ଆଜି ବିଜେପିରେ ଯୋଗଦେଇ ପାରନ୍ତି ଗିରିଧର ଗମାଙ୍ଗ

ଭୁବନେଶ୍ୱର: କଂଗ୍ରେସ ଛାଡ଼ିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଆଜି ବିଜେପିରେ ଯୋଗ ଦେଇପାରନ୍ତି । ଏ ନେଇ ସେ ଦିଲ୍ଲୀରେ ବିଦ୍ଧିବଦ୍ଧ ଘୋଷଣା କରିବା ସମ୍ଭାବନା ରହିଛି। ଗମାଙ୍ଗ ବିଜେପି ଜାତୀୟ ନେତୃବୃନ୍ଦଙ୍କ ସହ ଯୋଗାଯୋଗରେ ଅଛନ୍ତି ଓ କେନ୍ଦ୍ରୀୟ ନେତୃତ୍ୱ ଖୁବଶୀଘ୍ର ନିଷ୍ପତ୍ତି ନେବ ବୋଲି ଗୁରୁବାର ଜୁଏଲ କହିଥିଲେ। ସେପଟେ ଦିଲ୍ଲୀରେ ଓଟିଭିକୁ ଦେଇଥିବା ସାକ୍ଷାତକାରରେ ଗିରିଧର କୌଣସି ଏକ ଜାତୀୟ ଦଳରେ ଯୋଗଦେବା ନିଷ୍ପତ୍ତିରେ କାଏମ ଥିବା କହିଛନ୍ତି ।