‘ଅସଞ୍ଜତ ଅବସ୍ଥାରେ ଥିଲେ ଫରେଷ୍ଟ ଗାର୍ଡ଼ ଓ ରେଞ୍ଜର, ଦେଖିଦେଲି ବୋଲି ପିଟିଲେ’

କରଞ୍ଜିଆ (ଦୀପକ କୁମାର ମହାନ୍ତ): ‘ରେଞ୍ଜ ଅଫିସ୍‌ରେ ରେଞ୍ଜର ଓ ଫରେଷ୍ଟ ଗାର୍ଡ଼ ଅସଞ୍ଜତ ଅବସ୍ଥାରେ ଥିଲେ। ଦେଖିଦେଲି ବୋଲି ମୋତେ ପିଟିଲେ।’ ଆଜି ଏପରି ଅଭିଯୋଗ ଆଣିଛନ୍ତି ଜଣେ ଫରେଷ୍ଟର, ଯାହାକୁ ମହିଳା ଫରେଷ୍ଟ ଗାର୍ଡ଼ ଓ ରେଞ୍ଜର ଖଣ୍ଡନ କରିଛନ୍ତି। ଏପରି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲାରୁ। ଅଭିଯୋଗ ଅନୁଯାୟୀ, ଠାକୁରମୁଣ୍ଡା ରେଞ୍ଜ କାର୍ଯ୍ୟାଳୟରେ ବୁଧବାର ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳନ ହୋଇଥିଲା। ପତାକା ଉତ୍ତୋଳନ ସରିବା ପରେ କେଶଡିହା ସେକ୍ସନର ଫରେଷ୍ଟର ଭାସ୍କର […]

Thakurmunda

Thakurmunda

Manoranjan Sial
  • Published: Thursday, 27 January 2022
  • Updated: 27 January 2022, 09:34 PM IST

Sports

Latest News

କରଞ୍ଜିଆ (ଦୀପକ କୁମାର ମହାନ୍ତ): ‘ରେଞ୍ଜ ଅଫିସ୍‌ରେ ରେଞ୍ଜର ଓ ଫରେଷ୍ଟ ଗାର୍ଡ଼ ଅସଞ୍ଜତ ଅବସ୍ଥାରେ ଥିଲେ। ଦେଖିଦେଲି ବୋଲି ମୋତେ ପିଟିଲେ।’ ଆଜି ଏପରି ଅଭିଯୋଗ ଆଣିଛନ୍ତି ଜଣେ ଫରେଷ୍ଟର, ଯାହାକୁ ମହିଳା ଫରେଷ୍ଟ ଗାର୍ଡ଼ ଓ ରେଞ୍ଜର ଖଣ୍ଡନ କରିଛନ୍ତି। ଏପରି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲାରୁ।

ଅଭିଯୋଗ ଅନୁଯାୟୀ, ଠାକୁରମୁଣ୍ଡା ରେଞ୍ଜ କାର୍ଯ୍ୟାଳୟରେ ବୁଧବାର ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳନ ହୋଇଥିଲା। ପତାକା ଉତ୍ତୋଳନ ସରିବା ପରେ କେଶଡିହା ସେକ୍ସନର ଫରେଷ୍ଟର ଭାସ୍କର ଚନ୍ଦ୍ର ଘଣାଙ୍କୁ ରେଞ୍ଜ ଅଧିକାରୀ କିଶୋର ପାଣିଗ୍ରାହୀ ଡାକି ଜାଇକା ପ୍ରକଳ୍ପର ଅଂଶଧନ ବାବଦକୁ ୪୦ ହଜାର ଟଙ୍କା ମାଗିଥିଲେ। ତେବେ ଶ୍ରୀ ଘଣା ପଇସା ଦେଇ ପାରିବେ ନାହିଁ ବୋଲି କହିଥିଲେ। ଏହାକୁ ନେଇ ରେଞ୍ଜ ଅଧିକାରୀ ଶ୍ରୀ ପାଣିଗ୍ରାହୀ ବିରକ୍ତି ପ୍ରକାଶ କରିଥିଲେ। ଏହା ପରେ ଶ୍ରୀ ଘଣା ଘରକୁ ପଳାଇଥିଲେ। କିନ୍ତୁ ଭୋଜି ଅଛି କହି ରେଞ୍ଜ ଅଧିକାରୀ ତାଙ୍କୁ ଅପରାହ୍ନରେ ପୁଣି ଡକାଇଥିଲେ।

ଭାସ୍କର ଚନ୍ଦ୍ର ଘଣାଙ୍କ କହିବା ଅନୁସାରେ ଅପରାହ୍ନରେ ରେଞ୍ଜ ଅଧିକାରୀ କିଶୋର ପାଣିଗ୍ରାହୀ ତାଙ୍କୁ ଫୋନ୍ କରିଥିଲେ। ଭୋଜି ଅଛି କହି ରେଞ୍ଜ ଅଫିସ୍‌କୁ ଡାକିଥିଲେ। ଏହା ପରେ ସେ ରେଞ୍ଜ ଅଫିସକୁ ଯାଇଥିଲେ। ତେବେ ସେଠାରେ ପହଞ୍ଚି ସେ ରେଞ୍ଜର କିଶୋର ପାଣିଗ୍ରାହୀ ଓ ଜଣେ ମହିଳା ଫରେଷ୍ଟ ଗାର୍ଡଙ୍କୁ ଅସଞ୍ଜତ ଅବସ୍ଥାରେ ଦେଖିଥିଲେ। ଧରାପଡ଼ିଯିବାରୁ ରେଞ୍ଜର ଓ ମହିଳା ଫରେଷ୍ଟ ଗାର୍ଡ ରାଗି ତାଙ୍କୁ ଗାଳି କରିଥିଲେ। ପରେ ଉଭୟ ମିଶି ତାଙ୍କୁ ନିର୍ଧୁମ ପିଟିଥିଲେ। ସେ ଗୁରୁତର ଆହତ ହୋଇଥିଲେ। ବହୁ କଷ୍ଟରେ ସେମାନଙ୍କ କବଳରୁ ମୁକୁଳି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଥିଲେ। ବୁଧବାର ସନ୍ଧ୍ୟାରୁ ଆଜି ପର୍ଯ୍ୟନ୍ତ ସେ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛନ୍ତି।

ଅନ୍ୟପକ୍ଷରେ ଫରେଷ୍ଟର ଶ୍ରୀ ଘଣାଙ୍କ ଅଭିଯୋଗର ଜବାବ ରଖିଛନ୍ତି ମହିଳା ଫରେଷ୍ଟ ଗାର୍ଡ। ସେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “ଶ୍ରୀ ଘଣାଙ୍କୁ ମାଡ଼ ମରା ଯାଇଥିବା ଘଟଣା ସମ୍ପୂର୍ଣ୍ଣ ମିଥ୍ୟା। ରେଞ୍ଜ ଅଧିକାରୀ ଗତକାଲି ଠାକୁରମୁଣ୍ଡାରେ ନଥିଲେ। ରେଞ୍ଜର ସାରଙ୍କ ସହିତ ମୋର ଦେଖା ହୋଇନାହିଁ। ଭାସ୍କର ଚନ୍ଦ୍ର ଘଣା ନିଶାରେ ଥିଲେ। ଚାଲିବା ଅବସ୍ଥାରେ ନଥିଲେ। ସେ ମୋତେ ଦୁର୍ବ୍ୟବହାର କରିବାରୁ ମୁଁ ଥାନାରେ ଏଫ୍‌ଆଇଆର୍‌ ଦେବାକୁ ଯିବି ବୋଲି କହିଥିଲି। ଏହା ପରେ ସେ ମୋତେ ଆକ୍ରମଣ କରିଥିଲେ। ମୋ’ ବିରୋଧରେ ଏକ ଷଡ଼ଯନ୍ତ୍ର ହୋଇଛି।”

ସେହିଭଳି ଫରେଷ୍ଟରଙ୍କୁ ମାଡ଼ ଅଭିଯୋଗକୁ ଖଣ୍ଡନ କରିଛନ୍ତି ରେଞ୍ଜ ଅଧିକାରୀ କିଶୋର ପାଣିଗ୍ରାହୀ। ‘ସେ ମୋର ଦୁଷ୍ମନ ନା କ’ଣ ତାଙ୍କୁ ମାଡ଼ ମାରିବି। ସେ ମୋର ଷ୍ଟାଫ୍‌, ତାଙ୍କୁ କାହିଁକି ମାଡ଼ ମାରିବି’ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos