ଫୋନି : ପ୍ରଶାସନିକସ୍ତରରେ ଛୋଟଧରଣର ଅଦଳବଦଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ବାତ୍ୟା ପ୍ରଭାବିତ ଖୋର୍ଦ୍ଧା ଜିଲ୍ଲାରେ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ରାଜ୍ୟ ସରକାର ପ୍ରଶାସନିକସ୍ତରରେ ଏକ ଛୋଟଧରଣର ଅଦଳବଦଳ କରିଛନ୍ତି। କୋରାପୁଟ ଡିଆରଡିଏର ଭାରପ୍ରାପ୍ତ ପ୍ରକଳ୍ପ ନିର୍ଦ୍ଦେଶକ ତଥା ଆଇଏଏସ୍ ମହମ୍ମଦ ଅବଦୁଲ ଅଖତରଙ୍କୁ ଖୋର୍ଦ୍ଧା ଜିଲ୍ଲା ଅର୍ବାନ ଡେଭଲପମେଣ୍ଟ ଏଜେନ୍ସୀ (ଡିୟୁଡିଏ) ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ସେଠାରେ କାର୍ଯ୍ୟ କରୁଥିବା ବରିଷ୍ଠ ଓଏଏସ ଅଫିସର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଯୁଗ୍ମ […]

ias

ias

Manoranjan Sial
  • Published: Thursday, 09 May 2019
  • Updated: 09 May 2019, 06:11 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ବାତ୍ୟା ପ୍ରଭାବିତ ଖୋର୍ଦ୍ଧା ଜିଲ୍ଲାରେ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ରାଜ୍ୟ ସରକାର ପ୍ରଶାସନିକସ୍ତରରେ ଏକ ଛୋଟଧରଣର ଅଦଳବଦଳ କରିଛନ୍ତି।

କୋରାପୁଟ ଡିଆରଡିଏର ଭାରପ୍ରାପ୍ତ ପ୍ରକଳ୍ପ ନିର୍ଦ୍ଦେଶକ ତଥା ଆଇଏଏସ୍ ମହମ୍ମଦ ଅବଦୁଲ ଅଖତରଙ୍କୁ ଖୋର୍ଦ୍ଧା ଜିଲ୍ଲା ଅର୍ବାନ ଡେଭଲପମେଣ୍ଟ ଏଜେନ୍ସୀ (ଡିୟୁଡିଏ) ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ସେଠାରେ କାର୍ଯ୍ୟ କରୁଥିବା ବରିଷ୍ଠ ଓଏଏସ ଅଫିସର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି। ସେହିପରି କୋରାପୁଟ ଜିଲ୍ଲା ଅର୍ବାନ ଡେଭଲପମେଣ୍ଟ ଏଜେନ୍ସୀ(ଡିୟୁଡିଏ)ର ଭାରପ୍ରାପ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଆଇଏଏସ ଅନନ୍ୟା ଦାସଙ୍କୁ ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର ଭାବେ ବଦଳି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos