ଭାରରେ ବୋହି ନଦୀ ପାର କରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଲେ

ନାରାୟଣପାଟଣା (ପି. ଗୋବିନ୍ଦ ରାଜୁ ସୁବୁଦ୍ଧି): ଥମୁନି ଜନନୀ ଯନ୍ତ୍ରଣା। ଗାଁକୁ ରାସ୍ତା ନଥିବାରୁ ପୁଣି ଜଣେ ଗର୍ଭବତୀ ଭାରରେ ବୁହା ହେଲେ। ରାଜ୍ୟର ବିଭିନ୍ନ ସ୍ଥାନରୁ ନିୟମିତ ବ୍ୟବଧାନରେ ଏମିତି ଖବର ଆସୁଥିବା ବେଳେ ଗତକାଲି ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍‌ ଅନ୍ତର୍ଗତ କାରିକୋନ ଗାଁରେ। ଗାଁକୁ ରାସ୍ତା ନଥିବାରୁ ଜଣେ ଗର୍ଭବତୀଙ୍କୁ ପ୍ରସବ ପାଇଁ ଦୁଇ କିଲୋମିଟର ଭାରରେ ବୋହି ନଦୀ ପାର କଲା ପରେ ସେଠାରୁ […]

cot

Jitendra Garnayak
  • Published: Friday, 11 January 2019
  • , Updated: 11 January 2019, 10:23 AM IST

ନାରାୟଣପାଟଣା (ପି. ଗୋବିନ୍ଦ ରାଜୁ ସୁବୁଦ୍ଧି): ଥମୁନି ଜନନୀ ଯନ୍ତ୍ରଣା। ଗାଁକୁ ରାସ୍ତା ନଥିବାରୁ ପୁଣି ଜଣେ ଗର୍ଭବତୀ ଭାରରେ ବୁହା ହେଲେ। ରାଜ୍ୟର ବିଭିନ୍ନ ସ୍ଥାନରୁ ନିୟମିତ ବ୍ୟବଧାନରେ ଏମିତି ଖବର ଆସୁଥିବା ବେଳେ ଗତକାଲି ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍‌ ଅନ୍ତର୍ଗତ କାରିକୋନ ଗାଁରେ। ଗାଁକୁ ରାସ୍ତା ନଥିବାରୁ ଜଣେ ଗର୍ଭବତୀଙ୍କୁ ପ୍ରସବ ପାଇଁ ଦୁଇ କିଲୋମିଟର ଭାରରେ ବୋହି ନଦୀ ପାର କଲା ପରେ ସେଠାରୁ ଆମ୍ବୁଲାନ୍ସରେ ଡାକ୍ତରଖାନା ନିଆଯାଇଥିଲା।

ଗତକାଲି କାରିକୋନ ଗାଁର ସୁବାଇ ନିରିକିୟାଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା। ଏନେଇ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। ତେବେ ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଘର ଯାଏ ପହଞ୍ଚି ପାରି ନ ଥିଲା। ଫଳରେ ସମ୍ପର୍କୀୟମାନେ ସୁବାଇଙ୍କୁ ଦୁଇ କିଲୋମିଟର ଭାରରେ ବୋହି ନେଇ ଝାଞ୍ଜିବତୀ ନଈ ପାର କରାଇଥିଲେ। ସେଠାରୁ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ନାରାୟଣପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା।

ନାରାୟଣପାଟଣାର ମେଡିକାଲ୍‌ ଅଫିସର ରୁଦ୍ର ପ୍ରସାଦ ବାଗ୍‌ କହିଛନ୍ତି,“ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଅଧା ବାଟରେ ଅଟକି ରହିଥିଲା। ଗର୍ଭବତୀଙ୍କୁ ଭାରରେ ବୁହାଯାଇ ଆମ୍ବୁଲାନ୍ସ ନିକଟକୁ ଅଣାଯାଇଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଅଛି।”

କାରିକୋନ ଗାଁ ନାରାୟଣପାଟଣା ଡାକ୍ତରଖାନାଠାରୁ ମାତ୍ର ୩ କିଲୋମିଟର ଦୂରରେ ଥିଲେ ମଧ୍ୟ ସେଠାକୁ ରାସ୍ତା ନ ଥିବାରୁ ଲୋକେ ଏମିତି ଦଶା ଭୋଗୁଛନ୍ତି। ପୁଣି ଝାଞ୍ଜିବତୀ ନଈ ଦୁର୍ଦ୍ଦଶାକୁ ଅଧିକ ବଢ଼ାଇ ଦିଏ।

ଗାଁକୁ ରାସ୍ତା ଖଣ୍ଡେ ତିଆରି କରିବା ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଦାବି କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

Related story