ମହିଳା ସାମ୍ବାଦିକ ଆଣିଥିବା ସଙ୍ଗୀନ୍‌ ଅଭିଯୋଗକୁ ଭିତ୍ତିହୀନ କହିଲେ ଅନୁଭବ

କଟକ(ଓଡ଼ିଶା ରିପୋର୍ଟର):ସିନେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଜଣେ ମହିଳା ସାମ୍ବାଦିକ ପୁରୀଘାଟ ଥାନାରେ କରିଥିବା ଅଭିଯୋଗ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ନିଜେ ଅନୁଭବ। ତାଙ୍କ ନାଁରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ସେ କହିଛନ୍ତି। କେହି ଆମକୁ ବଦନାମ କରିବା ପାଇଁ ଏଭଳି କରିଥାଇ ପାରନ୍ତି ବୋଲି ଅନୁଭବ କହିଛନ୍ତି। ଅନୁଭବ କହିଛନ୍ତି, ୨ ଦିନ ତଳେ ରାତିରେ ଜଣେ ମହିଳା ମୋ ଘରକୁ ଆସି ପାଟିତୁଣ୍ଡ କରି ଉତ୍ପାତ […]

456

Tapas Behera
  • Published: Friday, 14 June 2019
  • , Updated: 14 June 2019, 10:28 PM IST

କଟକ(ଓଡ଼ିଶା ରିପୋର୍ଟର):ସିନେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଜଣେ ମହିଳା ସାମ୍ବାଦିକ ପୁରୀଘାଟ ଥାନାରେ କରିଥିବା ଅଭିଯୋଗ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ନିଜେ ଅନୁଭବ। ତାଙ୍କ ନାଁରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ସେ କହିଛନ୍ତି। କେହି ଆମକୁ ବଦନାମ କରିବା ପାଇଁ ଏଭଳି କରିଥାଇ ପାରନ୍ତି ବୋଲି ଅନୁଭବ କହିଛନ୍ତି।

ଅନୁଭବ କହିଛନ୍ତି, ୨ ଦିନ ତଳେ ରାତିରେ ଜଣେ ମହିଳା ମୋ ଘରକୁ ଆସି ପାଟିତୁଣ୍ଡ କରି ଉତ୍ପାତ କରୁଥିଲେ। ତାଙ୍କୁ ବହୁତ ବୁଝେଇବାକୁ ଚେଷ୍ଟା କରିଥିଲୁ। ଆମେ ହିଁ ଫୋନ୍‌ କରି ପୁଲିସକୁ ଡକାଇ ଥିଲୁ। ପିସିଆର ଆସିଥିଲା। କାରଣ ରାତି ଗୋଟାଏ ବେଳେ ଜଣେ ମହିଳାଙ୍କୁ ଘରେ ବସାଇ କଥା ହେବାଟା ମୁଁ ଅନୁଚିତ ମନେ କଲି। ଯଦି କୌଣସି ପ୍ରସଙ୍ଗ ଥିଲା ସେ ତାଙ୍କ ଘର ଲୋକଙ୍କ ସହ ଆସିପାରିଥାନ୍ତେ ବୋଲି ମୁଁ କହିଥିଲି। ମୋ ସହ ମୋ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ଥିଲେ। ସେ ବି ତାଙ୍କୁ ବହୁତ ବୁଝାଇବାକୁ ଚେଷ୍ଟା କଲେ। କିନ୍ତୁ ତାଙ୍କର ଉଦ୍ଦେଶ୍ୟ ବୋଧହୁଏ କିଛି ଅଲଗା ଥିଲା। ପୁଲିସ ଆସିଲା ଏବଂ ତାଙ୍କୁ ନେଇଯାଇଥିଲା। ଆଜି ଶୁଣୁଛି ହଠାତ୍‌ ଏକ ମାମଲା ମୋ ନାଁରେ ରୁଜୁ ହୋଇଛି। ମୁଁ କେମିତିକା ମଣିଷ ଓ ମୋର ବ୍ୟବହାର କ’ଣ, ତାହା ଲୋକେ ଜାଣିଛନ୍ତି। ପୁଲିସ ଏ ବିଷୟରେ ତଦନ୍ତ କରୁଛି। ମୋ ଭାଇଙ୍କ ନାମରେ ଯାହା ଅଭିଯୋଗ ଆସିଛି ତାହା ମଧ୍ୟ ଭିତ୍ତିହୀନ।

ମୋ ସାନଭାଇ ତାଙ୍କୁ ଚିହ୍ନିନାହାନ୍ତି। ମହିଳା ଜଣକ କାହା ଇଙ୍ଗିତରେ ମଧ୍ୟ ଏଭଳି ଅଭିଯୋଗ କରିଥାଇପାରନ୍ତି। ରାଜନୀତିରେ ଅଛି ବୋଲି ଏଭଳି ଘଟଣା ଘଟୁଛି। ପୁଲିସ ଘଟଣାର ତଦନ୍ତ କରୁ, ଆଇନ ସମସ୍ତଙ୍କ ପାଇଁ ସମାନ। ସେହିପରି ମହିଳା ଜଣଙ୍କୁ ଆଦୌ ଦୁର୍ବ୍ୟବହାର କରାଯାଇ ନଥିବା ଅନୁଭବ କହିଛନ୍ତି।

ସୂଚନା ଅନୁଯାୟୀ, କଟକର ସସ୍ମିତା ଆଚାର୍ଯ୍ୟ କଟକ ପୁରୀଘାଟ ଥାନାରେ ଅନୁଭବ ଓ ତାଙ୍କ ଭାଇ ଅନୁପ୍ରାସ ମହାନ୍ତିଙ୍କ  ନାଁରେ ଅଭିଯୋଗ କରିଛନ୍ତି।ଅଭିଯୋଗ ଅନୁଯାୟୀ, ଅନୁଭବଙ୍କ ଭାଇ ଅନୁପ୍ରାସ ତାଙ୍କୁ ଦୀର୍ଘ ଦୁଇ ବର୍ଷ ଧରି କମେଣ୍ଟ ମାରିବା ସହ ହଇରାଣ କରି ଆସୁଥିଲେ। ଗତ ୧୨ ତାରିଖ ରାତିରେ ସେ ଏନେଇ ଗୁହାରି କରିବାକୁ ଅନୁଭବଙ୍କ ଘରକୁ ଯାଇଥିଲେ। ହେଲେ ସେଠାରେ ଅନୁଭବ ମଧ୍ୟ ତାଙ୍କୁ ଦୁର୍ବ୍ୟବହାର କରିଥିଲେ।

Related story