ହାଇକୋର୍ଟ ମୁଖ୍ୟ ବିଚାରପତି ଧୀରେନ୍ଦ୍ର ହୀରାଲାଲ୍ ୱାଘେଲାଙ୍କ ଶପଥ ଗ୍ରହଣ

ଭୁବନେଶ୍ୱର: ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ଧୀରେନ୍ଦ୍ର ହୀରାଲାଲ୍ ୱାଘେଲା ଶପଥ ନେଇଛନ୍ତି। ରାଜ୍ୟପାଳ ଏସ.ସି ଜମୀର ଶ୍ରୀ ୱାଘେଲାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଛନ୍ତି। ଏନେଇ ଆଜି ଆୟୋଜିତ ଏକ ସ୍ୱତନ୍ତ୍ର ଶପଥପାଠ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆଇନମନ୍ତ୍ରୀ ଅରୁଣ ସାହୁ, ଶିଳ୍ପ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ମୁଖ୍ୟଶାସନ ସଚିବ ଗୋକୂଳ ଚନ୍ଦ୍ର ପତି, ଡିଜିପି ସଞ୍ଜୀବ ମାରିକ, ବହୁ ବିଚାରପତି ଓ ଆଇନଜୀବି ପ୍ରମୁଖ ଉପସ୍ଥିତ […]

justice sharin

Rakesh Mallick
  • Published: Thursday, 04 June 2015
  • , Updated: 04 June 2015, 06:42 AM IST

ଭୁବନେଶ୍ୱର: ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ଧୀରେନ୍ଦ୍ର ହୀରାଲାଲ୍ ୱାଘେଲା ଶପଥ ନେଇଛନ୍ତି। ରାଜ୍ୟପାଳ ଏସ.ସି ଜମୀର ଶ୍ରୀ ୱାଘେଲାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଛନ୍ତି। ଏନେଇ ଆଜି ଆୟୋଜିତ ଏକ ସ୍ୱତନ୍ତ୍ର ଶପଥପାଠ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆଇନମନ୍ତ୍ରୀ ଅରୁଣ ସାହୁ, ଶିଳ୍ପ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ମୁଖ୍ୟଶାସନ ସଚିବ ଗୋକୂଳ ଚନ୍ଦ୍ର ପତି, ଡିଜିପି ସଞ୍ଜୀବ ମାରିକ, ବହୁ ବିଚାରପତି ଓ ଆଇନଜୀବି ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନା ଯୋଗ୍ୟ ଯେ, ଏପ୍ରିଲ ୧୩ ତାରିଖରେ ଶ୍ରୀ ୱାଘେଲା ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ଏହାପୂର୍ବରୁ ଜଷ୍ଟିସ ୱାଘେଲା କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ। ୧୯୫୪ରେ ରାଜକୋଟରେ ଜନ୍ମିତ ଜଷ୍ଟିସ୍ ୱାଘେଲା ନଭେମ୍ୱର ୧୯୭୫ରେ ସେହି ରାଜକୋଟରେ ଓକିଲାତି ଜୀବନ ଆରମ୍ଭ କରିଥିଲେ। ୧୯୯୯ ସେପ୍ଟେମ୍ୱରରେ ସେ ଗୁଜୁରାଟ ହାଇକୋର୍ଟରେ ଅତିରିକ୍ତ ବିଚାରପତି ହେବା ସହ ୨୦୦୧ ମେ’ରେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ ଜଷ୍ଟିସ୍ ୱାଘେଲା। ପରେ ଗୁଜରାଟ ହାଇକୋର୍ଟର ଜଣେ ବରିଷ୍ଠ ବିଚାରପତି ହୋଇଥିଲେ। ମାର୍ଚ୍ଚ ୨୦୧୩ରେ ସେ କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ ହୋଇଥିଲେ। ୨୦୧୬ ଅଗଷ୍ଟରେ ଜଷ୍ଟିସ୍ ୱାଘେଲା ଅବସର ଗ୍ରହଣ କରିବେ।

Related story