ଜେଇଇ ଆଡଭାନ୍ସ ଆରମ୍ଭ

ଭୁବନେଶ୍ୱର:ଆଜି ଆରମ୍ଭ ହୋଇଛି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଜେଇଇ ଆଡଭାନ୍ସ। ପ୍ରଥମ ସିଟିଂ ପରୀକ୍ଷା ସକାଳ ଠିକ୍ ୯ଟାରୁ ଆରମ୍ଭ ହୋଇଛି। ଏହା ୧୨ଟା ପର୍ଯ୍ୟନ୍ତ ଚାଲିବ। ଓଡ଼ିଶାର ଭୁବନେଶ୍ୱର ଓ ରାଉଲକେଲାରେ ଏହି ପରୀକ୍ଷା ଚାଲିଛି। ଦ୍ୱିତୀୟ ସିଟିଂ ଅପରାହ୍ନ ୨ଟାରୁ ଆରମ୍ଭ ହେବ। ଏହା ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ସାରା ଦେଶରେ ପ୍ରାୟ ଦେଢ଼ ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଉଛନ୍ତି।  ଏଥିରୁ ଓଡ଼ିଶାର ପରୀକ୍ଷାର୍ଥୀଙ୍କ ସଂଖ୍ୟା ରହିଛି ୩,୪୦୩। ଦେଶର […]

exam

Rakesh Mallick
  • Published: Sunday, 24 May 2015
  • , Updated: 24 May 2015, 03:36 AM IST

ଭୁବନେଶ୍ୱର:ଆଜି ଆରମ୍ଭ ହୋଇଛି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଜେଇଇ ଆଡଭାନ୍ସ। ପ୍ରଥମ ସିଟିଂ ପରୀକ୍ଷା ସକାଳ ଠିକ୍ ୯ଟାରୁ ଆରମ୍ଭ ହୋଇଛି। ଏହା ୧୨ଟା ପର୍ଯ୍ୟନ୍ତ ଚାଲିବ। ଓଡ଼ିଶାର ଭୁବନେଶ୍ୱର ଓ ରାଉଲକେଲାରେ ଏହି ପରୀକ୍ଷା ଚାଲିଛି। ଦ୍ୱିତୀୟ ସିଟିଂ ଅପରାହ୍ନ ୨ଟାରୁ ଆରମ୍ଭ ହେବ। ଏହା ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ସାରା ଦେଶରେ ପ୍ରାୟ ଦେଢ଼ ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଉଛନ୍ତି।  ଏଥିରୁ ଓଡ଼ିଶାର ପରୀକ୍ଷାର୍ଥୀଙ୍କ ସଂଖ୍ୟା ରହିଛି ୩,୪୦୩। ଦେଶର ୧୬ଟି ଆଇଆଇଟି ସମେତ ଆଇଏସ୍ଏମ୍-ଧାନବାଦରେ ଆଡମିଶନ୍ ଚାହୁଁଥିବା ଛାତ୍ରଛାତ୍ରୀଙ୍କୁ ଜେଇଇ-ଆଡଭାନ୍ସ ଦେଉଛନ୍ତି। ପୂର୍ବରୁ ଜେଇଇ-ମେନ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ପ୍ରଥମ ଦେଢ଼ ଲକ୍ଷ ରାଙ୍କରେ ଥିବା ଛାତ୍ରଛାତ୍ରୀ ଏହି ଆଡଭାନ୍ସ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।

Related story