ବିଜୟଙ୍କ ପାଇଁ ଜାପାନ୍‌ରୁ ଆସିଲା ଶୁଭେଚ୍ଛା ବାର୍ତ୍ତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ସରିଯିବା ପରେ ସମସ୍ତଙ୍କ ନଜର ଆସନ୍ତାକାଲିର ପାଟକୁରା ନିର୍ବାଚନ ଉପରେ। ଏହି ନିର୍ବାଚନରେ ଦୁଇ ପ୍ରମୁଖ ଦଳ ବିଜେପି ଏବଂ ବିଜେଡି ମଧ୍ୟରେ ମୁଖ୍ୟତଃ ପ୍ରତିଦ୍ୱନ୍ଦ୍ୱିତା ହେବାକୁ ଥିବାବେଳେ ଅନ୍ୟ ଦଳର ପ୍ରାର୍ଥୀମାନେ ମଧ୍ୟ ଏହାକୁ ନେଇ ବେଶ୍‌ ଉତ୍ସାହୀ ଅଛନ୍ତି। ତେବେ ଏହି ନିର୍ବାଚନ ଏତେ ଚର୍ଚ୍ଚିତ ହେବାର ସବୁଠାରୁ ବଡ଼ କାରଣ ହେଉଛି ରାଜ୍ୟ ରାଜନୀତିର ବହୁଚର୍ଚ୍ଚିତ ନେତା ବିଜୟ ମହାପାତ୍ର ଏଥର ଏଠାରୁ ବିଜେପି ପ୍ରାର୍ଥୀ […]

japan

Subrat Kumar Nayak
  • Published: Friday, 19 July 2019
  • , Updated: 19 July 2019, 10:48 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ସରିଯିବା ପରେ ସମସ୍ତଙ୍କ ନଜର ଆସନ୍ତାକାଲିର ପାଟକୁରା ନିର୍ବାଚନ ଉପରେ। ଏହି ନିର୍ବାଚନରେ ଦୁଇ ପ୍ରମୁଖ ଦଳ ବିଜେପି ଏବଂ ବିଜେଡି ମଧ୍ୟରେ ମୁଖ୍ୟତଃ ପ୍ରତିଦ୍ୱନ୍ଦ୍ୱିତା ହେବାକୁ ଥିବାବେଳେ ଅନ୍ୟ ଦଳର ପ୍ରାର୍ଥୀମାନେ ମଧ୍ୟ ଏହାକୁ ନେଇ ବେଶ୍‌ ଉତ୍ସାହୀ ଅଛନ୍ତି। ତେବେ ଏହି ନିର୍ବାଚନ ଏତେ ଚର୍ଚ୍ଚିତ ହେବାର ସବୁଠାରୁ ବଡ଼ କାରଣ ହେଉଛି ରାଜ୍ୟ ରାଜନୀତିର ବହୁଚର୍ଚ୍ଚିତ ନେତା ବିଜୟ ମହାପାତ୍ର ଏଥର ଏଠାରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି।
https://www.facebook.com/kanhut/videos/2271801592904217/

ସାରା ରାଜ୍ୟରେ ବିଜୟଙ୍କ ପ୍ରଶଂସକ ରହିଛନ୍ତି। ସେ ଯେ କୌଣସି ଦଳରେ ଥା’ନ୍ତୁ ପଛେ ତାଙ୍କ ସାମ୍ବାଦିକ ସମ୍ମିଳନୀ ପାଇଁ ସମସ୍ତେ ଉତ୍ସୁକତାର ସହିତ ଅପେକ୍ଷା କରି ରହିଥା’ନ୍ତି। ତେବେ ଆସନ୍ତାକାଲି ସେ ନିର୍ବାଚନ ଲଢ଼ିବାକୁ ଯାଉଥିବାରୁ ତାଙ୍କର ଜଣେ ପ୍ରଶଂସକ ସୁଦୂର ଜାପାନରୁ ଏକ ବାର୍ତ୍ତା ପଠାଇଛନ୍ତି। ଏହା ବର୍ତ୍ତମାନ ମୋବାଇଲକୁ ମୋବାଇଲକୁ ଭାଇରାଲ ହେବାରେ ଲାଗିଛି।

କାଳୀପଦ ତ୍ରିପାଠୀ ନାମକ ଏହି ବ୍ୟକ୍ତି ଓଡ଼ିଆରେ ହିଁ ଏହି ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, “ଆମ ଓଡ଼ିଆ ଲୋକଙ୍କୁ ମୁଁ ଓଡ଼ିଆରେ ହିଁ କହିବି। ବର୍ତ୍ତମାନ ପାଟକୁରା ନାମକ ଏକ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବାର ଅଛି। ଏଥିରେ ବିଜୟ ମହାପାତ୍ର ବିପୁଳ ଭୋଟ୍‌ରେ ଜିତିବେ ବୋଲି ମୁଁ ନିଶ୍ଚିତ।”

ଏହାର କାରଣ ସ୍ୱରୂପ ସେ କହିଛନ୍ତି, “୧୯୯୯ ମହାବାତ୍ୟା ସମୟରେ ଆମେ ୨ ଦିନ ୨ ରାତି ଧରି ଛଟପଟ ହୋଇଛୁ। ଚୂଡ଼ା, ଚାଉଳ, ମୁଗ ଏବଂ ବିରି ସବୁ ନଷ୍ଟ ହୋଇଯାଇଥାଏ। ଖାଇବା ମିଳୁନଥାଏ। ସେହି ସମୟରେ ଜଣେ ଦରଦୀ ମଣିଷ ବା ମାନବର ବନ୍ଧୁ ହିସାବରେ ବିଜୟ ମହାପାତ୍ର ଆମ ପାଖରେ ପହଞ୍ଚିଥିଲେ। ସେ ଘର ଘର ବୁଲି ଲୋକଙ୍କୁ ଖାଇବା ବାଣ୍ଟୁଥା’ନ୍ତି। ପାଟକୁରାବାସୀ ଏହାକୁ କେବେ ମଧ୍ୟ ଭୁଲିଯିବେ ନାହିଁ। ଆସନ୍ତାକାଲି ଯେତେବେଳେ ସେମାନେ ଭୋଟ୍‌ ଦେବାକୁ ଯିବେ ଏହାର ପ୍ରଭାବ ନିଶ୍ଚୟ ପଡ଼ିବ।” ଏହାପରେ ସେ ଜଗନ୍ନାଥଙ୍କ ନିକଟରେ ମଧ୍ୟ ସେ ବିଜୟ ମହାପାତ୍ରଙ୍କ ବିଜୟ ପାଇଁ ପ୍ରାର୍ଥନା କରିଛନ୍ତି।

Related story