ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର: ଆଜିଠାରୁ ଯୁକ୍ତ ଦୁଇ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଛି। ଯୁକ୍ତ ଦୁଇରେ ଖାଲି ପଡ଼ିଥିବା ସିଟ୍‌ ପୂରଣ ପାଇଁ ଆବେଦନ କରାଯାଉଛି। ଯେଉଁ ଛାତ୍ରଛାତ୍ରୀମାନେ ପ୍ରଥମ ପର୍ଯ୍ୟାୟରେ ଆବେଦନ କରି ପାରି ନ ଥିଲେ ବା ଆଡମିସନ୍‌ କରି ପାରି ନ ଥିଲେ ସେମାନେ ଏହି ପର୍ଯ୍ୟାୟରେ ଆବେଦନ ପାଇଁ ଆଉ ଏକ ସୁଯୋଗ ପାଇବେ। ପ୍ରଥମ ପର୍ଯ୍ୟାୟ ଆଡମିସନ୍‌ ନେଇ ସାରିଥିବା ଛାତ୍ରଛାତ୍ରୀମାନେ କଲେଜ ପରିବର୍ତ୍ତନ କରିବାକୁ ଚାହୁଁଥିଲେ ମଧ୍ୟ ଏହି […]

student

Rakesh Mallick
  • Published: Friday, 15 July 2016
  • , Updated: 15 July 2016, 09:09 AM IST

ଭୁବନେଶ୍ୱର: ଆଜିଠାରୁ ଯୁକ୍ତ ଦୁଇ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଛି। ଯୁକ୍ତ ଦୁଇରେ ଖାଲି ପଡ଼ିଥିବା ସିଟ୍‌ ପୂରଣ ପାଇଁ ଆବେଦନ କରାଯାଉଛି। ଯେଉଁ ଛାତ୍ରଛାତ୍ରୀମାନେ ପ୍ରଥମ ପର୍ଯ୍ୟାୟରେ ଆବେଦନ କରି ପାରି ନ ଥିଲେ ବା ଆଡମିସନ୍‌ କରି ପାରି ନ ଥିଲେ ସେମାନେ ଏହି ପର୍ଯ୍ୟାୟରେ ଆବେଦନ ପାଇଁ ଆଉ ଏକ ସୁଯୋଗ ପାଇବେ। ପ୍ରଥମ ପର୍ଯ୍ୟାୟ ଆଡମିସନ୍‌ ନେଇ ସାରିଥିବା ଛାତ୍ରଛାତ୍ରୀମାନେ କଲେଜ ପରିବର୍ତ୍ତନ କରିବାକୁ ଚାହୁଁଥିଲେ ମଧ୍ୟ ଏହି ପର୍ଯ୍ୟାୟରେ ଆବେଦନ କରିପାରିବେ। ଆବେଦନ କରି ସାରିବା ପରେ ସମ୍ପୃକ୍ତ କଲେଜରେ ସେମାନଙ୍କୁ ଆଶ୍ୟକୀୟ ଡକ୍ୟୁମେଣ୍ଟ ଜମା କରିବାକୁ ପଡ଼ିବ। ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆବେଦନର  ଶେଷ ତାରିଖ ଜୁଲାଇ ୨୩ ରହିଥିବା ବେଳେ ୨୭ରେ ମେରିଟ୍‌ ଲିଷ୍ଟ୍ ପ୍ରକାଶ ପାଇବ। ସେହିପରି  ୨୮ଓ ୨୯ରେ ଆଡମିସନ୍‌ ହେବ।

Related story