୨୦୨୪ ମାର୍ଚ୍ଚ ସୁଦ୍ଧା ମାଲକାନଗିରିରୁ ମିଳିବ ବିମାନ ସେବା: ମୁଖ୍ୟ ସଚିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୦୨୪ ମାର୍ଚ୍ଚ ସୁଦ୍ଧା ମାଲକାନଗିରିରୁ ବିମାନ ସେବା ଆରମ୍ଭ ହେବ ବୋଲି ମୁଖ୍ୟ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । ୪ ଦିନିଆ କୋରାପୁଟ ଓ ମାଲକାନଗିରି ଗସ୍ତରେ ଯାଇଥିବା ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ଆଜି ମାଲକାନଗିରି ଜିଲ୍ଲାର ବରିଷ୍ଠ ଅଧିକାରୀମାନଙ୍କ ସହ ବିଭିନ୍ନ ଫ୍ଲାଗସିପ୍ କାର୍ଯ୍ୟକ୍ରମ ଓ ପ୍ରକଳ୍ପର ସମୀକ୍ଷା କରିବା ପରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ, ମାଲକାନଗିରିରେ ପ୍ରସ୍ତାବିତ ଏୟାରଷ୍ଟ୍ରିପ୍ ପାଇଁ ଜମି […]

Suresh Mohapatra

Suresh Mohapatra

Ordigital Desk
  • Published: Thursday, 14 April 2022
  • Updated: 14 April 2022, 08:13 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୦୨୪ ମାର୍ଚ୍ଚ ସୁଦ୍ଧା ମାଲକାନଗିରିରୁ ବିମାନ ସେବା ଆରମ୍ଭ ହେବ ବୋଲି ମୁଖ୍ୟ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି ।

୪ ଦିନିଆ କୋରାପୁଟ ଓ ମାଲକାନଗିରି ଗସ୍ତରେ ଯାଇଥିବା ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ଆଜି ମାଲକାନଗିରି ଜିଲ୍ଲାର ବରିଷ୍ଠ ଅଧିକାରୀମାନଙ୍କ ସହ ବିଭିନ୍ନ ଫ୍ଲାଗସିପ୍ କାର୍ଯ୍ୟକ୍ରମ ଓ ପ୍ରକଳ୍ପର ସମୀକ୍ଷା କରିବା ପରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ, ମାଲକାନଗିରିରେ ପ୍ରସ୍ତାବିତ ଏୟାରଷ୍ଟ୍ରିପ୍ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇଛି ଓ ଜଙ୍ଗଲ ଅନୁମତି ମଧ୍ୟ ପ୍ରକଳ୍ପକୁ ମିଳିସାରିଛି । ଏହି ଏୟାର ଷ୍ଟ୍ରିପ୍ ନିର୍ମାଣ ପାଇଁ ରାଜ୍ୟ ସରକାର ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆହ୍ୱାନ କରିବେ। ଫଳରେ ୨୦୨୪ ମାର୍ଚ୍ଚ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ହୋଇ ଏଠାରୁ ବିମାନ ସେବା ଉପଲବ୍ଧ ହୋଇପାରିବ ।

ଶ୍ରୀ ମହାପାତ୍ର ଜିଲ୍ଲାର ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକ ଶେଷ କରିବା ପରେ କ୍ଷେତ୍ର ପରିଦର୍ଶନରେ ଯାଇ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତାକୁ ଅନୁଧ୍ୟାନ କରିଛନ୍ତି । ଶ୍ରୀ ମହାପାତ୍ର ଆସନ୍ତାକାଲି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଂଚଳ ଓ ମୋଟୁ ବ୍ଲକକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସେ କୋରାପୁଟରେ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନାର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି ।

ସମୀକ୍ଷା ବୈଠକରେ ସଡ଼କ ଯୋଗାଯୋଗ, ପାନୀୟ ଜଳ, କୃଷି, ଉଦ୍ୟାନ କୃଷି, ସାମାଜିକ ସୁରକ୍ଷା ଓ କୃଷିଉଦ୍ୟୋଗକୁ ପ୍ରୋତ୍ସାହନ ଆଦି ପ୍ରସଙ୍ଗ ଉପରେ ମୁଖ୍ୟ ସଚିବ ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି । ମୁଖ୍ୟ ସଚିବ ଶ୍ରୀ ମହାପାତ୍ରଙ୍କ ସହ ବୋର୍ଡ ଅଫ ରେଭନ୍ୟୁ ସଦସ୍ୟ ଜିଭିଭି ଶର୍ମା ମଧ୍ୟ ଗସ୍ତ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos