/odisha-reporter/media/post_attachments/uploads/2015/05/IMG-20150518-WA0008.jpg)
np in baprpada
ବାରିପଦା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରଘୁନାଥ ମୁର୍ମୁ ମେଡିକାଲ କେଲଜର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ବାରିପଦା ମେଡିକାଲ କେଲଜକୁ ପଣ୍ଡିତ ରଘୁନାଥ ମୁର୍ମରେ ନାମିତ କରାଯିବା ନେଇ ଗତ ଶନିବାର ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଆଜି ସକାଳୁ ସ୍ୱତନ୍ତ୍ର ହେଲିକାପ୍ଟରରେ ମୁଖ୍ୟମନ୍ତ୍ରୀ ବାରିପଦାରେ ପହଞ୍ଚିଥିଲେ। ପଣ୍ଡିତ ରଘୁନାଥ ମୁର୍ମୁ ହେଉଛନ୍ତି ସାନ୍ତାଳୀ ଭାଷାର ଅଲଚିକି ପ୍ରଣେତା। ଏହି ଶିଳାନ୍ୟାସ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଉପବାଚସ୍ପତି ସାନନ୍ଦ ମାରଣ୍ଡି, କ୍ରୀଡାମନ୍ତ୍ରୀ ସୁଦାମ ମାରାଣ୍ଡି, ସ୍ୱସ୍ଥ୍ୟ ମନ୍ତ୍ରୀ ଅତନୁ ସାବ୍ୟସାଚୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।/odisha-reporter/media/post_attachments/wp-content/uploads/2015/05/IMG-20150518-WA0007-1-576x1024.jpg)
ଏହି ମେଡିକାଲ କଲେଜ ପାଇ ୨୦୨ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ୨୫ ଏକର ଜାଗା ବି ଦିଆଯାଇଛି। ଅଢ଼େଇ ବର୍ଷ ମଧ୍ୟରେ ଏହି ମେଡିକାଲ କଲେଜର ନିର୍ମାଣ କାର୍ଯ୍ୟ ଶେଷ ହେବ। ଏଥିପାଇଁ ଟେଣ୍ଡର କାର୍ଯ୍ୟ ମଧ୍ୟ ଶେଷ ହୋଇଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ କହିଛନ୍ତି।
ୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ୧୯୦୫ ମସିହା ମେ’୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ପଣ୍ଡିତ ରଘୁନାଥ। ୧୯୮୧ ଫେବୃଆରି ୧ ତାରିଖରେ ୭୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ ଥିଲେ ଏକାଧାରରେ ଜଣେ ଲେଖବ ଓ ନାଟ୍ୟକାର। ସାନ୍ତାଳୀ ଭାଷାରେ ସେ ଲେଖିଛନ୍ତି ୧୫୦ରୁ ଅଧିକ ବହି। ଏଥି ମଧ୍ୟରେ ରହିଛି ଉପନ୍ୟାସ, କ୍ଷୁଦ୍ରଗଳ୍ପ, ନାଟକ, କବିତା ଓ ବ୍ୟାକରଣ ବହି। ଏଇ ସବୁ ବହିରେ ଅଲଚିକି ଲିପି ବ୍ୟବହାର ହୋଇଛି। ସାନ୍ତାଳୀ ଭାଷା ପାଇଁ ସ୍ବତନ୍ତ୍ର ଲିପିର ଆବଶ୍ୟକତା ଥିବା ଅନୁଭବ କରିଥିଲେ ପଣ୍ଡିତ ରଘୁନାଥ। ଆଉ ୧୯୨୫ରେ ପ୍ରଥମେ ସେ ସାନ୍ତାଳି ଭାଷାକୁ ଲେଖିବା ପାଇଁ ଅଲଚିକି ଲିପିର ଉଦ୍ଭାବନ କରିଥିଲେ। କେବଳ ଏହି ଲିପିକୁ ଉଦ୍ଭାବନ କରିନଥଲେ, ଏହି ଲିପିକୁ ଯେପରି ସାନ୍ତାଳୀ ଭାଷା କହୁଥିବା ଲୋକେ ବ୍ୟବହାର କରିବେ ସେ ଦିଗରେ ବି ପଦକ୍ଷେପ ନେଇଥିଲେ। ତାଙ୍କରି ଉଦ୍ୟମରେ ହିଁ ୧୯୪୬ ମସିହାରେ ଟାଟା ନଗରରେ ସାନ୍ତାଳୀ ଭାଷାର ପ୍ରଥମ ମୁଦ୍ରଣ ଯନ୍ତ୍ର ପ୍ରତିଷ୍ଠା କରାଯାଇଥିଲା। ସାନ୍ତାଳୀ ଲିଖିତ ସାହିତ୍ୟକୁ ବି ସେ ଦେଇଥିଲେ ନୂତନ ଦିଗ। ସାନ୍ତାଳୀ ଭାଷା ସରକାରୀ ସ୍ୱୀକୃତି ପାଇ ସମ୍ବିଧାନର ଅଷ୍ଟମ ସୂଚୀରେ ସ୍ଥାନ ପାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
