ଆଜିଠୁ ଓଜେଇଇ କାଉନସେଲିଂ

ଭୁବନେଶ୍ୱର: ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇର କାଉନସେଲିଂ ପ୍ରକ୍ରିୟା ଆଜିଠୁ ଆରମ୍ଭ ହେଉଛି। ଏଥିପାଇଁ ଓଜେଇଇର ନିଜସ୍ୱ ୱେବସାଇଟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ରେଜିଷ୍ଟ୍ରେସନ ଓ ଚଏସ ଫିଲିଂ କରିପାରିବେ। ପ୍ରଥମ ପର୍ଯ୍ୟାୟରେ ଏମଟେକ୍, ଏମପ୍ଲାନ୍ ଏବଂ ଏମ-ଆର୍କିଟେଚର ଭଳି କୋର୍ସରେ  ରେଜିଷ୍ଟ୍ରେସନ କରିହେବ। ପରେ ପର୍ଯ୍ୟାୟ କ୍ରମେ ଏମବିଏ, ଏମସିଏ, ବିଫ।ର୍ମା, ଏମଫାର୍ମା ଓ ଲାଟେରାଲ ଏଣ୍ଟ୍ରି ପାଇଁ ମଧ୍ୟ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଓଜେଇଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। […]

OJEE

OJEE

Rakesh Mallick
  • Published: Tuesday, 16 June 2015
  • Updated: 16 June 2015, 02:27 AM IST

Sports

Latest News

ଭୁବନେଶ୍ୱର: ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇର କାଉନସେଲିଂ ପ୍ରକ୍ରିୟା ଆଜିଠୁ ଆରମ୍ଭ ହେଉଛି। ଏଥିପାଇଁ ଓଜେଇଇର ନିଜସ୍ୱ ୱେବସାଇଟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ରେଜିଷ୍ଟ୍ରେସନ ଓ ଚଏସ ଫିଲିଂ କରିପାରିବେ। ପ୍ରଥମ ପର୍ଯ୍ୟାୟରେ ଏମଟେକ୍, ଏମପ୍ଲାନ୍ ଏବଂ ଏମ-ଆର୍କିଟେଚର ଭଳି କୋର୍ସରେ  ରେଜିଷ୍ଟ୍ରେସନ କରିହେବ। ପରେ ପର୍ଯ୍ୟାୟ କ୍ରମେ ଏମବିଏ, ଏମସିଏ, ବିଫ।ର୍ମା, ଏମଫାର୍ମା ଓ ଲାଟେରାଲ ଏଣ୍ଟ୍ରି ପାଇଁ ମଧ୍ୟ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଓଜେଇଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଆସନ୍ତା ୩୦ ତାରିଖରୁ କାଉନସେଲିଂ ପାଇଁ ରାଜ୍ୟର ପ୍ରମୁଖ ସହର ମାନଙ୍କରେ ନୋଡାଲ ସେଣ୍ଟର ଖୋଲିବ। ସେଠାରେ ଛାତ୍ରଛାତ୍ରୀ ଡକ୍ୟୁମେଣ୍ଟ ଭେରିଫିକେସନ ସହ ଚଏସ ଲକିଂ କରିପାରିବେ। ଗତ ମେ ୧୦ ତାରିଖ ଦିନ ରାଜ୍ୟରେ ମେଡିକାଲ ଓ ଇଞ୍ଜିନିୟରିଂ ବାଦ୍ ଏମବିଏ, ଏମସିଏ, ବିଫାର୍ମା, ଏମଫାର୍ମା ଓ ଲାଟେରାଲ ଏଣ୍ଟ୍ରି ପାଇଁ ଓଜେଇଇ ପରୀକ୍ଷା ହୋଇଥିଲା। ଯେଉଁଥିରେ ରାଜ୍ୟର ପ୍ରାୟ ୪୬ ହଜାରରୁ ଉର୍ଦ୍ଧ୍ୱ ପିଲା ଆଡମିଶନ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos