୩୦୦ରୁ ଅଧିକ ଗ୍ରାହକଙ୍କୁ ଚୂନ ଲଗାଇ ପରିଚାଳକ ଫେରାର

ନୂଆପଡ଼ା (ଓଡ଼ିଶା ରିପୋର୍ଟର):କିଓସ୍କ ବ୍ୟାଙ୍କିଙ୍ଗ୍ ନାଁରେ ବଡ଼ ଘୋଟାଲା । ଗ୍ରାହକଙ୍କୁ କୋଟିଏରୁ ଅଧିକ ଟଙ୍କାର ଚୂନ ଲଗାଇ ଫେରାର ହୋଇଯାଇଛି କିଓସ୍କ ପରିଚାଳକ। ଏକ ପ୍ରତିଷ୍ଠିତ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଗ୍ରାହକ ସେବା କେନ୍ଦ୍ର ଜରିଆରେ ଏଭଳି ଠକେଇର ଶିକାର ହୋଇଛନ୍ତି ନୂଆପଡ଼ାର ପ୍ରାୟ ୩ ଶହ ଲୋକ। ଜିଲ୍ଲାର କୁରୁମପୁରୀ କିଓସ୍କରେ ହୋଇଥିବା ଏହି ଠକେଇ ନେଇ ଏବେ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି ସାଧାରଣ ଗ୍ରାହକ। ନୂଆପ଼ଡ଼ା SBI ମୁଖ୍ୟ ଶାଖା ଅଧିନରେ ଜିଲ୍ଲାର କୁରୁମପୁରୀରେ […]

5321

5321

Tapas Behera
  • Published: Monday, 15 July 2019
  • Updated: 15 July 2019, 08:26 PM IST

Sports

Latest News

ନୂଆପଡ଼ା (ଓଡ଼ିଶା ରିପୋର୍ଟର):କିଓସ୍କ ବ୍ୟାଙ୍କିଙ୍ଗ୍ ନାଁରେ ବଡ଼ ଘୋଟାଲା । ଗ୍ରାହକଙ୍କୁ କୋଟିଏରୁ ଅଧିକ ଟଙ୍କାର ଚୂନ ଲଗାଇ ଫେରାର ହୋଇଯାଇଛି କିଓସ୍କ ପରିଚାଳକ। ଏକ ପ୍ରତିଷ୍ଠିତ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଗ୍ରାହକ ସେବା କେନ୍ଦ୍ର ଜରିଆରେ ଏଭଳି ଠକେଇର ଶିକାର ହୋଇଛନ୍ତି ନୂଆପଡ଼ାର ପ୍ରାୟ ୩ ଶହ ଲୋକ। ଜିଲ୍ଲାର କୁରୁମପୁରୀ କିଓସ୍କରେ ହୋଇଥିବା ଏହି ଠକେଇ ନେଇ ଏବେ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି ସାଧାରଣ ଗ୍ରାହକ।

ନୂଆପ଼ଡ଼ା SBI ମୁଖ୍ୟ ଶାଖା ଅଧିନରେ ଜିଲ୍ଲାର କୁରୁମପୁରୀରେ ଖୋଲିଥିବା ଗ୍ରାହକ ସେବା କେନ୍ଦ୍ରର ବଡ଼ ଧରଣର ଘୋଟାଲା ସାମ୍ନାକୁ ଆସିବା ପରେ ଆଜି ଏକାଠି ହୋଇଥିଲେ ଲୋକେ। ଅଭିଯୋଗ ଅନୁସାରେ କୁରୁମପୁରୀରେ ୨୦୧୬ରୁ ଖୋଲି ଥିଲା ଷ୍ଟେଟ୍ ବ୍ୟାଙ୍କର ଏ ଗ୍ରାହକ ସେବା କେନ୍ଦ୍ର । ଲୋକେ ଏଠାରେ ଟଙ୍କା ଜମା ଓ ଉଠାଣ କରୁଥିଲେ ହେଲେ ସପ୍ତାହେ ହେବ ଏହି କିଓସ୍କକୁ ବନ୍ଦ କରି ଛୁ ମାରିଛି ।

ଏହାର ପରିଚାଳକ  ଏପଟେ ଲୋକେ ଲିଙ୍କ୍ ଶାଖାରେ ସେବା ନପାଇ ମୁଖ୍ୟ ଶାଖାକୁ ଆସି ଜମା ଖାତା ଯାଞ୍ଚ୍ କରିବା ପରେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ।

କୁରୁମପୁରୀ SBI ଗ୍ରାହକ ସେବା କେନ୍ଦ୍ରରେ ପ୍ରାୟ ୩୦୦ରୁ ଅଧିକ ଲୋକେ ଠକେଇର ଶିକାର ହୋଇଥିବା ଜଣାପଡ଼ିଛି। ଅଭିଯୋଗ ହୋଇଛି, ଯେ କିଓସ୍କ ପରିଚାଳକ ଦାଶରଥୀ ସୁନାନୀ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଆଳ କରି ଗ୍ରାହକଙ୍କଠାରୁ ଡିପୋଜିଟ୍ ରଖି ଫେରାଇ ଦେଉଥିଲା । କେତେବେଳେ କମ୍ପ୍ୟୁଟର ଖରାପ ତ’ କେତେବେଳେ ଲିଙ୍କ୍ ନଥିବା କହି ଜମାଖାତାକୁ ଅପଡେଟ୍ କରୁନଥିଲା ଦାଶରଥୀ । ହେଲେ ଏବେ ଗ୍ରାହକ ସେବା କେନ୍ଦ୍ରରେ ତାଲା ଝୁଲିବା ପରେ ପରିଚାଳକଙ୍କ କାର୍ସାଦି ସାମ୍ନାକୁ ଆସିଛି। ଠକେଇର ଶିକାର ହୋଇଥିବା ଜାଣି ଗତକାଲି ଲଖନା ଥାନାରେ ଅଭିଯୋଗ କରିଥିଲେ ଲୋକେ। ଆଉ ଆଜି ମୁଖ୍ୟ ଶାଖା ପରିଚାଳକଙ୍କୁ ଘେରାଉ କରିଥିଲେ। ଏହି ହେରଫେର ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିବା ଶାଖା ପରିଚାଳକ ସଫେଇ ଦେଇଥିବା ବେଳେ ସେପଟେ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos