କରୋନାରେ ରାଜ୍ୟରେ ଆଉ ୧୦ ଜଣଙ୍କ ମୃତ୍ୟୁ, ୧୪୦ ଛୁଇଁଲା ସଂଖ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୧୦ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪୦ରେ ପହଞ୍ଚିଛି। ଏହି ୧୦ ମୃତକଙ୍କ ମଧ୍ୟରୁ ୬ ଜଣ (ଜଣେ ମହିଳା ଓ ୫ ପୁରୁଷ) ଗଞ୍ଜାମର ହୋଇଥିବା ବେଳେ ଗଜପତି, ଖୋର୍ଦ୍ଧା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଅଛନ୍ତି। ସେହିପରି ଭୁବନେଶ୍ୱରରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। […]

odisha1

odisha1

Jitendra Garnayak
  • Published: Sunday, 26 July 2020
  • Updated: 26 July 2020, 11:49 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୧୦ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪୦ରେ ପହଞ୍ଚିଛି।

ଏହି ୧୦ ମୃତକଙ୍କ ମଧ୍ୟରୁ ୬ ଜଣ (ଜଣେ ମହିଳା ଓ ୫ ପୁରୁଷ) ଗଞ୍ଜାମର ହୋଇଥିବା ବେଳେ ଗଜପତି, ଖୋର୍ଦ୍ଧା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଅଛନ୍ତି। ସେହିପରି ଭୁବନେଶ୍ୱରରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।

ଗଞ୍ଜାମର ୬ ମୃତକଙ୍କ ବୟସ ଯଥାକ୍ରମେ ୬୩, ୫୫, ୬୦, ୬୪, ୬୦ ଓ ୫୧ ବର୍ଷ। ୫୫ ବର୍ଷୀୟ ବ୍ୟକ୍ତି ଜଣଙ୍କ ଡାଇବେଟିସ୍ ଓ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡ଼ିତ ଥିଲେ। ସେହିପରି ୬୪ ବର୍ଷୀୟ ବୃଦ୍ଧ ଜଣକ କିଡ୍‌ନୀ ରୋଗରେ ମଧ୍ୟ ପୀଡ଼ିତ ଥିଲେ।

ଗଜପତିରେ ଯିଏ ପ୍ରାଣ ହରାଇଛନ୍ତି ତାଙ୍କୁ ୬୩ ବର୍ଷ ହୋଇଥିଲା। ସେ ଜଣେ ପୁରୁଷ ଥିଲେ ଓ ଡାଇବେଟିସ୍ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡ଼ିତ ଥିଲେ।

ସୁନ୍ଦରଗଡ଼ରେ ଜଣେ ୬୯ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ବେଳେ ସେ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡ଼ିତ ଥିଲେ। ଭୁବନେଶ୍ୱରରେ ଯେଉଁ ମହିଳାଙ୍କ ମୃତ୍ୟୁ ଘଟିଛି, ତାଙ୍କୁ ୫୮ ବର୍ଷ ହୋଇଥିଲା। ସେ ଡାଇବେଟିସ୍ ଓ ଉଚ୍ଚ ରକ୍ତଚାପ ସହିତ ଆଉ କିଛି ରୋଗରେ ପୀଡ଼ିତ ଥିଲେ। ଖୋର୍ଦ୍ଧା ଜିଲ୍ଲାରେ ପ୍ରାଣ ହରାଇଥିବା ଅନ୍ୟ ଜଣେ କରୋନା ରୋଗୀଙ୍କୁ ୩୫ ବର୍ଷ ହୋଇଥିଲା। ତେବେ ଉକ୍ତ ଯୁବକଙ୍କର ଅନ୍ୟ କୌଣସି ସ୍ୱାସ୍ଥ୍ୟ ଜନିତ ସମସ୍ୟା ନଥିଲା।


ଆଉ ୬ ଜଣଙ୍କ ମୃତ୍ୟୁ ସହିତ ଗଞ୍ଜାମ ଜିଲ୍ଲାରେ କରୋନା ମୃତକଙ୍କ ସଂଖ୍ୟା ୭୯ରେ ପହଞ୍ଚି ଯାଇଛି। ସେହିପରି ଖୋର୍ଦ୍ଧାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି ପାଇଥିବା ବେଳେ ଗଜପତିରେ ୯ ଓ ସୁନ୍ଦରଗଡ଼ରେ ୫କୁ ବୃଦ୍ଧି ପାଇଛି।

ଏଯାବତ୍ କରୋନା ଯୋଗୁ କଟକରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ରାୟଗଡ଼ାରେ ୪ ଜଣ ପ୍ରାଣ ହରାଇଛନ୍ତି।

ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ଅନୁଗୋଳରେ ୨ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। ସେହିପରି କରୋନା ଯୋଗୁ କନ୍ଧମାଳ, ନୟାଗଡ଼, ବରଗଡ଼, ଝାରସୁଗୁଡ଼ା ଓ ଯାଜପୁରରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି।

ରାଜ୍ୟରେ ଆହୁରି ୩୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ତେବେ ସେମାନଙ୍କ ମୃତ୍ୟୁର କାରଣ କୋରନା ନୁହେଁ ବୋଲି ସରକାର କହିଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫,୩୮୯ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୫,୯୮୨ ସୁସ୍ଥ ହୋଇସାରିଥିବା ବେଳେ ୯,୨୮୭ ଚିକିତ୍ସାଧୀନ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos