ଅମିତାଭ ଘୋଷଙ୍କ ଇଂରାଜୀ ଉପନ୍ୟାସ ‘ଫ୍ଲଡ୍ ଅଫ୍ ଫାୟାର’ ଉନ୍ମୋଚିତ

ଭୁବନେଶ୍ୱର: ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଲେଖକ ଅମିତାଭ ଘୋଷଙ୍କ ଇଂରାଜୀ ଉପନ୍ୟାସ ‘ଫ୍ଲଡ୍ ଅଫ୍ ଫାୟାର’  ଉନ୍ମୋଚିତ ହୋଇଛି। ଶନିବାର ଭୁବନେଶ୍ୱର ଆର୍ଯ୍ୟବେଦାନ୍ତ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ପୁସ୍ତକର ତୃତୀୟ ଭାଗକୁ ଉନ୍ମୋଚନ କରିଛନ୍ତି ଦୈନିକ ସମ୍ୱାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ। ଏହି ଅବସରରେ ଆୟୋଜିତ ମିଟ୍ ଦି ଅଥର୍ କାର୍ଯ୍ୟକ୍ରମରେ ଲେଖକ ଅମିତାଭ ଘୋଷ ଯୋଗଦେଇ ପୁସ୍ତକରେ ଥିବା ତଥ୍ୟ ସଂପର୍କରେ ଆଲୋକପାତ କରିଥିଲେ। ବିଶେଷ କରି ୧୮୩୯ ମସିହାରେ ବ୍ରିଟିଶ […]

vlcsnap-2015-08-09-08h09m29s659 - Copy

Rakesh Mallick
  • Published: Sunday, 09 August 2015
  • , Updated: 09 August 2015, 03:38 AM IST

ଭୁବନେଶ୍ୱର: ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଲେଖକ ଅମିତାଭ ଘୋଷଙ୍କ ଇଂରାଜୀ ଉପନ୍ୟାସ ‘ଫ୍ଲଡ୍ ଅଫ୍ ଫାୟାର’  ଉନ୍ମୋଚିତ ହୋଇଛି। ଶନିବାର ଭୁବନେଶ୍ୱର ଆର୍ଯ୍ୟବେଦାନ୍ତ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ପୁସ୍ତକର ତୃତୀୟ ଭାଗକୁ ଉନ୍ମୋଚନ କରିଛନ୍ତି ଦୈନିକ ସମ୍ୱାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ। ଏହି ଅବସରରେ ଆୟୋଜିତ ମିଟ୍ ଦି ଅଥର୍ କାର୍ଯ୍ୟକ୍ରମରେ ଲେଖକ ଅମିତାଭ ଘୋଷ ଯୋଗଦେଇ ପୁସ୍ତକରେ ଥିବା ତଥ୍ୟ ସଂପର୍କରେ ଆଲୋକପାତ କରିଥିଲେ। ବିଶେଷ କରି ୧୮୩୯ ମସିହାରେ ବ୍ରିଟିଶ ଶାସନ ସମୟରେ ଅଫିମ ବ୍ୟବସାୟକୁ ନେଇ ଚିନ୍ ଏବଂ ଭାରତ ମଧ୍ୟରେ ହୋଇଥିବା ଯୁଦ୍ଧ ସଂପର୍କରେ ବର୍ଣ୍ଣନା କରିଛନ୍ତି ଅମିତାଭ। ଯାହାର ମୁଖ୍ୟ ଚରିତ୍ର ଥିଲେ କେଭି ସିଂ ନାମକ ଜଣେ ଭାରତୀୟ ସୈନିକ ତଥା ହାବିଲଦାର। ବିଶିଷ୍ଟ ଚଳଚିତ୍ର ଅଭିନେତା ରାହୁଲ ବୋଷଙ୍କ ସହିତ ଏକ ସାକ୍ଷାତକାର କାର୍ଯ୍ୟକ୍ରମ ଅବସରରେ ନିଜର ପୁସ୍ତକ ଓ ଲେଖା ଶୈଳୀ ଉପରେ ସୂଚନା ଦେଇଥିଲେ ଅମିତାଭ। ତେବେ ସେ ସମୟରେ ବ୍ରିଟେନ୍ ଅପେକ୍ଷା ଚିନ୍ ଦ୍ୱାରା ଭାରତୀୟ ମାନେ ଅଧିକ ପ୍ରଭାବିତ ହେବା ସହିତ ଅନେକ ଓଡିଆ ବିଦେଶକୁ ଯାଉଥିଲେ ବୋଲି ନିଜ ବକ୍ତବ୍ୟରେ କହିଥିଲେ ଅମିତାଭ।

 

 

 

Related story