ଆରୋଗ୍ୟ ହେଲେ ୮୦୭ ‘କରୋନା’ ଆକ୍ରାନ୍ତ, କେଉଁ ଜିଲ୍ଲାରେ କେତେ ପଢ଼ନ୍ତୁ
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରୁ ଆରୋଗ୍ୟ ହେଲେ ୮୦୭ ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୧୯୭୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛନ୍ତି।
14 from Kendrapara
14 from Mayurbhanj
13 from Bhadrak
12 from Khurdha
11 from Baragarh
10 from Malkangiri
7 each from Bolangir & Sambalpur
6 from Jharsuguda
4 from Dhenkanal
3 from Angul
1 each from Koraput & PuriThe total recovered cases of Odisha now stand at 19745.
— H & FW Dept Odisha (@HFWOdisha) July 30, 2020
ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୩୧ ଜଣ ଅଛନ୍ତି। ସେହିପରି କଟକରୁ ୬୨, ରାୟଗଡ଼ାରୁ ୪୭, ଗଜପତିରୁ ୩୪, କେନ୍ଦୁଝରରୁ ୨୯, ସୁନ୍ଦରଗଡ଼ରୁ ୨୪, ନୟାଗଡ଼ରୁ ୨୩, ଯାଜପୁରରୁ ୨୧, କନ୍ଧମାଳରୁ ୧୯, ବାଲେଶ୍ୱରରୁ ୧୪, କେନ୍ଦ୍ରାପଡ଼ାରୁ ୧୪, ମୟୂରଭଞ୍ଜରୁ ୧୪, ଭଦ୍ରକରୁ ୧୩, ଖୋର୍ଦ୍ଧାରୁ ୧୨, ବରଗଡ଼ରୁ ୧୧, ମାଲକାନଗିରିରୁ ୧୦, ବଲାଙ୍ଗିରିରୁ ୭, ସମ୍ୱଲପୁରରୁ ୭, ଝାରସୁଗୁଡ଼ାରୁ ୬, ଢେଙ୍କାନାଳରୁ ୪, ଅନୁଗୋଳରୁ ୩, କୋରାପୁଟ ଓ ପୁରୀରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।
ଆଜି ସୁଦ୍ଧା କରୋନାରେ ୩୦୩୭୮ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୬୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୯୭୪୫ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ୩୬ ଜଣ କରୋନାରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।