ଆରୋଗ୍ୟ ହେଲେ ୧୬୪୧ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆରୋଗ୍ୟ ହେଲେ ୧୬୪୧ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୪୮୫୭୬ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛି।
2 from Deogarh
1 each from Angul & BoudhThe total recovered cases of Odisha now stand at 48576
— H & FW Dept Odisha (@HFWOdisha) August 20, 2020
ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୬୫ ଜଣ ଅଛନ୍ତି। ସେହିପରି ଖୋର୍ଦ୍ଧାରୁ ୨୫୭, ସୁନ୍ଦରଗଡ଼ରୁ ୯୧, ଯାଜପୁରରୁ ୮୬, ଗଜପତିରୁ ୬୫, କଟକରୁ ୬୩, କୋରାପୁଟରୁ ୬୩, ମୟୂରଭଞ୍ଜରୁ ୬୦, କନ୍ଧାମାଳରୁ ୫୦, ରାୟଗଡ଼ାରୁ ୪୨, ନୟାଗଡ଼ରୁ ୪୧, ମାଲକାନଗିରିରୁ ୩୯, ବଲାଙ୍ଗିରିରୁ ୩୫, ଢେଙ୍କାନାଳରୁ ୩୩, ଜଗତସିଂହପୁରରୁ ୩୩, ବାଲେଶ୍ୱରରୁ ୩୧, କେନ୍ଦୁଝରରୁ ୨୯, ବରଗଡ଼ରୁ ୨୫, ଭଦ୍ରକରୁ ୨୪, ଝାରସୁଗୁଡ଼ାରୁ ୨୧, ପୁରୀରୁ ୨୧, ସମ୍ୱଲପୁରରୁ ୨୦, କଳାହାଣ୍ଡିରୁ ୧୬, କେନ୍ଦ୍ରାପଡ଼ାରୁ ୧୬, ନବରଙ୍ଗପୁରରୁ ୧୧, ଦେବଗଡ଼ରୁ ୨, ବୌଦ୍ଧ ଓ ଅନୁଗୋଳରୁ ଜଣେ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।