ମନ୍ଦିର ଖୋଲିବା ଦାବିରେ ଆଜି ସକାଳ ୯ଟାରେ ବାଜିବ ଘଣ୍ଟଘଣ୍ଟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ସରକାର ମନ୍ଦିର ଖୋଲନ୍ତୁ ନ ହେଲେ ସେବାୟତଙ୍କୁ ଆର୍ଥିକ ସହାୟତା ଦିଅନ୍ତୁ ।” କରୋନା କଟକଣା ଭିତରେ ମନ୍ଦିର ଖୋଲିବାକୁ ସେବାୟତଙ୍କ ଏହି ଦାବି ନେଇ ଆଜି ବାଜିବ ଘଣ୍ଟଘଣ୍ଟା । ଆଜି ସକାଳ ୯ଟାରେ  ସମସ୍ତ ମନ୍ଦିର ଓ ସେବାୟତଙ୍କ ଘରେ ୯ ମିନିଟ ପାଇଁ ବାଜିବ ଘଣ୍ଟଘଣ୍ଟା । ଏଥିଲାଗି ପୂର୍ବରୁ ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଥିଲା ଓଡ଼ିଶା ମନ୍ଦିର ସେବାୟତ ସଂଘ। ଅପରପକ୍ଷେ  ଶ୍ରୀମନ୍ଦିର ଖୋଲିବାକୁ ଦାବି […]

ghanti

ghanti

Niharika Rout
  • Published: Wednesday, 07 October 2020
  • Updated: 07 October 2020, 08:37 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ସରକାର ମନ୍ଦିର ଖୋଲନ୍ତୁ ନ ହେଲେ ସେବାୟତଙ୍କୁ ଆର୍ଥିକ ସହାୟତା ଦିଅନ୍ତୁ ।” କରୋନା କଟକଣା ଭିତରେ ମନ୍ଦିର ଖୋଲିବାକୁ ସେବାୟତଙ୍କ ଏହି ଦାବି ନେଇ ଆଜି ବାଜିବ ଘଣ୍ଟଘଣ୍ଟା ।

ଆଜି ସକାଳ ୯ଟାରେ  ସମସ୍ତ ମନ୍ଦିର ଓ ସେବାୟତଙ୍କ ଘରେ ୯ ମିନିଟ ପାଇଁ ବାଜିବ ଘଣ୍ଟଘଣ୍ଟା । ଏଥିଲାଗି ପୂର୍ବରୁ ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଥିଲା ଓଡ଼ିଶା ମନ୍ଦିର ସେବାୟତ ସଂଘ।

ଅପରପକ୍ଷେ  ଶ୍ରୀମନ୍ଦିର ଖୋଲିବାକୁ ଦାବି କରି ଗତକାଲି ସିଂହଦ୍ୱାର ସମ୍ମୁଖରେ ଧାରଣାରେ ବସିଥିଲେ ସେବାୟତ।  ପୁରୀ ଉପଜିଲ୍ଲାପାଳ ଓ ଶ୍ରୀମନ୍ଦିର ନୀତି ପ୍ରଶାସକ ଧାରଣାରେ ବସିଥିବା ସେବାୟତଙ୍କ ସହ ଆଲୋଚନା କରିଥିଲେ  ।

ଛତିଶା ନିଯୋଗ ବୈଠକରେ ତର୍ଜମା କରାଯାଇ ଆର୍ଥିକ ସହାୟତା ଓ ଉତ୍ତର ଦ୍ୱାର ବାହାରେ କିଭଳି ମହାପ୍ରସାଦ ବିକ୍ରି ସହଜରେ ହୋଇପାରିବ ସେନେଇ ବ୍ୟବସ୍ଥା କରାଯିବ ବୋଲି ସେବାୟତଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଶାସନିକ ଅଧିକାରୀ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos