ଚାକିରି ଛାଡ଼ିଲେ ପୁଣି ଜଣେ ଆଇଏଏସ୍ : କାହିଁକି ଏ ବିବଶତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା କ୍ୟାଡ଼ରର ୧୯୯୧ ବ୍ୟାଚର ଆଇଏଏସ୍ ବିଜୟ ଅରୋରାଙ୍କୁ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ସେ ପ୍ରାୟ ୨ବର୍ଷ ୩ମାସ ଚାକିରି ଥାଇ ଅବସର ନେଇଛନ୍ତି। ଦୀର୍ଘ ବର୍ଷ ଧରି ରାଜ୍ୟ ସରକାରରେ ସେ ଅଣଦେଖା ହୋଇ ରହିଥିଲେ। ଆଇଏଏସ୍ ଏଲଏନ୍ ଗୁପ୍ତା ଓ ଗଗନ କୁମାର ଧଳଙ୍କ ଭଳି ଅଫିସରମାନେ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବର ଶିକାର ହୋଇ ନିଜ ଚାକିରି କାଳ ସରିବା […]

Vijaya

Vijaya

Ordigital Desk
  • Published: Monday, 28 March 2022
  • Updated: 28 March 2022, 06:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା କ୍ୟାଡ଼ରର ୧୯୯୧ ବ୍ୟାଚର ଆଇଏଏସ୍ ବିଜୟ ଅରୋରାଙ୍କୁ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ସେ ପ୍ରାୟ ୨ବର୍ଷ ୩ମାସ ଚାକିରି ଥାଇ ଅବସର ନେଇଛନ୍ତି। ଦୀର୍ଘ ବର୍ଷ ଧରି ରାଜ୍ୟ ସରକାରରେ ସେ ଅଣଦେଖା ହୋଇ ରହିଥିଲେ।

ଆଇଏଏସ୍ ଏଲଏନ୍ ଗୁପ୍ତା ଓ ଗଗନ କୁମାର ଧଳଙ୍କ ଭଳି ଅଫିସରମାନେ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବର ଶିକାର ହୋଇ ନିଜ ଚାକିରି କାଳ ସରିବା ପୂର୍ବରୁ ହିଁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି । ଏବେ ଏହି ତାଲିକାରେ ବିଜୟ ଅରୋରା ସାମିଲ ହୋଇଛନ୍ତି । ଅବଶ୍ୟ ନବୀନ ପଟ୍ଟନାୟକ ସରକାରରେ ବହୁ ଆଇଏଏସ୍ ଓ ଆଇପିଏସ୍ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି, କିନ୍ତୁ ସେମାନଙ୍କୁ ସରକାର ଅନ୍ୟତ୍ର ଥଇଥାନ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଶ୍ରୀ ଅରୋରାଙ୍କ ସ୍ୱେଚ୍ଛାକୃତ ଅବସର ଆବେଦନକୁ ରାଜ୍ୟ ସରକାର ମଞ୍ଜୁର କରିବା ସହ ୨୦୨୨ ମାର୍ଚ୍ଚ ୧ରୁ ତାଙ୍କୁ ଅବସର ନେବାକୁ ସୁଯୋଗ ଦେଇଛନ୍ତି। ସେ ସର୍ବଭାରତୀୟ ସେବା ରୁଲସ-୧୯୫୮ ଅନ୍ତର୍ଗତ ସେ ସମସ୍ତ ପ୍ରକାରର ଅବସରକାଳୀନ ସୁବିଧାସୁଯୋଗ ପାଇବେ। ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ସାଧାରଣ ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ୧୯୯୧ ବ୍ୟାଚର ଆଇଏଏସ୍ ବିଜୟ ଅରୋରାଙ୍କୁ ରାଜ୍ୟ ସରକାର ଦୀର୍ଘ ବର୍ଷ ଧରି ଅଣଦେଖା କରି ଆସୁଥିଲେ ଓ ସବୁବେଳେ ତାଙ୍କୁ ଅପେକ୍ଷାକୃତ ଗୁରୁତ୍ୱହୀନ ବିଭାଗର ଦାୟିତ୍ୱ ହିଁ ମିଳିଥିଲା। ୨୦୨୧ ଅକ୍ଟୋବର ୧୭ତାରିଖରେ ତାଙ୍କୁ ଅଚାନକ ସାଧାରଣ ଉଦ୍ୟୋଗ ବିଭାଗର ପ୍ରମୁଖ ସଚିବ ପଦବୀରୁ ହଟାଇ ସାଧାରଣ ପ୍ରଶାସନ(ଜିଏ) ବିଭାଗର ଓଏସଡି ଭାବେ ବଦଳି କରାଗଲା । ବିନା କାରଣରେ ସରକାର ତାଙ୍କୁ ସାଧାରଣ ପ୍ରଶାସନ ବିଭାଗରେ ବିନା କାର୍ଯ୍ୟରେ ବସାଇଥିଲେ ମଧ୍ୟ ୨୦୨୨ ଜାନୁୟାରୀରେ ତାଙ୍କୁ ମୁଖ୍ୟ ସଚିବ ପାହ୍ୟାକୁ ପଦୋନ୍ନତିକୁ ଅଟକାଇ ପାରିନଥିଲେ । ୧୯୯୧ ବ୍ୟାଚର ଆଇଏଏସ୍ ଅଫିସରମାନେ ମୁଖ୍ୟ ସଚିବ ପାହ୍ୟାକୁ ପଦୋନ୍ନତି ପାଇଥିଲେ । ଆଉ ଶ୍ରୀ ଅରୋରା ମୁଖ୍ୟ ସଚିବ ପାହ୍ୟାକୁ ଉନ୍ନୀତ ହୋଇ ଓଏସଡି ଭାବେ ସାଧାରଣ ପ୍ରଶାସନ ବିଭାଗ ଅଧୀନରେ କାର୍ଯ୍ୟ କରିବାକୁ ଅପମାନିତ ବୋଧ କରିଥିଲେ । ଆଉ ଏହି କାରଣରୁ ସରକାରୀ ଚାକିରିରୁ ଅବସର ନେବା ପାଇଁ ୨୦୨୨ ଫେବୃୟାରୀ ପ୍ରଥମ ସପ୍ତାହରେ ରାଜ୍ୟ ସରକାରଙ୍କୁ ଆବେଦନ କରିଥିଲେ ବୋଲି ଜଣାପଡ଼ିଛି।

ଶ୍ରୀ ଅରୋରାଙ୍କ ଆଇପିଏସ୍ ପତ୍ନୀ ରିତୁ ଅରୋରାଙ୍କୁ ମଧ୍ୟ ସରକାର ବିନା କାର୍ଯ୍ୟରେ ଦରମା ଦେଉଛନ୍ତି । ଅତିରିକ୍ତ ଡିଜି ପାହ୍ୟାର ରିତୁଙ୍କୁ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ମିଳିଛି । ଉଭୟ ପତି-ପତ୍ନୀଙ୍କ ବିରୁଦ୍ଧରେ ସେଭଳି କୌଣସି ସଙ୍ଗୀନ ଅଭିଯୋଗ ନଥିଲେ ମଧ୍ୟ ଉଭୟଙ୍କୁ ସରକାରୀ ରୋଷର ଶିକାର ହେବାକୁ ପଡ଼ିଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos