କୁହୁଡି ହେଲା କାଳ; ଆମ୍ବୁଲାନ୍ସକୁ ପିଟିଲା ଆମ୍ବୁଲାନ୍ସ

ଭଦ୍ରକ(ପାର୍ଥସାରଥୀ ନାୟକ): କୁହୁଡି ହେଲା କାଳ।  ଆଜି ଭୋରରୁ ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଡାହାଣୀଗଢିଆ ନିକଟରେ ଘନ କୁହୁଡି ଯୋଗୁ ଏକ ଆମ୍ବୁଲାନ୍ସକୁ ପଛରୁ ଆସୁଥିବା ଆଉ ଏକ ଆମ୍ବୁଲାନ୍ସ ପିଟିଥିବା ଜଣାଯାଇଛି। ଏହି ଦୁର୍ଘଟଣା ଯୋଗୁ ୨ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଆମ୍ବୁଲାନ୍ସ ଦୁଇଟି କୋଲକାତାର ଦେବଡା ଅଞ୍ଚଳରୁ ଦୁଇ ପାରାଲିସିସ ରୋଗୀଙ୍କୁ ଧରି କଟକ ଅଭିମୁଖେ  ଆସୁଥିଲା । […]

ambulance

ambulance

Niharika Rout
  • Published: Wednesday, 12 February 2020
  • Updated: 12 February 2020, 09:12 AM IST

ଭଦ୍ରକ(ପାର୍ଥସାରଥୀ ନାୟକ): କୁହୁଡି ହେଲା କାଳ।  ଆଜି ଭୋରରୁ ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଡାହାଣୀଗଢିଆ ନିକଟରେ ଘନ କୁହୁଡି ଯୋଗୁ ଏକ ଆମ୍ବୁଲାନ୍ସକୁ ପଛରୁ ଆସୁଥିବା ଆଉ ଏକ ଆମ୍ବୁଲାନ୍ସ ପିଟିଥିବା ଜଣାଯାଇଛି। ଏହି ଦୁର୍ଘଟଣା ଯୋଗୁ ୨ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଆମ୍ବୁଲାନ୍ସ ଦୁଇଟି କୋଲକାତାର ଦେବଡା ଅଞ୍ଚଳରୁ ଦୁଇ ପାରାଲିସିସ ରୋଗୀଙ୍କୁ ଧରି କଟକ ଅଭିମୁଖେ  ଆସୁଥିଲା । ଡାହାଣୀଗଢିଆ ଛକ ନିକଟରେ ଏକ ଟ୍ରଲର ସାଇଡ ମାରିବାରୁ ଆଗରେ ଯାଉଥିବା ଆମ୍ବୁଲାନ୍ସକୁ ପଛ ଆମ୍ବୁଲାନ୍ସ କୁହୁଡ଼ି ଯୋଗୁ ଦେଖି ପାରି ନ ଥିଲା। ଫଳରେ ଦ୍ରୁତ ଗତିରେ ଯାଇ ପିଟି ଦେଇଥିଲା। ଏହି ଦୁର୍ଘଟଣାରେ ୨ ରୋଗୀଙ୍କ ସହ ଅନ୍ୟ ୨ ଜଣ ଆହତ ହୋଇଥିଲେ ।

ଭଦ୍ରକ ଟାଉନ ପୁଲିସ୍‌ ଆହତଙ୍କୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ସେମାନଙ୍କ ମଧ୍ୟରୁ ଜଣେ ରୋଗୀ ଓ ଅନ୍ୟ ଜଣେ ସମ୍ପର୍କୀୟଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ପଠାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos