ଆଜି କୁମାର ପୂର୍ଣ୍ଣମୀ,ଉଦିତ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା ପରେ ସନ୍ଧ୍ୟାରେ ଚାନ୍ଦ ପୂଜା

ପିପିଲି: ଆଜି କୁମାର ପୂର୍ଣ୍ଣମୀ। କୁମାରୀ ମାନଙ୍କ ପାଇଁ ଉତ୍ସବର ଦିନ। ଆଶ୍ୱିନ ପୂର୍ଣ୍ଣମୀ ତିଥିରେ ପ୍ରତ୍ୟେକ ଓଡ଼ିଆ ଘରର ଝିଅ ମାନେ ଏହି ଦିନ ସକାଳେ ସୂର୍ଯ୍ୟ ଓ ସନ୍ଧ୍ୟାରେ ଚନ୍ଦ୍ର ପୂଜା କରିଥାନ୍ତି। ଭଲ ବର ପାଇବା ଉଦ୍ଦେଶ୍ୟରେ କୁମାରୀ ମାନେ ଏହି ପୂଜା କରିଥାନ୍ତି। ଭୋରରୁ ଗାଧୁଆ ପାଧୁଆ ସାରି ନୂଆ ବସ୍ତ୍ର ପିନ୍ଧି ତୁଳସୀ ଚଉରା ମୂଳେ ମୁରୁଜ ପକାଇ ଆରମ୍ଭ ହୁଏ ପୂଜା। ପ୍ରଥମେ ସୂର୍ଯ୍ୟଙ୍କୁ ଆଞ୍ଜୁଳି ଟେକାଯିବାର ପରମ୍ପରା […]

kumar purnami

Rakesh Mallick
  • Published: Tuesday, 27 October 2015
  • , Updated: 27 October 2015, 02:10 AM IST

ପିପିଲି: ଆଜି କୁମାର ପୂର୍ଣ୍ଣମୀ। କୁମାରୀ ମାନଙ୍କ ପାଇଁ ଉତ୍ସବର ଦିନ। ଆଶ୍ୱିନ ପୂର୍ଣ୍ଣମୀ ତିଥିରେ ପ୍ରତ୍ୟେକ ଓଡ଼ିଆ ଘରର ଝିଅ ମାନେ ଏହି ଦିନ ସକାଳେ ସୂର୍ଯ୍ୟ ଓ ସନ୍ଧ୍ୟାରେ ଚନ୍ଦ୍ର ପୂଜା କରିଥାନ୍ତି। ଭଲ ବର ପାଇବା ଉଦ୍ଦେଶ୍ୟରେ କୁମାରୀ ମାନେ ଏହି ପୂଜା କରିଥାନ୍ତି। ଭୋରରୁ ଗାଧୁଆ ପାଧୁଆ ସାରି ନୂଆ ବସ୍ତ୍ର ପିନ୍ଧି ତୁଳସୀ ଚଉରା ମୂଳେ ମୁରୁଜ ପକାଇ ଆରମ୍ଭ ହୁଏ ପୂଜା। ପ୍ରଥମେ ସୂର୍ଯ୍ୟଙ୍କୁ ଆଞ୍ଜୁଳି ଟେକାଯିବାର ପରମ୍ପରା ରହିଛି। ସେହିପରି ସନ୍ଧ୍ୟାରେ ପିତଳ ଥାଳିରେ ଲିଆ କଳୀ ଫଳ ମୂଳ ଚକଟି ଏହାକୁ ଚନ୍ଦ୍ର ଆକାର କରାଯାଇ ଚନ୍ଦ୍ର ଦେବତାଙ୍କ ଉଦ୍ଦେଶ୍ୟରେ ପୂଜା କରାଯାଏ। ପୁରୀ ଜିଲ୍ଲା ବଳଙ୍ଗାରେ ଏହି କୁମାର ପୂର୍ଣ୍ଣମୀ ବେଶ୍ ଧୁମଧାମରେ ପାଳନ କରାଯାଉଛି।

Related story