ଆଜି ସରୁଛି ଡି’ବ୍ରଦର୍ସଙ୍କ ରିମାଣ୍ଡ ଅବଧି

କଟକ: ଧଳସାମନ୍ତ ବ୍ରଦର୍ସଙ୍କ ଚତୁର୍ଥ ପର୍ଯ୍ୟାୟର ରିମାଣ୍ଡ ଅବଧି ଆଜି ଶେଷ ହେଉଛି। ଏହି ପର୍ଯ୍ୟାୟରେ ୫ ଦିନ ପାଇଁ ଦୁଇଭାଇଙ୍କୁ ରିମାଣ୍ଡରେ ନେଇଥିଲା କମିଶନରେଟ୍ ପୋଲିସ୍। ଦୁଇଭାଇଙ୍କୁ ଆଜି କଟକ ସିଡିଏ ସ୍ଥିତ ଏସ୍‌ଡିଜେଏମ୍‌ଙ୍କ କାର୍ଯ୍ୟାଳୟରେ ହାଜର କରାଯିବ। ତେବେ ମାଲଗୋଦାମ ବ୍ୟବସାୟୀ ସେଖ୍ ଫାରୁଖ୍ ହତ୍ୟାକାଣ୍ଡ ମାମଲାରେ ପଚରାଉଚରା ପାଇଁ ଦୁଇଭାଇଙ୍କୁ ପୁଣିଥରେ ରିମାଣ୍ଡରେ ନେବାପାଇଁ ଆବେଦନ କରିପାରେ କମିଶନରେଟ୍ ପୋଲିସ୍। ଗତକାଲି ଡି’ବ୍ରଦର୍ସଙ୍କ ସିଡିଏ ସ୍ଥିତ କାର୍ଯ୍ୟାଳୟରେ ଯାଞ୍ଚ ସମୟରେ ପୋଲିସକୁ କିଛି […]

d-brothers

Rakesh Mallick
  • Published: Sunday, 28 February 2016
  • , Updated: 28 February 2016, 03:31 AM IST

କଟକ: ଧଳସାମନ୍ତ ବ୍ରଦର୍ସଙ୍କ ଚତୁର୍ଥ ପର୍ଯ୍ୟାୟର ରିମାଣ୍ଡ ଅବଧି ଆଜି ଶେଷ ହେଉଛି। ଏହି ପର୍ଯ୍ୟାୟରେ ୫ ଦିନ ପାଇଁ ଦୁଇଭାଇଙ୍କୁ ରିମାଣ୍ଡରେ ନେଇଥିଲା କମିଶନରେଟ୍ ପୋଲିସ୍। ଦୁଇଭାଇଙ୍କୁ ଆଜି କଟକ ସିଡିଏ ସ୍ଥିତ ଏସ୍‌ଡିଜେଏମ୍‌ଙ୍କ କାର୍ଯ୍ୟାଳୟରେ ହାଜର କରାଯିବ। ତେବେ ମାଲଗୋଦାମ ବ୍ୟବସାୟୀ ସେଖ୍ ଫାରୁଖ୍ ହତ୍ୟାକାଣ୍ଡ ମାମଲାରେ ପଚରାଉଚରା ପାଇଁ ଦୁଇଭାଇଙ୍କୁ ପୁଣିଥରେ ରିମାଣ୍ଡରେ ନେବାପାଇଁ ଆବେଦନ କରିପାରେ କମିଶନରେଟ୍ ପୋଲିସ୍।

ଗତକାଲି ଡି’ବ୍ରଦର୍ସଙ୍କ ସିଡିଏ ସ୍ଥିତ କାର୍ଯ୍ୟାଳୟରେ ଯାଞ୍ଚ ସମୟରେ ପୋଲିସକୁ କିଛି ନକଲି କାଗଜପତ୍ର ମିଳିଛି। ଏହାକୁ ନେଇ ମର୍କତନଗର ଥାନାରେ ଡି’ବ୍ରଦର୍ସଙ୍କ ନାମରେ ଏକ ମାମଲା ରୁଜୁ ହେବ। ପୂର୍ବରୁ ଦୁଇଭାଇଙ୍କ ନାଁରେ ଭିନ୍ନ ଭିନ୍ନ ଥାନାରେ ୧୧ଟି ମାମଲା ରୁଜୁ ହୋଇସାରିଲାଣି।

Related story