ଆଜି ଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା

ଭୁବନେଶ୍ୱର: ଆଜି ମହାଦେବ ଲିଙ୍ଗରାଜଙ୍କ ବାହୁଡ଼ାଯାତ୍ରା। ମାଉସୀଘରେ ଦୀର୍ଘ ଚାରିଦିନ ରହଣି ପରେ ଆଜି ଲିଙ୍ଗରାଜ ସ୍ୱଗୃହକୁ ବାହୁଡିବେ। ଗତ ୧୪ ତାରିଖ ଦିନ ଆଶୋକାଷ୍ଟମୀ ଦିନ ରୁକୁଣାରଥରେ ମାଉସୀମା ଘରକୁ ପ୍ରଭୁ ଲିଙ୍ଗରାଜ ବୁଲି ଆସିଥିଲେ। ଆଜି ଅପରାହ୍ନ  ୩ଟାରେ ରଥଟଣା ଆରମ୍ଭ ହେବ।  ଆଜି ଭୋର ୫ଟାରେ ମଙ୍ଗଳ ଆଳତୀ, ଅବକାଶ ପରେ ରୋଷ ଓ ହୋମପାକ କାର୍ଯ୍ୟ ସମ୍ପାଦିତ ହୋଇଥିଲା। ପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ନିମନ୍ତେ ସକାଳ ୭ଟା ଯାଏଁ ସାହାଣ ମେଳା […]

rath

Rakesh Mallick
  • Published: Monday, 18 April 2016
  • , Updated: 18 April 2016, 09:50 AM IST

ଭୁବନେଶ୍ୱର: ଆଜି ମହାଦେବ ଲିଙ୍ଗରାଜଙ୍କ ବାହୁଡ଼ାଯାତ୍ରା। ମାଉସୀଘରେ ଦୀର୍ଘ ଚାରିଦିନ ରହଣି ପରେ ଆଜି ଲିଙ୍ଗରାଜ ସ୍ୱଗୃହକୁ ବାହୁଡିବେ। ଗତ ୧୪ ତାରିଖ ଦିନ ଆଶୋକାଷ୍ଟମୀ ଦିନ ରୁକୁଣାରଥରେ ମାଉସୀମା ଘରକୁ ପ୍ରଭୁ ଲିଙ୍ଗରାଜ ବୁଲି ଆସିଥିଲେ। ଆଜି ଅପରାହ୍ନ  ୩ଟାରେ ରଥଟଣା ଆରମ୍ଭ ହେବ।  ଆଜି ଭୋର ୫ଟାରେ ମଙ୍ଗଳ ଆଳତୀ, ଅବକାଶ ପରେ ରୋଷ ଓ ହୋମପାକ କାର୍ଯ୍ୟ ସମ୍ପାଦିତ ହୋଇଥିଲା। ପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ନିମନ୍ତେ ସକାଳ ୭ଟା ଯାଏଁ ସାହାଣ ମେଳା ଅନୁଷ୍ଠିତ ହୋଇଥିଲା। ସାହାଣମେଳା ପରେ ମହାସ୍ନାନ, ସୂର୍ଯ୍ୟପୂଜା ଓ ଦ୍ୱାରପାଳ ପୂଜା ପର୍ଯ୍ୟାୟକ୍ରମେ ଅନୁଷ୍ଠିତ ହୋଇଛି। ଅପରାହ୍ନ ୧ଟାରୁ ସାଢ଼େ ୨ଟା ମଧ୍ୟରେ ପହଣ୍ଡି ଓ ୩ଟାରେ ରଥଟଣା ଆରମ୍ଭ ହେବ । ଫେରନ୍ତା ରଥ ଟଣା ବନ୍ଦ ହେବା ପରେ ଅନ୍ୟାନ୍ୟ ନୀତି ଆରମ୍ଭ ହେବ। ବାହୁଡ଼ା ସମୟରେ  ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରଶାସନ ତରଫରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି।

Related story