ଆସନ୍ତାକାଲି ଅଁଳା ନବମୀ: ଶ୍ରୀ ରାଧାପାଦ ଦର୍ଶନ ଲାଗି ସାକ୍ଷୀଗୋପାଳରେ ହେବ ଲକ୍ଷାଧିକ ଭକ୍ତଙ୍କ ସମାବେଶ

ପୁରୀ: ଆସନ୍ତାକାଲି ପବିତ୍ର ଅଁଳା ନବମୀ। ଶ୍ରୀ ରାଧାପାଦ ଦର୍ଶନ ଲାଗି ସାକ୍ଷୀଗୋପାଳରେ ଜମିବ ଲକ୍ଷାଧିକ ଭକ୍ତଙ୍କ ସମାବେଶ। ବର୍ଷକରେ ଥରେ ଏହି ତିଥିରେ ଭକ୍ତଙ୍କୁ ରାଧାପାଦ ଦର୍ଶନ ଓ ପାଦ ସ୍ପର୍ଶ କରିବାର ସୁଯୋଗ ମିଳିଥାଏ। ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏଥିପାଇଁ ୧୪ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି ବୋଲି ପୁରୀ ଏସପି କହିଛନ୍ତି।