Advertisment

ଶ୍ରୀବିଗ୍ରହଙ୍କ ସ୍ଥାନରେ ପୂଜା ପାଉଛନ୍ତି ପଟିଦିଅଁ, ଅର୍ପଣ ହେଉଛି ସରଳ ଖାଦ୍ୟ

ପୁରୀ(ଓଡ଼ିଶା ରିପୋର୍ଟର): ସୁନାକୂଅ ଓ ରୁପାକୂଅର ୧୦୮ ଗରା ପାଣିରେ ଦିବ୍ୟସ୍ନାନ କରିବା ପରେ ମହାପ୍ରଭୁମାନଙ୍କୁ ଘାରିଛି ଜ୍ୱର। ଗତକାଲି ସ୍ନାନ ପୂର୍ଣ୍ଣିମା ବିଳମ୍ବିତ ରାତ୍ରରେ ଶ୍ରୀବିଗ୍ରହମାନେ ଅଣସର ପିଣ୍ଡିକୁ ବାହୁଡ଼ା ବିଜେରେ ଆସିବା ପରେ ସେଠାରେ ତିନି ବାଡ଼ଗ୍ରାହୀ ଦଇତାପତିଙ୍କ ଦ୍ୱାରା ଶ୍ରୀଅଙ୍ଗରେ ଲାଗି ହୋଇଥିବା ରାହୁରେଖା ଓ ରତ୍ନଚିତା ଓଲାଗି କରିଥିଲେ। ଅଣସରପିଣ୍ଡିରେ ଠାକୁରମାନେ ବିରାଜ କରିବା ପରେ କୋଠ ସୁଆଁସିଆ ସେବକମାନ ଅଣସର ପିଣ୍ଡି ଚାରିପଟେ ବାଉଁଶ ତାଟି ଦ୍ୱାରା ଆବଦ୍ଧ କରିଥିଲେ। […]

ଶ୍ରୀବିଗ୍ରହଙ୍କ ସ୍ଥାନରେ ପୂଜା ପାଉଛନ୍ତି ପଟିଦିଅଁ, ଅର୍ପଣ ହେଉଛି ସରଳ ଖାଦ୍ୟ

Patidia

Advertisment

ପୁରୀ(ଓଡ଼ିଶା ରିପୋର୍ଟର): ସୁନାକୂଅ ଓ ରୁପାକୂଅର ୧୦୮ ଗରା ପାଣିରେ ଦିବ୍ୟସ୍ନାନ କରିବା ପରେ ମହାପ୍ରଭୁମାନଙ୍କୁ ଘାରିଛି ଜ୍ୱର। ଗତକାଲି ସ୍ନାନ ପୂର୍ଣ୍ଣିମା ବିଳମ୍ବିତ ରାତ୍ରରେ ଶ୍ରୀବିଗ୍ରହମାନେ ଅଣସର ପିଣ୍ଡିକୁ ବାହୁଡ଼ା ବିଜେରେ ଆସିବା ପରେ ସେଠାରେ ତିନି ବାଡ଼ଗ୍ରାହୀ ଦଇତାପତିଙ୍କ ଦ୍ୱାରା ଶ୍ରୀଅଙ୍ଗରେ ଲାଗି ହୋଇଥିବା ରାହୁରେଖା ଓ ରତ୍ନଚିତା ଓଲାଗି କରିଥିଲେ। ଅଣସରପିଣ୍ଡିରେ ଠାକୁରମାନେ ବିରାଜ କରିବା ପରେ କୋଠ ସୁଆଁସିଆ ସେବକମାନ ଅଣସର ପିଣ୍ଡି ଚାରିପଟେ ବାଉଁଶ ତାଟି ଦ୍ୱାରା ଆବଦ୍ଧ କରିଥିଲେ। କେବଳ ଧୁକୁଡ଼ି ଦ୍ୱାର ପାର୍ଶ୍ୱରେ ତାଟିର ଏକ କ୍ଷୁଦ୍ର ଦ୍ୱାର ରଖିଛନ୍ତି। ତାଟି ବାହାରେ ଏକ ବଡ଼ ଖଟ ରଖାଯାଇ ଶେଜ ପକାଇଥିଲେ। ମହାଜନ ସେବକମାନେ ଦକ୍ଷୀଣ ଘରୁ ଦୋଳଗୋବିନ୍ଦ, ରାମ, ନୃସିଂହ, ଭୂଦେବୀ, ଶ୍ରୀଦେବୀ, ମଦନମୋହନ ଓ ଶ୍ରୀକୃଷ୍ଣଙ୍କୁ ଉକ୍ତ ଖଟ ଉପରେ ବିଜେ କରାଇଥିଲେ। ବିଜେ ପ୍ରତିମାଙ୍କ ପଛ ପାର୍ଶ୍ୱରେ ଚିତ୍ରକର ସେବକଙ୍କ ଘରୁ ଆସିଥିବା ତିନି ଚିତ୍ର ପ୍ରତିମା ଯଥା ବସୁଦେବ, ଭୁବନେଶ୍ୱରୀ ଓ ନାରାୟଣଙ୍କ ଚିତ୍ର ପଟି ଅଣସର ତାଟିରେ ବନ୍ଧା ଯାଇଥିଲା।

Advertisment

ଆଜି ଏହି ଠାକୁରଙ୍କର ପଞ୍ଚାମୃତ ସ୍ନାନ ନୀତି ବଢ଼ିବା ପରେ ଅଣସର ବିଧି ପାରମ୍ପରିକ ନୀତିରେ ଆରମ୍ଭ ହୋଇଥିଲା। ଏହି ସମୟରେ ଉକ୍ତ ପଟ୍ଟଚିତ୍ର ଠାକୁର ଓ ଚଳନ୍ତି ପ୍ରତିମାଙ୍କ ନିକଟରେ ଶ୍ରୀମନ୍ଦିରର ଦୈନଦିନ ନୀତି ଚାଲିବ। ପ୍ରତ୍ୟହ ମଧ୍ୟାହ୍ନ ଧୂପ ନୀତି ପରେ ଅଣସର ତାଟିର ଧୁକୁଡ଼ି ଦ୍ୱାର ଦେଇ ଦଇତାପତି ସମୂହ ଶ୍ରୀବିଗ୍ରହଙ୍କର ଗୁପ୍ତ ସେବା କରିବେ। ଏହି ସେବକଙ୍କ ବ୍ୟତିତ ଅନ୍ୟ ସେବକମାନେ ମଧ୍ୟ ଏହି ସମୟରେ ଠାକୁରଙ୍କ ଦର୍ଶନ କରିପାରି ନ ଥାନ୍ତି।

ଜଣେ ବ୍ୟକ୍ତି ଜ୍ୱର ରୋଗରେ ପୀଡ଼ିତ ହେଲେ ଯେପରି ପଥି, ପାଚନ, ଔଷଧ ଆବଶ୍ୟକତା ପଡ଼ିଥାଏ, ଠିକ୍ ସେହିପରି ୧୫ ଦିନ ଧରି ଦାରୁବ୍ରହ୍ମ ଶ୍ରୀବିଗ୍ରହମାନଙ୍କ ସମସ୍ତ ସେବା ଦଇତାପତି ସେବକମାନେ ତୁଲାଇବେ। ଜ୍ୱର ରୋଗୀଙ୍କ ଭଳି ଶ୍ରୀବିଗ୍ରହଙ୍କୁ ସରଳ ଖାଦ୍ୟ ଯଥା ଲିଆ, ଛତୁ, ଗୁଡ଼-ଖଇ ଆଦି ଅର୍ପଣ କରାଯିବ। ଏହି ସମୟରେ ଠାକୁର ଶୁକ୍ଳ ବସ୍ତ୍ର ଓ ଶୁକ୍ଳ ପୁଷ୍ପ ଧାରଣ କରିବେ। ଏହି ସମୟରେ ଦଇତାପତିମାନେ ଏକବସ୍ତ୍ର ହୋଇ ମହାପ୍ରଭୁଙ୍କ ସେବା କରିବେ।

Advertisment

ଅଣସର ପର ଦ୍ୱିତୀୟା ତିଥିରେ ଶ୍ରୀଅଙ୍ଗରୁ ସେନାପଟା ଓ ଓଦାବସ୍ତ୍ର ଓଲାଗି, ଚତୁର୍ଥୀଦିନ ଶ୍ରୀଅଙ୍କ ଖୋଲା ଏବଂ ପଞ୍ଚମୀ ଦିନ ଫୁଲୁରି ତେଲ ଲାଗି, ୬ଷ୍ଠୀ ଠାରୁ ୯ମୀ ପର୍ଯ୍ୟନ୍ତ ଗୁପ୍ତ ସେବା, ଦଶମୀରେ ଠାକୁରମାନଙ୍କୁ ଚକା ଉପରେ ବିଜେ, ଏକାଦଶୀରେ ଚନ୍ଦନ ଲାଗି ଓ ଦଶମୂଳ ମୋଦକ ଲାଗି, ତ୍ରୟୋଦଶୀରେ ଖଳି ପ୍ରସାଦ ଓ ଖଡ଼ି ପ୍ରସାଦ ଲାଗି ହେବ। ଅନ୍ୟପଟେ ଏହି ୧୫ ଦିନ ମହାପ୍ରଭୁଙ୍କ ଠାରେ ପଣା ଓ ଚକଟା ଭୋଗ ଲାଗି କରାଯିବାକୁ ଥିବା ବେଳେ ପଟିଦିଅଁଙ୍କୁ ଅନ୍ନପ୍ରସାଦ ଭୋଗ କରାଯାଏ।

ଏହା ପରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ହେବ। ଏହା ପରଦିନ ବିଶ୍ୱପ୍ରସିଦ୍ଧ ନବଦିନାଙ୍କ ରଥଯାତ୍ରା ଅନୁଷ୍ଠିତ ହେବ।

ତେଣେ ଅଣସରରେ ମହାପ୍ରଭୁମାନଙ୍କ ଦର୍ଶନ ନ ପାଇ ଭକ୍ତଙ୍କ ଭିଡ଼ ବ୍ରହ୍ମଗିରି ଅଲାରନାଥଙ୍କ ନିକଟରେ ଜମିଛି। ବିଶ୍ୱାସ ରହିଛି ଏହି ୧୫ ଦିନ ଶ୍ରୀଅଲାରନାଥଙ୍କୁ ଦର୍ଶନ କଲେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ସମାନ ପୁଣ୍ୟଫଳ ମିଳିଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe