ଘୋଡ଼ା ରେଡ୍ଡୀ ଥିଲେ, ମାଲିକ ମିଳିଲେନି !

ରାଜନୀତିରେ ଲଢ଼େଇ ସବୁବେଳେ ରୋଚକ ହୋଇଥାଏ । ବିନା ସସ୍‌ପେନ୍ସ, ଆକ୍ସନ, ଫାଇଟ୍‌ରେ ଏକ ସିନେମା ଯେମିତି ବୋରିଂ ଓ ଫ୍ଲପ୍ ମନେ ହୁଏ, ଠିକ୍ ସେମିତି ରାଜନୀତି ମଧ୍ୟ । ମାନେ ବିନା ଯୁଦ୍ଧରେ ବିଜୟ ହାସଲ ଏକପ୍ରକାର ସ୍ୱାଦହୀନ । ଏହାର ତାଜା ଉଦାହରଣ ହେଉଛି ରାଜ୍ୟରେ ଚାରୋଟି ଆସନ ପାଇଁ ହେଉଥିବା ଚଳିତ ରାଜ୍ୟସଭା ନିର୍ବାଚନ । ଏବେ ରାଜ୍ୟସଭା ନର୍ବାଚନ ପାଇଁ ବିଜେଡି ପକ୍ଷରୁ ଦିଆଯାଇଥିବା ୪ ଜଣ ଯାକ ପ୍ରାର୍ଥୀ […]

yop

Tapas Behera
  • Published: Thursday, 12 March 2020
  • , Updated: 13 March 2020, 11:55 AM IST

ରାଜନୀତିରେ ଲଢ଼େଇ ସବୁବେଳେ ରୋଚକ ହୋଇଥାଏ । ବିନା ସସ୍‌ପେନ୍ସ, ଆକ୍ସନ, ଫାଇଟ୍‌ରେ ଏକ ସିନେମା ଯେମିତି ବୋରିଂ ଓ ଫ୍ଲପ୍ ମନେ ହୁଏ, ଠିକ୍ ସେମିତି ରାଜନୀତି ମଧ୍ୟ । ମାନେ ବିନା ଯୁଦ୍ଧରେ ବିଜୟ ହାସଲ ଏକପ୍ରକାର ସ୍ୱାଦହୀନ । ଏହାର ତାଜା ଉଦାହରଣ ହେଉଛି ରାଜ୍ୟରେ ଚାରୋଟି ଆସନ ପାଇଁ ହେଉଥିବା ଚଳିତ ରାଜ୍ୟସଭା ନିର୍ବାଚନ । ଏବେ ରାଜ୍ୟସଭା ନର୍ବାଚନ ପାଇଁ ବିଜେଡି ପକ୍ଷରୁ ଦିଆଯାଇଥିବା ୪ ଜଣ ଯାକ ପ୍ରାର୍ଥୀ ଏକପ୍ରକାର ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେବା ବିଜେଡି ପାଇଁ ଏକ ବିରାଟ ବିଜୟ ହୋଇପାରେ । କିନ୍ତୁ ରାଜନୀତି ଦୃଷ୍ଟିରେ ଏହା ଏକ ଫ୍ଲପ୍ ଶୋ ବୋଲି କୁହାଯାଇପାରେ । କିଛି ମାସ ତଳେ ମହାରାଷ୍ଟ୍ର ଏବଂ ଏବେ ହୋଲି ଅବସରରେ ମଧ୍ୟପ୍ରଦେଶ ରାଜନୀତିରେ ଯେମିତି ରଙ୍ଗ ଲାଗିଲା ଓଡ଼ିଶାରେ ସେମିତି କିଛି ଝଲକ ଦେଖିବାକୁ ମିଳିଲା ନାହିଁ । ଏଥର ରାଜ୍ୟସଭା ପାଇଁ ସବୁଠାରୁ ରୋଚକ ଥିଲା ଚତୁର୍ଥ ଆସନ । ଉଭୟ ସଂଖ୍ୟାର ଖେଳ ଓ ଚତୁର୍ଥ ଆସନ ପାଇଁ ବିଜେଡି ସ୍ଥିର କରିଥିବା ପ୍ରାର୍ଥୀଙ୍କୁ ନେଇ ବେଶ ଚର୍ଚ୍ଚା ହେଉଥିଲା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଥମ, ଦ୍ୱିତୀୟ, ତୃତୀୟ ଭାବେ  ମୁନା ଖାଁ, ସୁବାସ ସିଂ, ସୁଜିତ କୁମାରଙ୍କ ନାମ ଘୋଷଣା କରିଥିବା ବେଳେ ଚତୁର୍ଥ ପ୍ରାର୍ଥୀ ମମତା ମହାନ୍ତଙ୍କ ନାମ ଘୋଷଣା କରିଥିଲେ । ସଂଖ୍ୟା ଦୃଷ୍ଟିରୁ କେବେ ଏକନମ୍ୱର ଥିବା ଆଉ ଏବେ ଏକ ଅଙ୍କକୁ ଖସି ଆସିଥିବା କଂଗ୍ରେସ ହାତ ଟେକି ଦେଇଥିବା ବେଳେ ବିଜେପି ପଛଘୁଞ୍ଚା ଦେଲା ।

ଅର୍ଥାତ ଦୁଇ ଦଳ ପ୍ରାର୍ଥୀ ନଦେବାରୁ ବିଜେଡି ପକ୍ଷରୁ ଚତୁର୍ଥ ପ୍ରାର୍ଥୀଙ୍କ ବିଜୟ ବିନା ଯୁଦ୍ଧରେ ସୁଗମ ହୋଇଗଲା । ଯଦି ଭୋଟ ହୋଇଥାନ୍ତା ୧୪୭ ବିଧାୟକଙ୍କୁ ନେଇ ୩ ପ୍ରାର୍ଥୀଙ୍କୁ ପ୍ରଥମ ପସନ୍ଦ ଭୋଟ୍‌ରେ ଜିତାଇବା ପରେ ବିଜେଡି ପାଖରେ ଥିଲା୨୩ ବିଧାୟକଙ୍କ ସମର୍ଥନ । ସମାନ ସଂଖ୍ୟା ବିଜେପିର ଥିଲା । ତେଣୁ ଜିତିବା ପାଇଁ ଦରକାର ହେଉଥିବା ୩୦ ସଂଖ୍ୟା ସ୍ଥିତିରେ ଉଭୟଙ୍କୁ ଆଉ ୭ ବିଧାୟକଙ୍କ ସମର୍ଥନ ଦରକାର ଥିଲା ।

କଂଗ୍ରେସର ବିଧାୟକ ସଂଖ୍ୟା ୯ ଥିବାରୁ ଏମାନଙ୍କ  ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥାନ୍ତା । ତଥାପି ବିଜେପି ପାଖରେ ଏକପ୍ରକାର ସୁଯୋଗ ଥାଇ କାହିଁକି ହାତଛଡ଼ା କଲା ତାହା ଏକ ପ୍ରଶ୍ନ ହୋଇ ଥିଲେ ମଧ୍ୟ ଅସମାହିତ ନୁହେଁ । କାରଣ ବର୍ତ୍ତମାନ ବିଜେଡି-ବିଜେପିର ସମ୍ପର୍କ ମିଶାଣ କେତେ ଫେଡ଼ାଣ କେତେ ତାହା ସମସ୍ତଙ୍କୁ ଜଣା । ତେବେ ଚତୁର୍ଥ ପ୍ରାର୍ଥୀକୁ ନେଇ ଗଭୀର ଗବେଷଣା କରାଯାଏ ତେବେ ବହୁ ଗହନ କଥା ଆସିବ । ଗତ ଜୁନ୍ ମାସରେ ରାଜ୍ୟସଭା ନିର୍ବାଚନରେ ତୃତୀୟ ପ୍ରାର୍ଥୀଙ୍କୁ ନେଇ ରାଜନୀତି ବେଶ ରୋଚକ ହୋଇଥିଲା । ବିଜେଡି ପକ୍ଷରୁ  ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର ନାମ ଘୋଷଣା ପରେ ବିଜେପି ପକ୍ଷରୁ ତୃତୀୟ ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କ ନାମ ଘୋଷଣା କରାଯାଇଥିଲା ।

ତେବେ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ନବୀନ ଖୋଲାଖୋଲି ସମର୍ଥନ କରି ରାଜ୍ୟ ସ୍ୱାର୍ଥ ପାଇଁ ଏମିତି ନିଷ୍ପତ୍ତି ବୋଲି ଦ୍ୱାହି ଦେଇଥିଲେ । ହେଲେ ଆଇଏଏସ୍ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ନାମୀଦାମୀ ଖଣି କମ୍ପାନୀରେ ଉଚ୍ଚପଦପଦବୀରେ ରହିଆସିଥିବା ଅଶ୍ୱିନୀ ବୈଷ୍ଣବଙ୍କ ପାଇଁ ଉଭୟ ଦଳ କେଉଁ ଲାଭ ପାଇବେ ସେ ସମୟରେ ଖୁବ୍ ଚର୍ଚ୍ଚା ହୋଇଥିଲା ।

ଏବେ ଆସିବା ଏଥର ଚତୁର୍ଥ ପ୍ରାର୍ଥୀ ମମତା ମହାନ୍ତଙ୍କ ପାଖକୁ । ଅଶ୍ୱିନୀ ବୈଷ୍ଣବଙ୍କ ତୁଳନାରେ ମମତା ମହାନ୍ତ ସେମିତି ପ୍ରଶାସନିକ ପ୍ରତିପତ୍ତି, ହେଭିୱେଟ୍ ରାଜନେତା କିମ୍ୱା ଇଣ୍ଡଷ୍ଟ୍ରିଆଲିଷ୍ଟ ନୁହନ୍ତି । ଏସବୁ ବାଦେ ପଲଟିକାଲ ପ୍ରଫିଟ୍ ପାଇଁ ନବୀନ ଯେଉଁ କାର୍ଡ଼ଟି ଖେଳିଲେ ବୋଲି ଚର୍ଚ୍ଚା ହୁଏ ତାହା ହେଉଛି ମହିଳା ଓ କୁଡ଼ୁମୀ କାର୍ଡ଼ । ଅବଶ୍ୟ ମମତାଙ୍କ ଆଉ ଏକ ପରିଚୟ ହେଉଛି ସେ ମୟୂରଭଞ୍ଜ ଜିଲ୍ଲା ପରିଷଦ ପୂର୍ବତନ ସଦସ୍ୟା ଥିଲେ ।  ହେଲେ ଏଠି ନବୀନ ସବୁଠାରୁ ଯେଉଁ ଦିଗଟିକୁ ଧ୍ୟାନ ଦେଇଛନ୍ତି ତାହା ହେଉଛି କୁଡ଼ୁମୀ କାର୍ଡ । କାରଣ ମମତା କୁଡ଼ୁମୀ ସମୁଦାୟ ପକ୍ଷରୁ ନେତୃତ୍ୱ ନେଉଥିବା ବେଳେ ମୟୁରଭଞ୍ଜ ରାଜନୀତିରେ ବେଶ ଗୁରୁତ୍ୱ ବହନ କରେ । ଗତ ୨୦୧୯ ସାଧାରଣ ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାରେ ବିଜେଡ଼ିକୁ ଶକ୍ତ ଧକ୍କା ଲାଗିଥିଲା । ଅନ୍ୟପକ୍ଷରେ ଏହି କୁଡ଼ୁମୀ ସମ୍ପ୍ରଦାୟ ବିଜେପି ଭୋଟ୍ ବ୍ୟାଙ୍କର ସିଂହ ଭାଗ ବୋଲି ମଧ୍ୟ କୁହାଯାଉଛି । ଯାହାର ଝଲକ ପଞ୍ଚାୟତ ରାଜନୀତିରେ ଦେଖିବାକୁ ମିଳିଥିଲା । ଅର୍ଥାତ ବିଜେପି ଫାଇଦାରେ ରହିଥିଲା । ସେମିତି ଏବେ ବିଜେଡିର ଦ୍ୱିତୀୟ ମୁଖିଆ କୁହାଯାଉଥିବା ବବି ଦାସ ମୟୁରଭଞ୍ଜ କଥା ବୁଝୁଥିବା ବେଳେ ମମତାଙ୍କ ପ୍ରାର୍ଥିତ୍ୱର ପ୍ରସ୍ତାବ ସେ ଦେଇଥିବା ଚର୍ଚ୍ଚା ହେଉଛି । ଯାହାବି ହେଉ ମୟୁରଭଞ୍ଜରେ ବିଜେଡି ସଙ୍ଗଠନକୁ ମଜଭୁତ କରିବା ଲକ୍ଷରେ ଥିବା ବେଳେ ବିଜେପି ମଧ୍ୟ ସେଫ୍ ପଲଟିକ୍ସ ଖେଲିଛି । ଅର୍ଥାତ ଯଦି ବିଜେପି ପକ୍ଷରୁ ଏଥର ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ ଦିଆଯାଇଥାନ୍ତା ଆଉ କୌଣସି ମତେ ଯଦି ମମତାଙ୍କ ବିରୋଧରେ ସେ ଜିତି ଯାଇଥାନ୍ତେ ତେବେ ଏକ ରାଜନୈତିକ ନକରାତ୍ମକ ବାର୍ତ୍ତା ଯାଇଥାନ୍ତା ।

କୁହାଯାଇଥାନ୍ତା ବିଜେପି ହିଁ ମମତାଙ୍କୁ ହରାଇଲା । ଯାହାର ସିଧାସଳଖ ରାଜନୈତିକ ପ୍ରଭାବ ମୟୁରଭଞ୍ଜର କୁଡ଼ୁମୀ ସମ୍ପ୍ରଦାୟ ଉପରେ ପଡ଼ିଥାନ୍ତା । ତେଣୁ  ଛୋଟିଆ ଲାଭ ପାଇଁ ଏକ ବୃହତ୍ତର ସ୍ୱାର୍ଥକୁ ବଳି ପକାଇବା ପାଇଁ ବିଜେପି ଚାହିଁଲା ନାହିଁ । ତେଣୁ ଯେଉଁ ନେତାମାନେ ମହାରାଷ୍ଟ୍ରର ଏନ୍‌ସିପି ବିଧାୟକଙ୍କ ଭଳି ଫାଇଭ ଷ୍ଟାର ହୋଟେଲ ବୁଲିବା ଓ କୋଟି କୋଟି ଟଙ୍କାର ମୁଲଚାଲ ପାଇଁ ଆଶାରେ ଥିଲେ ସେମାନଙ୍କ ଆଶା କ୍ଷୀଣ ହୋଇଗଲା । ଗୋଟିଏ ବାକ୍ୟରେ କହିହେବ ଘୋଡ଼ା ରେଡ୍ଡୀ ଥିଲେ ହେଲେ ମାଲିକ ମିଳିଲେଣି ।

Related story