ଅନ୍ତର୍ଜାତୀୟ ଯୋଗ ଦିବସରେ ବିଶ୍ୱ ରେକର୍ଡ ଲାଗି ଏନସିସି ପ୍ରସ୍ତୁତ

ଭୁବନେଶ୍ୱର: ଜାତୀୟ ଶିକ୍ଷାର୍ଥୀ ବାହୀନ (ଏନସିସି) ବିଶ୍ୱର ସବୁଠାରୁ ବଡ ଯୋଗ ଶିବିର ଆୟୋଜନ କରିବାକୁ ଯାଉଛି । ଗୋଟିଏ ଦିନରେ ଦେଶର ଲାକ୍ଷାଦୀପ, ପୋର୍ଟ ବ୍ଲେୟର, ଲେହ, କୁଚ୍ଛ, କନ୍ୟାକୁମାରୀ ଓ ଉତ୍ତର-ପୂର୍ବ ଭାରତରେ ଏକକାଳୀନ ଆୟୋଜିତ ହେବାକୁ ଯାଉଛି ଏହି ଶିବିର । ଜୁନ ୨୧ ତାରିଖରେ ବିଶ୍ୱ ରେକର୍କ ହେବାକୁ ଯାଉଥିବା ଏହି ଯୋଗ ଶିବିରରେ ୧୦ ଲକ୍ଷରୁ ଅଧିକ କ୍ୟାଡେଡ ସାମିଲ ହେବେ । ଦେଶର ୨୦୦୦ ସ୍ଥାନରେ ଏକା ସମୟରେ […]

NCC

Rakesh Mallick
  • Published: Saturday, 20 June 2015
  • , Updated: 20 June 2015, 09:35 AM IST

ଭୁବନେଶ୍ୱର: ଜାତୀୟ ଶିକ୍ଷାର୍ଥୀ ବାହୀନ (ଏନସିସି) ବିଶ୍ୱର ସବୁଠାରୁ ବଡ ଯୋଗ ଶିବିର ଆୟୋଜନ କରିବାକୁ ଯାଉଛି । ଗୋଟିଏ ଦିନରେ ଦେଶର ଲାକ୍ଷାଦୀପ, ପୋର୍ଟ ବ୍ଲେୟର, ଲେହ, କୁଚ୍ଛ, କନ୍ୟାକୁମାରୀ ଓ ଉତ୍ତର-ପୂର୍ବ ଭାରତରେ ଏକକାଳୀନ ଆୟୋଜିତ ହେବାକୁ ଯାଉଛି ଏହି ଶିବିର । ଜୁନ ୨୧ ତାରିଖରେ ବିଶ୍ୱ ରେକର୍କ ହେବାକୁ ଯାଉଥିବା ଏହି ଯୋଗ ଶିବିରରେ ୧୦ ଲକ୍ଷରୁ ଅଧିକ କ୍ୟାଡେଡ ସାମିଲ ହେବେ । ଦେଶର ୨୦୦୦ ସ୍ଥାନରେ ଏକା ସମୟରେ ଏହାକୁ ଆୟୋଜନ କରାଯିବ । ଏଥିପାଇଁ ଓଡ଼ିଶା ଏନସିସି ନିର୍ଦ୍ଦେଶାଳୟ ତରଫରୁ ଏପ୍ରିଲ ୧ରୁ ୧୫ଦିନଆ ଆୟୁଷ ମନ୍ତ୍ରଣାଳୟ ସହଯୋଗରେ ଯୋଗ ତାଲିମ ଶିବିର ଆୟୋଜନ କରାଯାଇଥିଲା । ବିଶ୍ୱ ଯୋଗ ଦିବସରେ ରାଜ୍ୟର ୪୭ହଜାର କ୍ୟାଡେଡ ୯୨ଟି ସ୍ଥାନରେ ଯୋଗ ପ୍ରଦର୍ଶନ କରିବେ ।

ଜାନୁୟାରୀ ୨୮ ତାରିଖରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନିଜର ଏକ ରାଲିରେ ଏନସିସି କ୍ୟାଡେଡଙ୍କୁ ଉଦବୋଧନ ଦେଇ ବିଶ୍ୱ ଯୋଗ ଦିବସ ବିଶ୍ୱ ରେକର୍ଡ କରିବାକୁ ଆହ୍ୱାନ ଦେଇଥିଲେ । ଏହାକୁ ଏନସିସି ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ପ୍ରସ୍ତୁତି ଆରମ୍ଭ କରିଦେଇଥିଲା । ଏଥିପାଇଁ ଗତ ଏପ୍ରିଲରୁ ଜୁନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଏନସିସି କ୍ୟାଡେଡମାନଙ୍କ ପାଇଁ ତାଲିମ ଶିବିର ଆୟୋଜନ କରାଯାଇଥିଲା । ଦେଶର ୨୭୦୦ ସ୍ଥାନରେ ହୋଇଥିବା ଏହି ତାଲିମ ଶିବିର ଲାଗି ୧୮୦୦ ତାଲିମଦାତାଙ୍କୁ ନିଯୁକ୍ତି ଦିଆଯାଇଥିଲା । ଦେଶ ଓ ୟୁନିୟନ ଟେରିଟୋରିର ୧୭ଟି ନିର୍ଦ୍ଦେଶାଳୟ ପକ୍ଷରୁ ଏହାକୁ କାର୍ଯ୍ୟକାରୀ କରାଯାଉଛି ।

Related story