୨୨ ବର୍ଷ ପରେ ଆଜି ବିବନକୁ ଚିହ୍ନିବେ ଅଞ୍ଜନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଆଜି ହେବ ଅଭିଯୁକ୍ତ ବିବନ ବିଶ୍ୱାଳର ଟିଆଇ ପରେଡ୍। ଝାରପଡ଼ା ଜେଲ୍ ପରିସରରେ ଟିଆଇ ପରେଡ୍ ଲାଗି ସିବିଆଇର ସ୍ପେଶାଲ ଜଜ୍ ଅନୁମତି ଦେଇଛନ୍ତି। ସେପଟେ ବିବନକୁ ୨ ଦିନ ପାଇଁ ରିମାଣ୍ଡରେ ନେବାକୁ ମଧ୍ୟ ସିବିଆଇକୁ ଅନୁମତି ମିଳିଛି। ୪ ଓ ୫ ତାରିଖ ଦୁଇ ଦିନ ଲାଗି ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ସିବିଆଇ ସ୍ୱତନ୍ତ୍ର କୋର୍ଟ। ଅଭିଯୁକ୍ତ ବିବନ ବିଶ୍ୱାଳର TI […]

Biban Biswal & Anjana Mishra

Biban Biswal & Anjana Mishra

Madhupriya Mistry
  • Published: Wednesday, 03 March 2021
  • Updated: 03 March 2021, 12:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଆଜି ହେବ ଅଭିଯୁକ୍ତ ବିବନ ବିଶ୍ୱାଳର ଟିଆଇ ପରେଡ୍। ଝାରପଡ଼ା ଜେଲ୍ ପରିସରରେ ଟିଆଇ ପରେଡ୍ ଲାଗି ସିବିଆଇର ସ୍ପେଶାଲ ଜଜ୍ ଅନୁମତି ଦେଇଛନ୍ତି। ସେପଟେ ବିବନକୁ ୨ ଦିନ ପାଇଁ ରିମାଣ୍ଡରେ ନେବାକୁ ମଧ୍ୟ ସିବିଆଇକୁ ଅନୁମତି ମିଳିଛି।

୪ ଓ ୫ ତାରିଖ ଦୁଇ ଦିନ ଲାଗି ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ସିବିଆଇ ସ୍ୱତନ୍ତ୍ର କୋର୍ଟ। ଅଭିଯୁକ୍ତ ବିବନ ବିଶ୍ୱାଳର TI ପରେଡ ଲାଗି ଆବେଦନ ସହ ତାକୁ ୫ ଦିନ ରିମାଣ୍ଡରେ ନେବାକୁ ସିବିଆଇର ସ୍ପେଶାଲ CJM କୋର୍ଟରେ ସିବିଆଇ କୋଲକାତା ପକ୍ଷରୁ ଆବେଦନ କରାଯାଇଥିଲା।

ବିବନକୁ ରିମାଣ୍ଡରେ ନେଇ ଜେରା କରିବାକୁ ସିବିଆଇ ଯୋଜନା କରିଥିବା ବେଳେ ଏପଟେ ଏ ମାମଲାରେ ପ୍ରତିକ୍ରିୟା ରଖି ବିବନକୁ କିଏ ଫେରାର କଲା ସେ କଥା ସାମ୍ନାକୁ ଆସୁ ବୋଲି କହିଛନ୍ତି ଅଞ୍ଜନା ମିଶ୍ର । ସେ କହିଛନ୍ତି ୨୨ ବର୍ଷ ପରେ TI ପରେଡରେ ବିବନକୁ ଚିହ୍ନିବି, ତେବେ ସେ କାହା ପ୍ରରୋଚନାରେ ଏ କାଣ୍ଡ କରିଥିଲା ଏବଂ ୨୨ ବର୍ଷ ଧରି କାହା ଛତ୍ରଛାୟାରେ ଥିଲା ତାର ତଦନ୍ତ କରାଯାଇ ଷଡ଼ଯନ୍ତ୍ରକାରୀଙ୍କୁ ସିବିଆଇ ସାମ୍ନାକୁ ଆଣୁ ବୋଲି ଅଞ୍ଜନା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos