୨୦୩ କରୋନା ଆକ୍ରାନ୍ତ ସୁସ୍ଥ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆରୋଗ୍ୟ ହେଲେ ୨୦୩ ‘କରୋନା’ ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୫୭୦୫ ଜଣ ମହାମାରୀ ‘କରୋନା’ରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି।
6 from Mayurbhanj
5 from Rayagada
3 each from Balasore & Kandhamal
2 from Puri
1 each from Deogarh, Jharsuguda, Malkangiri, Keonjhar & NabarangpurThe total recovered cases of Odisha now stand at 5705
(2/2)— H & FW Dept Odisha (@HFWOdisha) July 3, 2020
ଆଜି ୨୦୩ ‘କରୋନା’ ଆକ୍ରାନ୍ତ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୮ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୩୭, ଗଜପତିରୁ ୧୯, କଟକରୁ ୧୮, ଜଗସିଂହପୁରରୁ ୧୮, ସମ୍ୱଲପୁରରୁ ୧୨, ସୁନ୍ଦରଗଡ଼ରୁ ୧୨, ଢେଙ୍କାନାଳରୁ ୧୦, ଯାଜପୁରରୁ ୮, ବରଗଡ଼ରୁ ୭, ମୟୂରଭଞ୍ଜରୁ ୬, ରାୟଗଡ଼ାରୁ ୫, ବାଲେଶ୍ୱରରୁ ୩, କନ୍ଧମାଳରୁ ୩, ପୁରୀରୁ ୨; ଦେବଗଡ଼, ଝାରସୁଗୁଡ଼ା, ମାଲକାନଗିରି, କେନ୍ଦୁଝର ଓ ନବରଙ୍ଗପୁରରୁ ଜଣେ ଲେଖାଏଁ ଆରୋଗ୍ୟ ହୋଇଛନ୍ତି।
ଆଜି ସୁଦ୍ଧା ରାଜ୍ୟରେ ‘କରୋନା’ରେ ୮୧୦୬ ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୨୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୭୦୫ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୨୪୦୧ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ୮ ଜଣ ‘କରୋନା’ରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।