ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସା ଅନିୟମିତତା ଅଭିଯୋଗର ତଦନ୍ତ ଜାରି ରହିଛି। ଏହି ଘଟଣାରେ ହସ୍ପିଟାଲର ଡିଜିଏମ୍ ଓ ସୁପରଭାଇଜର ଗିରଫ ହୋଇ କୋର୍ଟାଚାଲାଣ ହୋଇଥିଲେ। ତେବେ ଏଥିରେ ହସ୍ପିଟାଲର ଆଉ କିଏ ସମ୍ପୃକ୍ତ ସେ ନେଇ ଖୋଲତାଡ଼ ଚାଲିଥିବା ପୋଲିସ କମିଶନର କହିଛନ୍ତି। ହସ୍ପିଟାଲ ବିରୋଧରେ ଏପରି ଆଉ କିଛି ଅଭିଯୋଗ ଆସିଲେ ତାର ମଧ୍ୟ ତଦନ୍ତ କରାଯିବ ବୋଲି କମିଶନର ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି।
ଗତ ଏପ୍ରିଲ୍ ୧୯ ତାରିଖରେ ନାଲକୋ ଅନୁଗୁଳର ଜଣେ କର୍ମଚାରୀ ତାଙ୍କ ମାଆଙ୍କ ଚିକିତ୍ସା ଆପୋଲୋରେ କରିଥିଲେ। ନାଲକୋ ସହ ସମ୍ପୃକ୍ତ ହସ୍ପିଟାଲ ଅନୁବନ୍ଧିତ ହୋଇଥିବାରୁ ଚିକିତ୍ସା ବାବଦକୁ ହସ୍ପିଟାଲ ୫ ଲକ୍ଷ ୮୫ ହଜାର ୩୫୬ ଟଙ୍କ।ର ବିଲ୍ ନାଲକୋକୁ ପଠାଇଥିଲା। ମାତ୍ର ସନ୍ଦେହ ହେବାରୁ, ଏହାର ଖୋଳତାଡ଼ କରି ବିଲରେ ଅନିୟମିତତା ରହିଥିବା ନାଲକୋ ଜାଣିବାକୁ ପାଇଥିଲା । ତେଣୁ ଏ ନେଇ ନାଲକୋ କର୍ତ୍ତୃପକ୍ଷ ଜୁଲାଇ ୧୭ରେ ସହିଦନଗର ଥାନାରେ ଏତଲା ଦେଇଥିଲେ । ହସ୍ପିଟାଲ କର୍ତ୍ତୃପକ୍ଷ କୋଲକାତାର ଏକ କମ୍ପାନୀର ନକଲି ବିଲ୍ ଦେଇଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ମିଛ ଚିଠି ଦେଖାଇଥିଲେ, ଭାଙ୍ଗିପାରେ ବୈକୁଣ୍ଠଧାମ ଆଶ୍ରମ
ଭୁବନେଶ୍ୱର ଘାଟିକିଆ ମୌଜାର ଖାତା ନଂ 2333ର ପ୍ଲଟ ନଂ 1215 ଉପରେଥିବା ବୈକୁଣ୍ଠ ଧାମ ଆଶ୍ରମର ନିର୍ମାଣ ହୋଇଛି। ଏହା ଉପରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ଗତ ନଭେମ୍ବର ମାସ 21 ତାରିଖରେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଜାରୀ କରିଥିଲେ।
Miscellaneous
ରୁଷରେ ଶାନ୍ତିର ବାର୍ତ୍ତା ପ୍ରଚାର କରୁଛନ୍ତି ବିକେ ସୁଧାରାଣୀ; ସମ୍ମାନିତ କଲେ ରାଷ୍ଟ୍ରପତି
ପ୍ରଧାନମନ୍ତ୍ରୀଙ୍କ ଟାକ୍ସ ‘ପରବର୍ତ୍ତୀ ସମୟରେ ଆଉ ୫ ଜଣଙ୍କୁ ସାଥୀରେ ଆଣିବାକୁ’ ନେଇ ବିକେ ସୁଧାରାଣୀ ଗୁପ୍ତା କହିଛନ୍ତି, ନିଶ୍ଚିତ ଭାବେ ପରବର୍ତ୍ତୀ ପ୍ରବାସୀ ଭାରତୀୟ ଦିବସରେ ଆମେ ଆଉ ୫ ଜଣଙ୍କୁ ସାଥୀରେ ଧରି ଆସିବୁ।
Miscellaneous
ଓଡ଼ିଆ ଝିଅ, ଇଂଲଣ୍ଡରେ ଗଢିଛନ୍ତି ଜଗନ୍ନାଥ ମନ୍ଦିର
୨୦୨୧ ମସିହାରେ ମହାପ୍ରଭୁଙ୍କ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିଛୁ। ରୀତିନୀତି ଅନୁସାରେ ମହାପ୍ରଭୁଙ୍କ ପୂଜା ନୀତି ସମ୍ପନ୍ନ ହେଉଛି। ଦୂର ଦୂରାନ୍ତ ଶ୍ରାଦ୍ଧାଳୁମାନେ ଆସୁଛନ୍ତି। ପ୍ରତିଦିନ ମହାପ୍ରସାଦ ଓ ଛପନ ଭୋଗ ପ୍ରସ୍ତୁତ ହେଉଛି।
Accident
ଟ୍ରାକ୍ ପାର ହେଉଥିଲେ ଆରପିଏଫ୍ କନଷ୍ଟେବଳ, ପିଟି ଦେଲା ଟ୍ରେନ୍
ସାମାନ୍ୟ ଅସାବଧାନତାରୁ ଘଟିଗଲା ବଡ଼ ଅଘଟଣ । ଷ୍ଟେସନରେ ମହିଳା ଆରପିଏଫ୍ କନଷ୍ଟେବଳଙ୍କୁ ଧକ୍କା ଦେଲା ଟ୍ରେନ୍ ।
Politics
ଝାରସୁଗୁଡ଼ାରେ ତେଜୁଛି ରାଜନୀତି; କିରିମିରାରେ ହୋଇ ପାରିଲାନି ଅନାସ୍ଥା ଭୋଟିଂ
ଝାରସୁଗୁଡ଼ା ଜିଲ୍ଲାରେ ଆରମ୍ଭ ହୋଇଥିବା ପଲଟିକାଲ ହାଇଡ୍ରାମା ଅଧିକ ରୋଚକ ମୋଡ଼ ନେଇଛି। ବହୁ ଚେଷ୍ଟା ପରେ ବି କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଆଜି ଅନାସ୍ଥା ଭୋଟ ହୋଇ ପାରିନି।