ବିବନଙ୍କୁ ବଞ୍ଚାଇଥିଲା କିଏ, ସତ ଓଗାଳିବ କି ସିବିଆଇ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ୨୨ ବର୍ଷ ପରେ ଧରିଛି କମିଶନରେଟ୍ ପୁଲିସ୍। ବିବନର ଗିରଫ ହେବା ପରେ ଏବେ ସମସ୍ତଙ୍କ ନଜର ସିବିଆଇ ଉପରେ ରହିଛି। କାରଣ ସିବିଆଇ ବିବନକୁ କେମିତି ଦୋଷୀ ସାବ୍ୟସ୍ତ କରୁଛି ଏବଂ ଅଞ୍ଜନାଙ୍କ ଷଡ଼ଯନ୍ତ୍ର ଥିଓରି ଉପରୁ କି ରହସ୍ୟ ଉନ୍ମୋଚନ କରୁଛି, ତାହା ଦେଖିବାକୁ ବାକି ରହିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଓ ତତ୍କାଳୀନ ଆଡଭୋକେଟ୍ […]

RRR-1

RRR-1

Ranjit Kumar Jena
  • Published: Tuesday, 23 February 2021
  • Updated: 23 February 2021, 09:07 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ୨୨ ବର୍ଷ ପରେ ଧରିଛି କମିଶନରେଟ୍ ପୁଲିସ୍। ବିବନର ଗିରଫ ହେବା ପରେ ଏବେ ସମସ୍ତଙ୍କ ନଜର ସିବିଆଇ ଉପରେ ରହିଛି। କାରଣ ସିବିଆଇ ବିବନକୁ କେମିତି ଦୋଷୀ ସାବ୍ୟସ୍ତ କରୁଛି ଏବଂ ଅଞ୍ଜନାଙ୍କ ଷଡ଼ଯନ୍ତ୍ର ଥିଓରି ଉପରୁ କି ରହସ୍ୟ ଉନ୍ମୋଚନ କରୁଛି, ତାହା ଦେଖିବାକୁ ବାକି ରହିଲା।

ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଓ ତତ୍କାଳୀନ ଆଡଭୋକେଟ୍ ଜେନେରାଲ ଇନ୍ଦ୍ରଜିତ୍ ରାଏଙ୍କ ଇଙ୍ଗିତରେ ହିଁ ଅଞ୍ଜନାଙ୍କ ସହ ଏତେବଡ଼ ଅମାନୁଷିକ କାଣ୍ଡ ଘଟାଇଥିଲେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ, ପ୍ରଦୀପ ସାହୁ ଓ ଧିରେନ୍ଦ୍ର ମହାନ୍ତି। ଖୋଦ୍ ଅଞ୍ଜନା ଏହି ଅଭିଯୋଗ ଆଣିଛନ୍ତି। ତେବେ ଅଞ୍ଜନା ଯାହାଙ୍କ ନାଁ ନେଉଛନ୍ତି, ସେ ଦୁହେଁ ଆଉ ଏ ଦୁନିଆରେ ନାହାନ୍ତି। ଏଭଳି ସ୍ଥିତିରେ ସିବିଆଇ ଏହି ଷଡ଼ଯନ୍ତ୍ର ଥିଓରୀକୁ କିଭଳି ଆଗକୁ ବଢ଼ାଇବ, ତାହା ସମସ୍ତଙ୍କ ମନରେ ପ୍ରଶ୍ନ।

୨୨ବର୍ଷ ପରେ ଧରାପଡ଼ିଥିବା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଠୁ ଏସବୁ ରହସ୍ୟ ସିବିଆଇ ଓଗାଳି ପାରିବ କି ନାହିଁ, ତାହା ବଡ଼ ପ୍ରଶ୍ନ। ତାସହ ବିବନ ଭଳି ଜଣେ ସାମାନ୍ୟ ଅପରାଧୀ ଓଡ଼ିଶାରୁ ଅନ୍ୟ ରାଜ୍ୟକୁ ଅନାୟସରେ ଫେରାର ହେବା ଓ ୨୨ବର୍ଷ ଧରି ଆରାମରେ ଲୁଚି ରହିବା ଘଟଣାକୁ ଅଞ୍ଜନା ସହଜରେ ଗ୍ରହଣ କରିପାରି ନାହାନ୍ତି। ଅଞ୍ଜନାଙ୍କ କହିବା ଅନୁଯାୟୀ, ବିବନଙ୍କ ପଛରେ ଥିଲା କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ। ପୁଲିସ୍ କମିଶନର ମଧ୍ୟ ବିବନକୁ ଫେରାର୍ କରାଇବାରେ ପଛରେ କୌଣସି ପ୍ରଭାବଶାଳୀଙ୍କ ଭୂମିକା ନେଇ ଇଙ୍ଗିତ କରିଥିଲେ। ବିଶେଷ କରି ମହାରାଷ୍ଟ୍ରରେ ସେ ନାଁ ବଦଳାଇ ରହିବା ପଛରେ କାହାର ଭୂମିକା ଥିଲା, ସେସବୁର ତଦନ୍ତ ହେବ।

ଅପରପକ୍ଷରେ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ପୁଲିସ କମିଶନରଙ୍କୁ ଆଜି ଭେଟିଛନ୍ତି ସିବିଆଇର ଦୁଇ ଅଧିକାରୀ। ସିବିଆଇର ଜଣେ ଅଧିକାରୀ ଓ ଜଣେ ଓକିଲ କମିଶନରଙ୍କୁ ଭେଟି ବିବନର ଗିରଫଦାରୀ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି।

ସେହିପରି ବିବନର ସ୍ତ୍ରୀ କହିଛନ୍ତି ଯେ ୨୨ ବର୍ଷ ଧରି ବିବନ୍‌ଙ୍କ ସହ ତାଙ୍କର କୌଣସି ସମ୍ପର୍କ ନ ଥିଲା। ବିବନର ସ୍ତ୍ରୀ କହିଛନ୍ତି, ସେ ଘରକୁ ଫେରି ନାହାନ୍ତି। ୨୨ ବର୍ଷ ହେଲା ସେ ଯାଇଥିବା ବେଳେ କେବେ ବି ଘରକୁ ଆସିନାହାନ୍ତି। ତାଙ୍କ ସହ ସମ୍ପର୍କ ତିକ୍ତ କରି ସାରିଛୁ। ସେ ମୋତେ କେବେ କିଛି ବି ଟଙ୍କା ଦେଇ ନାହାନ୍ତି। ମୋ ପିଲାଛୁଆଙ୍କୁ ବଡ଼ କରିବାକୁ ମୁଁ ଚେଷ୍ଟା ଚଳାଇଛି। ଜାଗାବାଡ଼ି ବିକି ମୁଁ ପିଲାଙ୍କୁ ବଞ୍ଚାଇଛି।”

ସୂଚନାଯୋଗ୍ୟ, ୧୯୯୯ ଜାନୁଆରୀ ୯ରେ ଅଞ୍ଜନା ମିଶ୍ରଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ଏହି ଘଟଣାରେ ପ୍ରଦୀପ ସାହୁ ଓ ଧୀରେନ୍ଦ୍ର ମହାନ୍ତି ଧରା ପଡ଼ିଥିବା ବେଳେ ବିବନ ଫେରାର ହୋଇଯାଇଥିଲା। ଏହି ଘଟଣାରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ନିଜ ପଦରୁ ଇସ୍ତଫା ଦେଇଥିଲେ।

ମେ’ ୫, ୧୯୯୯ରେ ସିବିଆଇ ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରିଥିଲା। ଏପ୍ରିଲ ୨୯, ୨୦୦୨ରେ ଖୋର୍ଦ୍ଧା ଜିଲ୍ଲା ଜଜ୍ ରାୟ ଶୁଣାଇ ଦୁଇ ଦୋଷୀ ପ୍ରଦୀପ ଏବଂ ଧିରେନ୍ଦ୍ରଙ୍କୁ ଆଜୀବନ ଜେଲ ଦଣ୍ଡ ଶୁଣାଇଥିଲେ। ଅନ୍ୟପକ୍ଷରେ ଓଡ଼ିଶା ଖସି ପଳାଇ ମହାରାଷ୍ଟ୍ରର ପୁନେରେ ନାମ ବଦଳାଇ ରହୁଥିଲା ବିବନ। ସେ ତା’ ନାଁ ଜଳନ୍ଧର ସ୍ୱାଇଁ ରଖିଥିଲା ଓ ପାଣି ପାଇପ୍ ମିସ୍ତ୍ରୀ ଭାବେ କାମ କରୁଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos