ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

ବାରିପଦା (ମାଣିକ ଲାଲ୍ ପାଣି): ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସି ଗଲା ୧୦୮ ଆମ୍ବୁଲାନ୍ସ। ବାରିପଦା-ଉଦଳା ରାସ୍ତାର କରତ୍ରିଆ ଛକରେ ଆମ୍ବୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ଭୋର୍ ପ୍ରାୟ ୪ଟା ବେଳେ ବଡ଼ସାହିର ଜଣେ ରୋଗୀଙ୍କୁ ବାରିପଦା ଡାକ୍ତରଖାନାରେ ଛାଡ଼ି ଫେରୁଥିବା ବେଳେ ଆମ୍ବୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘନ କୁହୁଡ଼ି ଯୋଗୁ ରାସ୍ତା ଦେଖା ନଯିବାରୁ ଆମ୍ବୁଲାନ୍ସ ରାସ୍ତା ତଳକୁ ଖସି ଗଲା ବୋଲି ଏହାର ଡ୍ରାଇଭର କହିଛନ୍ତି। ଆମ୍ବୁଲାନ୍ସଟି ରାସ୍ତା ତଳକୁ ଖସିବା ପରେ ବିପଜ୍ଜନକ […]

ambulance

ambulance

Jitendra Garnayak
  • Published: Friday, 21 December 2018
  • Updated: 21 December 2018, 02:55 PM IST

Sports

Latest News

ବାରିପଦା (ମାଣିକ ଲାଲ୍ ପାଣି): ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସି ଗଲା ୧୦୮ ଆମ୍ବୁଲାନ୍ସ। ବାରିପଦା-ଉଦଳା ରାସ୍ତାର କରତ୍ରିଆ ଛକରେ ଆମ୍ବୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ ହୋଇଛି।

ଆଜି ଭୋର୍ ପ୍ରାୟ ୪ଟା ବେଳେ ବଡ଼ସାହିର ଜଣେ ରୋଗୀଙ୍କୁ ବାରିପଦା ଡାକ୍ତରଖାନାରେ ଛାଡ଼ି ଫେରୁଥିବା ବେଳେ ଆମ୍ବୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘନ କୁହୁଡ଼ି ଯୋଗୁ ରାସ୍ତା ଦେଖା ନଯିବାରୁ ଆମ୍ବୁଲାନ୍ସ ରାସ୍ତା ତଳକୁ ଖସି ଗଲା ବୋଲି ଏହାର ଡ୍ରାଇଭର କହିଛନ୍ତି।

ଆମ୍ବୁଲାନ୍ସଟି ରାସ୍ତା ତଳକୁ ଖସିବା ପରେ ବିପଜ୍ଜନକ ସ୍ଥିତିରେ ରହିଥିଲା। ସୌଭାଗ୍ୟବଶତଃ ଏଥିରେ କାହାରି କିଛି କ୍ଷତି ହୋଇନି।

ଏହା ପୂର୍ବରୁ ଗତ ୧୪ ତାରିଖରେ ରୋଗୀ ଆଣିବାକୁ ଯିବା ବେଳେ ଉଦଳା-ବାରିପଦା ରାସ୍ତାର ପଥରା ଛକ ନିକଟରେ ଏକ ୧୦୮ ଆମ୍ବୁଲାନ୍ସ ରାସ୍ତାକଡ଼ରେ ଓଲଟି ପଡ଼ିଥିଲା। ଏଥିରେ ଆମ୍ବୁଲାନ୍ସ ଫାର୍ମାସିଷ୍ଟ ଆହତ ହୋଇଥିଲେ।

https://youtu.be/kr1nBiu19VA

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos