ପାରିବାରିକ ବିବାଦ, ବର୍ଷାଙ୍କୁ ଝଟକା

କଟକ(ଓଡ଼ିଶା ରିପୋର୍ଟର): ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦ ମାମଲାରେ ବର୍ଷାଙ୍କ ଆବେଦନ ଖାରଜ କଲେ କଟକ ଫ୍ୟାମିଲି କୋର୍ଟ। ବିନା ଶୁଣାଣିରେ ଛାଡ଼ପତ୍ର ମାମଲାକୁ ଖାରଜ ଆବେଦନ କରିଥିଲେ ବର୍ଷା। ତେବେ କୋର୍ଟ କହିଛନ୍ତି ଯେ, ବିନା ଶୁଣାଣିରେ ଆବେଦନ ଖାରଜ ହୋଇପାରିବ ନାହିଁ। ଛାଡ଼ପତ୍ର ମାମଲା ନେଇ ଫ୍ୟାମିଲି କୋର୍ଟରେ ଆବେଦନ କରିଥିଲେ ଅନୁଭବ।  ଏହାକୁ ବିନା ଶୁଣାଣିରେ ଖାରଜ ପାଇଁ ଆବେଦନ କରିଥିଲେ ବର୍ଷା। ତେବେ କୋର୍ଟ […]

anubhav & Barsha priyadarshini

anubhav & Barsha priyadarshini

Tapas Behera
  • Published: Tuesday, 31 August 2021
  • Updated: 31 August 2021, 08:46 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦ ମାମଲାରେ ବର୍ଷାଙ୍କ ଆବେଦନ ଖାରଜ କଲେ କଟକ ଫ୍ୟାମିଲି କୋର୍ଟ। ବିନା ଶୁଣାଣିରେ ଛାଡ଼ପତ୍ର ମାମଲାକୁ ଖାରଜ ଆବେଦନ କରିଥିଲେ ବର୍ଷା। ତେବେ କୋର୍ଟ କହିଛନ୍ତି ଯେ, ବିନା ଶୁଣାଣିରେ ଆବେଦନ ଖାରଜ ହୋଇପାରିବ ନାହିଁ। ଛାଡ଼ପତ୍ର ମାମଲା ନେଇ ଫ୍ୟାମିଲି କୋର୍ଟରେ ଆବେଦନ କରିଥିଲେ ଅନୁଭବ।  ଏହାକୁ ବିନା ଶୁଣାଣିରେ ଖାରଜ ପାଇଁ ଆବେଦନ କରିଥିଲେ ବର୍ଷା। ତେବେ କୋର୍ଟ କହିଛନ୍ତି ଯେ, ଅନୁଭବଙ୍କ ପକ୍ଷରୁ ଆବେଦନରେ ଅନେକ କିଛି ଫ୍ୟାକ୍ଟ ରହିଛି। ଯାହା ଶୁଣାଣି ହେବ। ତେଣୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାକୁ ଖାରଜ କରିହେବ ନାହିଁ। ଏହାର ପରବର୍ତ୍ତି ଶୁଣାଣି ସେପ୍ଟେମ୍ବର ୧୪ରେ ରହିଛି। ପୂର୍ବରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ କଳହକୁ ନେଇ ଫ୍ୟାମିଲି କୋର୍ଟରେ ମାମଲା ଚାଲିଥିବା ବେଳେ ଏହାର ତ୍ୱରିତ ଶୁଣାଣି ନିର୍ଦ୍ଦେଶ ପାଇଁ ଆବେଦନ କରିଥିଲେ ଅନୁଭବ ମହାନ୍ତି। ମାତ୍ର ଅନୁଭବଙ୍କ ଏହି ଆବେଦନର ଅନ୍ତ ଘଟାଇଛନ୍ତି ହାଇକୋର୍ଟ। ପାରିବାରିକ ଅଦାଲତରେ ବିଚାର ଆରମ୍ଭ ହୋଇଥିବାରୁ ମାମଲାର ଅନ୍ତ ଘଟାଇଛନ୍ତି ହାଇକୋର୍ଟ । ପତ୍ନୀ ବର୍ଷାଙ୍କ ସହ ହୋଇଥିବା ପାରିବାରିକ ବିବାଦକୁ ନେଇ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ ଅନୁଭବ।

ବିବାହ ବିଚ୍ଛେଦ ମାମଲାର ଚୂଡ଼ାନ୍ତ ଶୁଣାଣି ପାଇଁ ସେ ଆବେଦନ କରିଥିଲେ। ଚୂଡ଼ାନ୍ତ ଶୁଣାଣି ନେଇ ସମୟ ନିର୍ଦ୍ଧାରଣ କରିବାକୁ ସେ ଆବେଦନ କରିଥିଲେ। ଗତ କିଛି ଦିନ ହେବ ନିୟମିତ ବ୍ୟବଧାନରେ ଉଭୟଙ୍କ ମଧ୍ୟରେ କୋର୍ଟରେ ବୁଝାମଣା ଚାଲିଥିବା ବେଳେ ଉଭୟଙ୍କ ମଧ୍ୟରେ ସମ୍ମତି ହୋଇପାରି ନାହିଁ। ଉଭୟଙ୍କ ଭିତରେ ଆପୋଷ ସମାଧାନ ପାଇଁ ପ୍ରକ୍ରିୟା ଚାଲିଥିବା ବେଳେ ତାହା ଫଳପ୍ରଦ ହୋଇପାରି ନ ଥିଲା। ଅପରପକ୍ଷେ, ଅନୁଭବ ଏହାର ତ୍ୱରିତ ଶୁଣାଣି ପାଇଁ ଆବେଦନ କରିଥିଲେ। ଆପୋଷ ବୁଝାମଣା ସମ୍ଭବ ହୋଇପାରୁ ନ ଥିବା ହୃଦୟଙ୍ଗମ କରି ଏହାର ତ୍ୱରିତ ବିଚାର ପ୍ରକ୍ରିୟାକୁ କୋର୍ଟ ପକ୍ଷରୁ ରଦ୍ଦ କରିଦିଆଯାଇଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ପୂର୍ବରୁ ଜୁଲାଇ ୯ ତାରିଖରେ ଦୁହେଁ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ। ସେଦିନ ଉଭୟଙ୍କ ମଧ୍ୟରେ ଦୁଇ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଏହି ସମୟରେ କମିଶନର ଦୁହିଁଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ ସେଦିନ ଆପୋଷ ସମଧାନ ହୋଇପାରିନଥିଲା। ଏଥିପାଇଁ ପରେ ପୁଣି ଉଭୟଙ୍କୁ ଦ୍ୱିତୀୟ ତାରିଖ ଦିଆଯାଇଥିଲା। ଦୁହେଁ ଫ୍ୟାମିଲି କୋର୍ଟରେ ପହଞ୍ଚିଥିଲେ ମଧ୍ୟ ସମାଧାନର ଦିଗ ବାହାରି ପାରି ନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos