ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ଇଣ୍ଡିଆନ ଷ୍ଟିଲ୍ ଆସୋସିଏସନ୍ ସଦସ୍ୟ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବଙ୍କୁ ଆଜି ଅପରାହ୍ଣରେ ଭେଟିଛନ୍ତି ଇଣ୍ଡିଆନ ଷ୍ଟିଲ୍ ଆସୋସିଏସନ୍ ସଦସ୍ୟମାନେ। ଏହି ଟିମରେ ସେଲ୍, ଟାଟା ଷ୍ଟିଲ୍, ଜେଏସପିଏଲ, ଏସାର ଷ୍ଟିଲ, ଭୁଷଣ ଷ୍ଟିଲ ଭଳି କଂପାନୀର ସଦସ୍ୟ ଅଛନ୍ତି। ଖବର ଲେଖାଯିବା ସୁଦ୍ଧା ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ଜାରି ରହିଛି। ଇଣ୍ଡିଆନ ଷ୍ଟିଲ ଆସୋସିଏସନର ସଦସ୍ୟ କଂପାନୀ ରାଜ୍ୟରେ ଲକ୍ଷେ ୨୫ ହଜାର କୋଟି ଟଙ୍କା ନିବେଶରେ ବାର୍ଷିକ ୨୦ ମିଲିୟନ୍ ଟନ ଇସ୍ପାତ ଉତ୍ପାଦନ ପାଇଁ ଏମଓୟୁ ସ୍ୱାକ୍ଷର କରିଛନ୍ତି। […]

Gokul Chandra Pati

Rakesh Mallick
  • Published: Thursday, 04 June 2015
  • , Updated: 04 June 2015, 09:44 AM IST

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବଙ୍କୁ ଆଜି ଅପରାହ୍ଣରେ ଭେଟିଛନ୍ତି ଇଣ୍ଡିଆନ ଷ୍ଟିଲ୍ ଆସୋସିଏସନ୍ ସଦସ୍ୟମାନେ। ଏହି ଟିମରେ ସେଲ୍, ଟାଟା ଷ୍ଟିଲ୍, ଜେଏସପିଏଲ, ଏସାର ଷ୍ଟିଲ, ଭୁଷଣ ଷ୍ଟିଲ ଭଳି କଂପାନୀର ସଦସ୍ୟ ଅଛନ୍ତି। ଖବର ଲେଖାଯିବା ସୁଦ୍ଧା ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ଜାରି ରହିଛି। ଇଣ୍ଡିଆନ ଷ୍ଟିଲ ଆସୋସିଏସନର ସଦସ୍ୟ କଂପାନୀ ରାଜ୍ୟରେ ଲକ୍ଷେ ୨୫ ହଜାର କୋଟି ଟଙ୍କା ନିବେଶରେ ବାର୍ଷିକ ୨୦ ମିଲିୟନ୍ ଟନ ଇସ୍ପାତ ଉତ୍ପାଦନ ପାଇଁ ଏମଓୟୁ ସ୍ୱାକ୍ଷର କରିଛନ୍ତି। ମୁଖ୍ୟତଃ କଞ୍ଚାମାଲ ଯୋଗାଣ ଏବଂ କଞ୍ଚାମାଲ ଦର ନିର୍ଦ୍ଧାରଣ ନେଇ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହେବା ସମ୍ଭାବନା ରହିଛି। ଏହାବାଦ୍ ପ୍ରକଳ୍ପ ସାମ୍ନାରେ ଥିବା ବିଭିନ୍ନ ସମସ୍ୟା ନେଇ ମଧ୍ୟ ବୈଠକରେ ଆଲୋଚନା ହେବ। ସେହିଭଳି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରାୟ ୨୦ଟି ମେଗା ପ୍ରକଳ୍ପର ଅଗ୍ରଗତି ନେଇ ମଧ୍ୟ ସମୀକ୍ଷା ହେବ। ଯେଉଁଥିରେ ରହିଛି ପ୍ରକଳ୍ପକୁ କଞ୍ଚାମାଲ ଯୋଗାଣ, ଜମି ଅଧିଗ୍ରହଣ ଓ ଜଳ ଯୋଗାଣ ଭଳି ପ୍ରସଙ୍ଗ। ଆଲୋଚନାରେ ଶକ୍ତି, ଇସ୍ପାତ ଏବଂ ଖଣି ଓ ଶିଳ୍ପ ବିଭାଗର ମନ୍ତ୍ରୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ। ଆଲୋଚନା ହେବାକୁ ଥିବା ଶିଳ୍ପାନୁଷ୍ଠାନ ଗୁଡିକ ହେଲା- ଏସାର ଷ୍ଟିଲ, ଜିନ୍ଦଲ ଷ୍ଟେନଲେସ ଷ୍ଟିଲ, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର, ଭିସା ଷ୍ଟିଲ, ଟାଟା ଷ୍ଟିଲ, ଆଧୁନିକ ମେଟାଲିକ୍ସ, ଆରତୀ ଷ୍ଟିଲ, ଭୂଷଣ ଷ୍ଟିଲଭୂଷଣ ପାୱାର ଆଣ୍ଡ ଷ୍ଟିଲ, ହିଣ୍ଡାଲକୋ, ନାଲକୋ, ବେଦାନ୍ତ, ଲାନକୋ, ମନେଟ ପାୱାର, ଇଣ୍ଡ ଭାରତ ଏନର୍ଜି ଓ ଭିସା ପାୱାର ପ୍ରମୁଖ ରହିଛି।

Related story