାନେ ବାରାଣସୀକୁ ସିଧାସଳଖ ବିମାନ ସେବା ପାଇପାରିବେ । ପୂର୍ବରୁ ଏଥିପାଇଁ ଯାତ୍ରୀଙ୍କୁ ଭୁବନେଶ୍ୱରରୁ ଭାୟା ଦିଲ୍ଲୀ ହୋଇ ଯିବାକୁ ପଡ଼ୁଥିଲା ।

କେବଳ ଏତିକି ନୁହେଁ, ଜାନୁଆରୀ ୨୭ରୁ ଝାରସୁଗୁଡ଼ାରୁ କୋଲକାତାକୁ ସିଧାସଳଖ ବିମାନ ସେବା ଆରମ୍ଭ କରୁଛି ଆଲାଏନ୍ସ ଏୟାର୍ । ଏହି ଦୁଇଟି ଦୈନିକ ବିମାନ ସେବା ଆରମ୍ଭ ହେବା ପରେ ଝାରସୁଗୁଡ଼ାରୁ କୋଲକାତା ଓ ବାରାଣାସୀକୁ ଖୁବ୍ କମ୍ ସମୟରେ  ଯାତ୍ରୀ ପହଞ୍ଚିପାରିବେ ବୋଲି କହିଛନ୍ତି ଝାରସୁଗୁଡା ବିମାନ ବନ୍ଦର ନିର୍ଦେଶକ ସୁଦେଶ କୁମାର ଚୌହାନ।

ଝାରସୁଗୁଡ଼ାରୁ କୋଲକାତା ପ୍ରାୟ ଦେଢ଼ ଘଣ୍ଟା ସମୟ ଲାଗିବାକୁ ଥିବା ବେଳେ, ବାରାଣସୀକୁ ଭାୟା ଭୁବନେଶ୍ୱର ହୋଇ ପ୍ରାୟ ସାଢ଼େ ୩ ଘଣ୍ଟା ସମୟ ଲାଗିବ । ଉଡ଼ାଣ-୩ ଯୋଜନାରେ ଆଲାଏନ୍ସ ଏୟାର୍ ପକ୍ଷରୁ ଝାରସୁଗୁଡ଼ାରୁ ପୂର୍ବରୁ କେବଳ ଭୁବନେଶ୍ୱର ଓ ରାୟପୁରକୁ ସିଧାସଳଖ ବିମାନ ସେବା ଉପଲବ୍ଧ ହେଉଥିଲା । କୋଲକାତାକୁ ସିଧାସଳଖ ସ୍ପାଇସ୍ ଜେଟ୍ ବିମାନ ଉଡ଼ୁଥିଲା।

ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର ଝାରସୁଗୁଡା କାର୍ଯ୍ୟକ୍ଷମ ହେବା ପରେ ସ୍ଥାନୀୟ ଲୋକ ବେଶ ଉପକୃତ ହେଉଛନ୍ତି । ଝାରସୁଗୁଡାରୁ ନିୟମିତ ବିମାନ ସେବା ମିଳିବା ପରେ ଏବେ ଝାରସୁଗୁଡା ବିମାନ ବନ୍ଦର ଉପରେ ସମଗ୍ର ପଶ୍ଚିମ ଓଡିଶାବାସୀ ନିର୍ଭରଶୀଳ । ପଡୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡର ଯାତ୍ରୀମାନେ ମଧ୍ୟ ଏହାଦ୍ୱାରା ସୁଫଳ ପାଇପାରୁଛନ୍ତି ।

Related story