ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ; ପାସ୍ ହାର ୮୨%

ଭୁବନେଶ୍ୱର:ସିବିଏସ୍ଇ ଦ୍ବାଦଶ ଶ୍ରେଣୀ ରେଜଲଟ୍ ପ୍ରକାଶ ପାଇଛି। ସିବିଏସ୍ଇ ବୋର୍ଡର ନିଜସ୍ୱ ୱେବସାଇଟ ସିବିଏସଇ ଡଟ୍ ଏନ୍ଆଇସି ଡଟ୍ ଇନ ଏବଂ ସିବିଏସଇର ଅଫିସିଆଲ ରେଜଲ୍ଟସ ୱେବସାଇଟ ସିବିଏସଇରେଜଲଟସ ଡଟ୍ ଏନ୍ଆଇସି ଡଟ୍ ଇନରେ ପରୀକ୍ଷାଫଳ ଉପଲବ୍ଧ ହେଉଛି। ଚଳିତ ବର୍ଷ ସାରା ଦେଶରୁ ପ୍ରାୟ ୧୦ ଲକ୍ଷ ୪୦ ହଜାର ୩୬୮ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ। ଏମାନଙ୍କ ମଧ୍ୟରୁ ୮୨ ପ୍ରତିଶତ ଛାତ୍ରଛାତ୍ରୀ କୃତକାଯ୍ୟ ହୋଇଛନ୍ତି। ଦିଲ୍ଲୀର ଏମ୍ ଗାୟତ୍ରୀ ଅଲଇଣ୍ଡିଆ ଟପ୍ପର ହୋଇଛନ୍ତି। […]

RESULT

Rakesh Mallick
  • Published: Monday, 25 May 2015
  • , Updated: 25 May 2015, 02:08 PM IST

ଭୁବନେଶ୍ୱର:ସିବିଏସ୍ଇ ଦ୍ବାଦଶ ଶ୍ରେଣୀ ରେଜଲଟ୍ ପ୍ରକାଶ ପାଇଛି। ସିବିଏସ୍ଇ ବୋର୍ଡର ନିଜସ୍ୱ ୱେବସାଇଟ ସିବିଏସଇ ଡଟ୍ ଏନ୍ଆଇସି ଡଟ୍ ଇନ ଏବଂ ସିବିଏସଇର ଅଫିସିଆଲ ରେଜଲ୍ଟସ ୱେବସାଇଟ ସିବିଏସଇରେଜଲଟସ ଡଟ୍ ଏନ୍ଆଇସି ଡଟ୍ ଇନରେ ପରୀକ୍ଷାଫଳ ଉପଲବ୍ଧ ହେଉଛି। ଚଳିତ ବର୍ଷ ସାରା ଦେଶରୁ ପ୍ରାୟ ୧୦ ଲକ୍ଷ ୪୦ ହଜାର ୩୬୮ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ। ଏମାନଙ୍କ ମଧ୍ୟରୁ ୮୨ ପ୍ରତିଶତ ଛାତ୍ରଛାତ୍ରୀ କୃତକାଯ୍ୟ ହୋଇଛନ୍ତି। ଦିଲ୍ଲୀର ଏମ୍ ଗାୟତ୍ରୀ ଅଲଇଣ୍ଡିଆ ଟପ୍ପର ହୋଇଛନ୍ତି। ଭୁବନେଶ୍ୱର ରିଜିଅନରେ ଥିବା ଓଡିଶା, ଛତିଶଗଡ ଏବଂ ପଶ୍ଚିମବଙ୍ଗକୁ ମିଶାଇ ଏହି ରିଜିଅନ୍ ଅଧିନରେ ୪୮ ହଜାର ୮୮୧ ଜଣ ପିଲା ପରୀକ୍ଷା ଦେଇଥିଲେ। ଏମାନଙ୍କ ମଧ୍ୟରୁ ୮୧ ପ୍ରତିଶତ ପିଲା ପାଶ୍ କରିଛନ୍ତି। ଜବାହାର ନବୋଦ୍ୱୟ ବିଦ୍ୟାଳୟରେ ପାଶ୍ ହାର ସର୍ବାଧିକ ୯୭ ଦଶମିକ ୯୪ ପ୍ରତିଶତ ହୋଇଛି। ସେହିପରି କେନ୍ଦ୍ରୀୟ ବିଦ୍ୟାଳୟର ପାଶହାର ରହିଛ ୯୨ ଦଶମିକ ୯ ପ୍ରତିଶତ। ଭୁବନେଶ୍ୱର ରିଜିଅନରେ ଦୁଇ ଜଣ ଛାତ୍ରୀ ଟପ୍ପର ହୋଇଛନ୍ତି। ସେମାନେ ହେଲେ ଭୁବନେଶ୍ୱର ୟୁନିଟ୍- ଏଇଟ୍ ଡିଏଭି ସ୍କୁଲର ନମ୍ରତା ମହାନ୍ତି ଓ କୋଲକାତାର ଦୀପ ଭଟ୍ଟାଚାର୍ଯ୍ୟ। ପୋଷ୍ଟ ରେଜଲଟ କାଉନସେଲିଂ ସୋମବାରଠାରୁ ଆରମ୍ଭ ହୋଇ ଜୁନ୍ ୮ତାରିଖ ପର୍ଯ୍ୟନ୍ତ ଚାଲିବ।

Related story