ସୁସ୍ଥ ହେଲେ ଆଉ ଦୁଇ ‘କରୋନା’ ଆକ୍ରାନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ପାଇଁ ଆସିଲା ଭଲ ଖବର। ଆଜି ଆଉ ଦୁଇ ‘କରୋନା’ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଉଭୟଙ୍କ ଘର ଭୁବନେଶ୍ୱର ଅଞ୍ଚଳର। ଆଜି ସେମାନଙ୍କ ରକ୍ତ ଓ ସ୍ୱାବ୍‌ ରିପୋର୍ଟ ନେଗେଟିଭ୍‌ ଆସିଛି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୨୧ ଜଣ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। ‘କରୋନା’ରେ ଆଜି ସୁଦ୍ଧା ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୯ ଜଣ ଆକ୍ରାନ୍ତ ହୋଇଥିଲେ। […]

corona

corona

Manoranjan Sial
  • Published: Friday, 17 April 2020
  • Updated: 17 April 2020, 09:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ପାଇଁ ଆସିଲା ଭଲ ଖବର। ଆଜି ଆଉ ଦୁଇ ‘କରୋନା’ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଉଭୟଙ୍କ ଘର ଭୁବନେଶ୍ୱର ଅଞ୍ଚଳର। ଆଜି ସେମାନଙ୍କ ରକ୍ତ ଓ ସ୍ୱାବ୍‌ ରିପୋର୍ଟ ନେଗେଟିଭ୍‌ ଆସିଛି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୨୧ ଜଣ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି।

‘କରୋନା’ରେ ଆଜି ସୁଦ୍ଧା ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୯ ଜଣ ଆକ୍ରାନ୍ତ ହୋଇଥିଲେ। ସେଥିରୁ ୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୩୮ ଜଣଙ୍କ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଆଜି ସୁସ୍ଥ ହୋଇଥିବା ଦୁଇ ଜଣଙ୍କୁ ମିଶାଇ କେବଳ ଭୁବନେଶ୍ୱରରେ ୧୪ ଜଣ ଆରୋଗ୍ୟ ଲାଭ କରିଛନ୍ତି। ମାତ୍ର ସେମାନେ ଭୁବନଶ୍ୱରର କେଉଁ ଅଞ୍ଚଳରେ ସେନେଇ ସ୍ୱାସ୍ଥ୍ୟ ବିଭାଗ କୌଣସି ସୂଚନା ଦେଇନାହିଁ।

ଅନ୍ୟପକ୍ଷରେ କେନ୍ଦ୍ର ସରକାର ଖୋର୍ଦ୍ଧାକୁ ହଟ୍‌ସ୍ପଟ୍‌ ଜିଲ୍ଲା ଭାବେ ଘୋଷଣା କରିଛନ୍ତି। ଏହା ପରେ ରାଜ୍ୟ ସରକାର ତତ୍ପର ହୋଇଛନ୍ତି। ବଢୁଥିବା ସଂକ୍ରମଣକୁ ଚେକ୍ ଦେବାକୁ ଭୁବନେଶ୍ୱର ପାଇଁ ସରକାର କରିଛନ୍ତି ସ୍ପେଶାଲ୍ ଷ୍ଟ୍ରାଟେଜିା ଏହା ଅନୁଯାୟୀ ଆସନ୍ତା ସପ୍ତାହେ ଭିତରେ ଭୁବନେଶ୍ୱରେ ୫ ହଜାର ଯାଏଁ ନମୁନା ପରୀକ୍ଷା କରାଯିବ। ଏଥିପାଇଁ ଲ୍ୟାବ୍‌ରେ ଉନ୍ନତୀକରଣ ସହ ବିଭିନ୍ନ ସ୍ଥାନରେ କ୍ୟାମ୍ପ ଏବଂ ଭ୍ୟାନ୍‌ରେ ବୁଲି ସାମ୍ପଲ ସଂଗ୍ରହ କରାଯିବ। ଯେଉଁମାନେ ବିଦେଶରୁ କିମ୍ବା ରାଜ୍ୟ ବାହାରୁ ଫେରିଥିବେ, ଯାହାଙ୍କ ପାଖରେ କରୋନା ଲକ୍ଷଣ ଦେଖାଯିବ କିମ୍ବା କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବେ, ଗୁରୁତର ଶ୍ୱାସ ରୋଗୀ, ଥଣ୍ଡା, ସର୍ଦ୍ଦି ହୋଇଥିଲେ, ଦେଶର ବିଭିନ୍ନ ହଟସ୍ପଟରୁ ଫେରିଥିବା ଲୋକେ ଏବଂ ସାମାଜିକ ଦ୍ଦୂରତ୍ୱ ନମାନି ଚଳୁଥିବା ବ୍ୟକ୍ତିଙ୍କୁ ପ୍ରାଥମିକତା ଭିତ୍ତିରେ ନମୁନା ସଂଗ୍ରହ କରାଯିବ। ଦ୍ୱିତୀୟରେ କୋଭିଡ୍ ହସ୍ପିଟାଲ୍‌ରେ କାର୍ଯ୍ୟରତ କର୍ମଚାରୀ, ସ୍ୱାସ୍ଥ୍ୟ କର୍ମୀ, ପୁଲିସ୍ ଓ ପରିମଳ କର୍ମଚାରୀ ରହିଛନ୍ତି। ତୃତୀୟରେ ୬୦ ବର୍ଷରୁ ଅଧିକ ବୟସ୍କ ଏବଂ ମଧୁମେହ, ହୃଦ୍‌ରୋଗ, କିଡ୍‌ନୀ, ଉଚ୍ଚ ରକ୍ତଚାପ ଭଳି ରୋଗରେ ଆକ୍ରାନ୍ତ ଓ ଚତୁର୍ଥରେ ରାଉଣ୍ଡରେ ଟେଷ୍ଟ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos