ଆରୋଗ୍ୟ ହେଲେ ୭୨୮ କରୋନା ଆକ୍ରାନ୍ତ
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆରୋଗ୍ୟ ହେଲେ ୭୨୮ ‘କରୋନା’ ଆକ୍ରାନ୍ତ। ଏମାନଙ୍କୁ ମିଶାଇ ୧୫୯୨୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛି।
ଆଜି ସୁସ୍ଥ ହୋଇଥିବା ‘କରୋନା’ ଆକ୍ରାନ୍ତଙ୍କ ଭିତରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୯୧ ଜଣ ଅଛନ୍ତି। ସେହିପରି ଖୋର୍ଦ୍ଧାରୁ ୪୯, କଟକରୁ ୪୩, ବାଲେଶ୍ୱରରୁ ୩୩, ଯାଜପୁରରୁ ୩୨, ଗଜପତିରୁ ୨୩, ମୟୂରଭଞ୍ଜରୁ ୧୯, ଅନୁଗୋଳରୁ ୧୮, ଜଗତସିଂହପୁରରୁ ୧୭, ନୟାଗଡ଼ରୁ ୧୭, ସମ୍ୱଲପୁରରୁ ୧୧, ମାଲକାନଗିରିରୁ ୧୦, ବରଗଡ଼ରୁ ୭, ଢେଙ୍କାନାଳରୁ ୭, କେନ୍ଦ୍ରାପଡ଼ାରୁ ୭, ପୁରୀରୁ ୭, ସୁନ୍ଦରଗଡ଼ରୁ ୭, ବଲାଙ୍ଗିରିରୁ ୫, ଝାରସୁଗୁଡ଼ାରୁ ୫, ସୋନପୁରରୁ ୫, ଭଦ୍ରକରୁ ୪, ନବରଙ୍ଗପୁରରୁ ୪, କୋରାପୁଟରୁ ୩, ବୌଦ୍ଧରୁ ୨ ଓ କେନ୍ଦୁଝରରୁ ୨ ଜଣ ସୁସ୍ଥ ହୋଇଛନ୍ତି।
11 from Sambalpur
10 from Malkangiri
7 each from Baragarh Dhenkanal, Kendrapara, Puri
& Sundergarh
5 each from Bolangir, Jharsuguda & Sonepur
4 each from Bhadrak & Nabarangpur
3 from Koraput
2 each Boudh & KeonjharThe total recovered cases of #Odisha now stand at 15928.
— H & FW Dept Odisha (@HFWOdisha) July 25, 2020
ଆଜି ସୁଦ୍ଧା ‘କରୋନା’ରେ ୨୪୦୧୩ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୩୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫୯୨୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ୩୩ ଜଣ ‘କରୋନା’ରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।