ଆଜିଠୁ ରମଜାନ୍ ମାସ ଆରମ୍ଭ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ଇସଲାମ୍ ଧର୍ମର ପବିତ୍ର ମାସ ରମଜାନ୍। ଏହା ପୂର୍ବରୁ ଗତକାଲି ହୋଇଛି ସ୍ୱତନ୍ତ୍ର ନମାଜ୍ ବା ତରାବି। ରମଜାନର ପ୍ରଥମ ଦିନରେ ସହରରେ ଥିବା ବିଭିନ୍ନ ମସଜିଦରେ ସମୁହ ନମାଜ ପାଠର କାର୍ଯ୍ୟକ୍ରମ ରହିଛି। ପରମ୍ପରା ଅନୁଯାୟୀ ଆଜିଠାରୁ ପୁରା ମାସ ତମାମ ମୁସଲମାନ ଭାଇଭଉଣୀ ଉପବାସ ବା “ରୋଜା’ ରଖିବେ। ରମଜାନ୍ ମାସ ସାରା ଇସଲାମ୍ ଧର୍ମାବଲମ୍ୱୀମାନେ ଦିନରେ ଉପବାସ ରଖିବା ସହ ଦିନକୁ ୫ଥର ନମାଜ ପାଠ କରନ୍ତି। […]

ramjan

Rakesh Mallick
  • Published: Friday, 19 June 2015
  • , Updated: 19 June 2015, 01:47 AM IST

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ଇସଲାମ୍ ଧର୍ମର ପବିତ୍ର ମାସ ରମଜାନ୍। ଏହା ପୂର୍ବରୁ ଗତକାଲି ହୋଇଛି ସ୍ୱତନ୍ତ୍ର ନମାଜ୍ ବା ତରାବି। ରମଜାନର ପ୍ରଥମ ଦିନରେ ସହରରେ ଥିବା ବିଭିନ୍ନ ମସଜିଦରେ ସମୁହ ନମାଜ ପାଠର କାର୍ଯ୍ୟକ୍ରମ ରହିଛି। ପରମ୍ପରା ଅନୁଯାୟୀ ଆଜିଠାରୁ ପୁରା ମାସ ତମାମ ମୁସଲମାନ ଭାଇଭଉଣୀ ଉପବାସ ବା "ରୋଜା' ରଖିବେ। ରମଜାନ୍ ମାସ ସାରା ଇସଲାମ୍ ଧର୍ମାବଲମ୍ୱୀମାନେ ଦିନରେ ଉପବାସ ରଖିବା ସହ ଦିନକୁ ୫ଥର ନମାଜ ପାଠ କରନ୍ତି। ପୁରୁଷମାନେ ମସଜିଦରେ ଓ ମହିଳାମାନେ ଘରେ ନମାଜ ପାଠ କରିଥାନ୍ତି। ସୂର୍ଯ୍ୟୋଦୟ ପୂର୍ବରୁ ଥରୁଟିଏ ଖାଇବା ସହ ସୂର୍ଯ୍ୟାସ୍ତ ପରେ ରୋଜା ବା ଉପବାସ ଭାଙ୍ଗି ଇଫତାର୍ ମନାଇଥାନ୍ତି। ଇସଲାମ୍ ନିୟମ ଅନୁଯାୟୀ, ୧୨ ବର୍ଷରୁ ଉର୍ଦ୍ଧ୍ୱ ବୟସର ବ୍ୟକ୍ତି ରୋଜା ରଖନ୍ତି। ତେବେ ବୃଦ୍ଧବୃଦ୍ଧା ଓ ଅସୁସ୍ଥଙ୍କ ପାଇଁ ରୋଜା ରଖିବା ବାଧ୍ୟତାମୂଳକ ନୁହେଁ। ଏହି ମାସରେ ଦୁଃଖୀ ଦରିଦ୍ରଙ୍କୁ ଦାନ ଧର୍ମ କରିବାର ପରମ୍ପରା ରହିଛି। ମାସ ସାରା ଏଭଳି ଚାଲିବା ପରେ ଶେଷଦିନ ପାଳନ ହେବ ଇଦ୍। ପରମ୍ପରାର ସହର କଟକରେ ରମଜାନ୍ ପାଇଁ ଅନେକ ଆୟୋଜନ କରାଯାଇଛି।

Related story