୩ରୁ ଖୋଲିବ ରାଜଧାନୀର ସବୁ ମଠ-ମନ୍ଦିର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡଜନିତ କଟକଣା ଯୋଗୁ ଗତ ୯ମାସ ଧରି ସର୍ବସାଧାରଣଙ୍କ ପାଇଁ ବନ୍ଦ ଥିବା ରାଜଧାନୀର ସମସ୍ତ ମଠ ମନ୍ଦିର ଓ ଧାର୍ମିକ ଅନୁଷ୍ଠାନକୁ ଖୋଲିବା ନିମନ୍ତେ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଅନୁମତି ଦେଇଛି। କେବଳ ଲିଙ୍ଗରାଜ ମନ୍ଦିରକୁ ଛାଡ଼ିଦେଲେ ରାଜଧାନୀର ସମସ୍ତ ଧାର୍ମିକ ଅନୁଷ୍ଠାନ ଆସନ୍ତା ୩ତାରିଖରୁ ଖୋଲିବ ବୋଲି ବିଏମସି ପକ୍ଷରୁ ଆଜି ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି। ତେବେ ଧାର୍ମିକ ଅନୁଷ୍ଠାନଗୁଡ଼ିକ ଏଥିପୂର୍ବରୁ ଲିଖିତ ଭାବେ ଅଣ୍ଡରଟେକିଂ ଦେବେ। ବିଏମସି କମିଶନର ପ୍ରେମଚାନ୍ଦ […]

temple

temple

Ranjit Kumar Jena
  • Published: Friday, 18 December 2020
  • Updated: 18 December 2020, 08:38 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡଜନିତ କଟକଣା ଯୋଗୁ ଗତ ୯ମାସ ଧରି ସର୍ବସାଧାରଣଙ୍କ ପାଇଁ ବନ୍ଦ ଥିବା ରାଜଧାନୀର ସମସ୍ତ ମଠ ମନ୍ଦିର ଓ ଧାର୍ମିକ ଅନୁଷ୍ଠାନକୁ ଖୋଲିବା ନିମନ୍ତେ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଅନୁମତି ଦେଇଛି। କେବଳ ଲିଙ୍ଗରାଜ ମନ୍ଦିରକୁ ଛାଡ଼ିଦେଲେ ରାଜଧାନୀର ସମସ୍ତ ଧାର୍ମିକ ଅନୁଷ୍ଠାନ ଆସନ୍ତା ୩ତାରିଖରୁ ଖୋଲିବ ବୋଲି ବିଏମସି ପକ୍ଷରୁ ଆଜି ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି। ତେବେ ଧାର୍ମିକ ଅନୁଷ୍ଠାନଗୁଡ଼ିକ ଏଥିପୂର୍ବରୁ ଲିଖିତ ଭାବେ ଅଣ୍ଡରଟେକିଂ ଦେବେ।

ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀ ଆଜି ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ଯେ ୧୫ତାରିଖରେ ବିଭିନ୍ନ ଷ୍ଟେକହୋଲଡରଙ୍କ ସହ ହୋଇଥିବା ବୈଠକ ପରେ ବିଏମସି ଅଂଚଳରେ ରହିଥିବା ଧାର୍ମିକ ଅନୁଷ୍ଠାନଗୁଡ଼ିକୁ କୋଭିଡ୍ ଗାଇଡଲାଇନକୁ ପାଳନ କରି ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସମସ୍ତ ମଠ-ମନ୍ଦିର ଓ ଧାର୍ମିକ ଅନୁଷ୍ଠାନଗୁଡ଼ିକ କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବେ। ଶ୍ରଦ୍ଧାଳୁମାନେ ୬ଫୁଟର ସାମାଜିକ ଦୂରତ୍ୱ ବଜାୟ ରଖିବେ। ଧାର୍ମିକ ଅନୁଷ୍ଠାନର କମିଟି ପକ୍ଷରୁ ହାତ ଧୋଇବା ଅବା ସାନିଟାଇଜ ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ରହିବ।

ମନ୍ଦିର ପରିସରରେ ପାନ ଓ ଗୁଟଖା ଛେପ ପକାଇବା ଉପରେ କଟକଣା ଜାରି ସହ ଏକ ସମୟରେ କେତେ ଶ୍ରଦ୍ଧାଳୁ ଧାର୍ମିକ ଅନୁଷ୍ଠାନ ଭିତରେ ରହିବେ ସେ ନେଇ ବିଏମସି ପକ୍ଷରୁ ଖୁବଶୀଘ୍ର ନିର୍ଦ୍ଦେଶନାମା ଜାରି ହେବ। ଅବଶ୍ୟ ୨୫ତାରିଖରେ ଖ୍ରୀଷ୍ଟମାସ ପାଳନ ନିମନ୍ତେ ଚର୍ଚ୍ଚଗୁଡ଼ିକୁ ଖୋଲିବା ପାଇଁ ସର୍ତ୍ତମୂଳକ ଅନୁମତି ଦିଆଯାଇଛି।

ସେହିପରି ଥଣ୍ଡା ଅବା ଅନ୍ୟ ଫ୍ଲୁରେ ପୀଡ଼ିତ ବ୍ୟକ୍ତିମାନଙ୍କ ସମେତ ୧୦ବର୍ଷ ବୟସର କମ୍ ଶିଶୁ, ଗର୍ଭବତୀ ମହିଳା, ବୟସ୍କ ବ୍ୟକ୍ତି ଓ ରୋଗୀ ବ୍ୟକ୍ତିମାନଙ୍କୁ ମନ୍ଦିର ଆସିବା ଉପରେ କଟକଣା ରହିଛି। ସେହିପରି ଯେଉର୍ମାନେ ବିଦେଶରୁ ଫେରିଛନ୍ତି ସେମାନେ ମନ୍ଦିର ଭିତରକୁ ଯିବା ପୂର୍ବରୁ କୋଭିଡ୍ ଗାଇଡଲାଇନ୍ ଓ କ୍ୱାରେଣ୍ଟାଇନ ପାଳନ କରିବେ। ଏସବୁ ନିୟମକୁ ଉଲ୍ଲଘଂନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story