ଶନିବାର ଓ ରବିବାର ଅଫିସ୍‌ ଖୋଲା ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି (ଶନିବାର) ଓ ରବିବାର ବାତ୍ୟା ପ୍ରଭାବିତ ୫ଟି ଜିଲ୍ଲାରେ ସମସ୍ତ ସରକାରୀ ଅଫିସ୍‌ ଖୋଲା ରହିବ। ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଅଫିସ୍ ଖୋଲା ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।  କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଅଫିସ୍ ଖୋଲା ରଖିବାକୁ କୁହାଯାଇଛି। ବାତ୍ୟାରେ ପୁରୀ ଓ ଖୋର୍ଦ୍ଧା ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ବେଳେ କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା କମ୍ ପ୍ରଭାବିତ […]

fanioffice

fanioffice

Manoranjan Sial
  • Published: Friday, 10 May 2019
  • Updated: 10 May 2019, 03:26 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି (ଶନିବାର) ଓ ରବିବାର ବାତ୍ୟା ପ୍ରଭାବିତ ୫ଟି ଜିଲ୍ଲାରେ ସମସ୍ତ ସରକାରୀ ଅଫିସ୍‌ ଖୋଲା ରହିବ। ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଅଫିସ୍ ଖୋଲା ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।  କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଅଫିସ୍ ଖୋଲା ରଖିବାକୁ କୁହାଯାଇଛି।

ବାତ୍ୟାରେ ପୁରୀ ଓ ଖୋର୍ଦ୍ଧା ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ବେଳେ କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା କମ୍ ପ୍ରଭାବିତ ହୋଇଛନ୍ତି। ବିଶେଷ କରି ପୁରୀ ଜିଲ୍ଲା ସହିତ ରାଜଧାନୀ ଭୁବନେଶ୍ୱର ଖିନ୍‌ଭିନ୍ ହୋଇଯାଇଛି। ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିବା ସହିତ ଅନେକ ଭିତ୍ତିଭୂମି ନଷ୍ଟ ହୋଇଯାଇଛି। ତା’ସହିତ ଅନେକ ଘରଦ୍ୱାର ଭାଙ୍ଗିଛି। କଟକ,ଭୁବନେଶ୍ୱରରେ ବିଦ୍ୟୁତ୍ ବ୍ୟବସ୍ଥାରେ ସାମାନ୍ୟ ସୁଧାର ଆସିଥିବା ବେଳେ ପୁରୀରେ ସ୍ଥିତି ବିଶେଷ କିଛି ବଦଳି ନାହିଁ। ଏବେ ବିଦ୍ୟୁତ୍ ଯୋଗାଣ ଓ ଜଳ ଯୋଗାଣ କାର୍ଯ୍ୟ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ତା’ସହିତ ଥଇଥାନ ଓ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି।

ଅନ୍ୟପକ୍ଷରେ ରାଜ୍ୟ ଏମର୍ଜେନ୍ସୀ ଅପରେସନ ସେଣ୍ଟର (SEOC) ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ‘ଫୋନି’ରେ ୫ ଲକ୍ଷ ୮ ହଜାର ୪୬୭ଟି ଘର ଭାଙ୍ଗିଯାଇଛି। ୧ କୋଟି ୫୦ ଲକ୍ଷ ୯୪ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ମୋଟ ୪୧ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏଥିରେ କେବଳ ପୁରୀର ୨୧ ଜଣ ଅଛନ୍ତି।  ସେହିଭଳି ୮୭ ଲକ୍ଷ ପଶୁପକ୍ଷୀ ପ୍ରଭାବିତ ହୋଇଥିବା ବେଳେ ୩୪ ଲକ୍ଷ ୫୨ ହଜାର ପଶୁପକ୍ଷୀଙ୍କ ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos