ଇଡି ଅଫିସ୍‌ରେ ରହିବେ ହନିଟ୍ରାପ୍‌ କୁଇନ୍‌; ଆସିଲା ଗଦି, ତକିଆ, କମ୍ୱଳ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗ। ତାଙ୍କ ନାଗ ପେଡ଼ି ଖୋଲିବା ପାଇଁ ତାଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଅର୍ଚ୍ଚନାଙ୍କୁ ଆଜିଠାରୁ ନେଇଛି ଇଡି। ସେଥିପାଇଁ ଗ୍ରହଣ କରାଯାଇଛି ବ୍ୟାପକ ପ୍ରସ୍ତୁତି। ଇଡି କାର୍ଯ୍ୟାଳୟରେ ରହଣୀ ପାଇଁ ଆସିଛି ଗଦି, ତକିଆ ଓ କମ୍ୱଳ। ନୂଆ ଫ୍ୟାନ୍‌ ମଧ୍ୟ ଦିଆଯାଇଥିବା ଦେଖିବାକୁ ମିଳିଛି। ଅର୍ଚ୍ଚନାଙ୍କ ପାଇଁ ଇଡି କାର୍ଯ୍ୟାଳୟରେ ଏ ସବୁ ବ୍ୟବସ୍ଥା କରାଯାଇଥିବା ଆଲୋଚନା ହେଉଛି। ବ୍ଲାକମେଲିଂ, ହନିଟ୍ରାପ୍‌, […]

Archna-Nag

  • Published: Tuesday, 06 December 2022
  • , Updated: 06 December 2022, 05:01 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗ। ତାଙ୍କ ନାଗ ପେଡ଼ି ଖୋଲିବା ପାଇଁ ତାଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଅର୍ଚ୍ଚନାଙ୍କୁ ଆଜିଠାରୁ ନେଇଛି ଇଡି। ସେଥିପାଇଁ ଗ୍ରହଣ କରାଯାଇଛି ବ୍ୟାପକ ପ୍ରସ୍ତୁତି। ଇଡି କାର୍ଯ୍ୟାଳୟରେ ରହଣୀ ପାଇଁ ଆସିଛି ଗଦି, ତକିଆ ଓ କମ୍ୱଳ। ନୂଆ ଫ୍ୟାନ୍‌ ମଧ୍ୟ ଦିଆଯାଇଥିବା ଦେଖିବାକୁ ମିଳିଛି। ଅର୍ଚ୍ଚନାଙ୍କ ପାଇଁ ଇଡି କାର୍ଯ୍ୟାଳୟରେ ଏ ସବୁ ବ୍ୟବସ୍ଥା କରାଯାଇଥିବା ଆଲୋଚନା ହେଉଛି।

ବ୍ଲାକମେଲିଂ, ହନିଟ୍ରାପ୍‌, ଅର୍ଥ କାରବାର ମାମଲାରେ ଗିରଫ ହୋଇଥିଲେ ଅର୍ଚ୍ଚନା। ଅର୍ଥ କାରବାର ମାମଲା ସାମ୍ନାକୁ ଆସିବା ପରେ ଇଡି ତଦନ୍ତ କରିଥିଲା। ଇଡି ପ୍ରଥମେ ଅର୍ଚ୍ଚନାଙ୍କ ବିଜନେସ୍‌ ପାର୍ଟନର୍ ଖଗେଶ୍ୱର ପାତ୍ରକୁ ଗିରଫ କରିଥିଲା। ତା’ପରେ ଶ୍ରଦ୍ଧାଞ୍ଜଳି ସହ ଖଗେଶ୍ୱର, ଡ୍ରାଇଭର ଚନ୍ଦନ, ବ୍ୟବସାୟୀ, ପ୍ରଯୋଜକଙ୍କୁ ଜେରା କରିସାରିଥିଲା ଇଡ଼ି। ସେମାନଙ୍କ ତଥ୍ୟ ଆଧାରରେ ଆଜିଠାରୁ ଅର୍ଚ୍ଚନାଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଛି।

ଆଜି ଅର୍ଚ୍ଚନାକୁ ଇଡି ୭ ଦିନିଆ ରିମାଣ୍ଡରେ ନେଇଥିବା ବେଳେ ମେଡିକାଲ ଟେଷ୍ଟ ପାଇଁ କ୍ୟାପିଟାଲ ହସ୍ପିଟାଲ ନେଇଥିଲା। ସେଠାରୁ ବାହାରିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ଗର୍ଜିଥିଲେ ଅର୍ଚ୍ଚନା ନାଗ। କହିଥିଲେ, ମୁଁ ଇଡିକୁ ଅପେକ୍ଷା କରିଥିଲି। ମୁହଁ ଖୋଲିବାକୁ ସୁଯୋଗ ମିଳିବ। କିଏ କିଏ ସବୁ ସଂପୃକ୍ତ ଅଛନ୍ତି? ସବୁ ପ୍ରମାଣ ଦେଖାଇବି। ପଣସ ଖାଇ ମୋ’ ମୁଣ୍ଡରେ ଅଠା ବୋଳିଛନ୍ତି ବୋଲି କହିଲେ ଅର୍ଚ୍ଚନା। ୨ ଜଣ ମିଶି ମୋ’ ମୁଣ୍ଡରେ ଅଠା ବୋଳିଛନ୍ତି ବୋଲି କହିଲେ। କିନ୍ତୁ କିଏ ସେହି ୨ ଜଣ? ସେମାନଙ୍କ ନାଁ ନେଲେନି ଅର୍ଚ୍ଚନା।

ଅର୍ଚ୍ଚନା ଆହୁରି କହିଲେ, କହିବା ପାଇଁ ମୋତେ ସଫିସିଏଣ୍ଟ ସମୟ ଦରକାର। ୩୦ ମିନିଟ୍ ଦରକାର। ୩୦ ମିନିଟ ଦେଲେ ସବୁ କହିବି। ନେତା, ମନ୍ତ୍ରୀ କି ଆଉ କିଏ, ସବୁ ପ୍ରମାଣ ଦେଖାଇବି। ମୋତେ ଫସାଇ ଦେଇଛନ୍ତି। ତଥ୍ୟ ପ୍ରମାଣ ସହ ସବୁ ଦେବି। ଯେତେବେଳେ ମୁଁ କହିବି, ସାରା ରାଜ୍ୟ ପରିବର୍ତ୍ତନ ହୋଇଯିବ ବୋଲି ଅର୍ଚ୍ଚନା କହିଛନ୍ତି।

ସେପଟେ ଇଡ଼ି ଫାଇଲରେ ଅଭିଯୁକ୍ତ ଥିବା ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଆସନ୍ତା ୭ ତାରିଖରେ କୋର୍ଟରେ ହାଜର ହେବ। ତାକୁ ମଧ୍ୟ ରିମାଣ୍ଡରେ ନେଇପାରେ ଇଡ଼ି। କୋର୍ଟଙ୍କ ଅନୁମତି ମିଳିଲେ ନାଗ-ଚାନ୍ଦ ଦମ୍ପତିଙ୍କ ଇଡ଼ି ସାମ୍ନାସାମ୍ନି ଜେରା କରିପାରେ ବୋଲି ଚର୍ଚ୍ଚା ହେଉଛି।

 

Related story