ପୁଣି ସୁସ୍ଥ ହେଲେ ୭୩ ‘କରୋନା’ ଆକ୍ରାନ୍ତ, ସେମାନେ କେଉଁ ଜିଲ୍ଲାରେ ପଢ଼ନ୍ତୁ
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୭୩ ଜଣ ‘କରୋନା’ ଆକ୍ରାନ୍ତ ସୁସ୍ଥ ହେଲେ। ସେମାନଙ୍କ ଭିତରେ ବୌଦ୍ଧରୁ ୨୮, ପୁରୀରୁ ୧୧, କେନ୍ଦ୍ରାପଡ଼ାରୁ ୧୦, କଟକରୁ ୯, ଖୋର୍ଦ୍ଧାରୁ ୭, ମାଲକାନଗିରି ଓ ଅନୁଗୋଳରୁ ଦୁଇ ଜଣେ ଲେଖାଏଁ ଏବଂ ଗଞ୍ଜାମ, ବାଲେଶ୍ୱର, ଯାଜପୁର ଓ କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ୧୦୫୦ ଜଣ ‘କରୋନା’ ଆକ୍ରାନ୍ତ ସୁସ୍ଥ ହେଲେ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ଗଣମାଧ୍ୟମକୁ ସୂଚନା ଦେଇଛି।
Another 73 #Covid19 patients have recovered and are being discharged.
28 from Boudh
11 from Puri
10 from Kendrapara
9 from Cuttack
7 from Khurda
2 each from Malkangiri & Angul
1each from Ganjam, Balasore, Jajpur & Kandhamal.Total recovered cases of #Odisha now stand at 1050.
— H & FW Dept Odisha (@HFWOdisha) May 30, 2020
ସୂଚନାରୁ ପ୍ରକାଶ, ଆଜି ସୁଦ୍ଧା ରାଜ୍ୟରେ ୧୮୧୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୭୬୦ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ଅନେକ କ୍ୱାରେଣ୍ଟାଇନ୍ରେ ରହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।