କୋଟିଏ ଟଙ୍କା ଠକେଇ ଅଭିଯୋଗରେ ଅର୍ଦ୍ଧେନ୍ଦୁ ଦାସ ଗିରଫ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଏକ ଘରୋଇ ନ୍ୟୁଜ ଚ୍ୟାନେଲ ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ କରିଛି EOW। ଅର୍ଦ୍ଧେନ୍ଦୁଙ୍କ ନାଁରେ ୧ କୋଟି ଟଙ୍କାର ଠକେଇ ମାମଲା ରହିଛି। ଗତକାଲି ରାତିରୁ ଅର୍ଦ୍ଧେନ୍ଦୁଙ୍କୁ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳରୁ ଉଠାଇ ନେଇ ଜେରା କରୁଥିବା EOW ପକ୍ଷରୁ ଆଜି ତାଙ୍କୁ ଗିରଫ କରାଯାଇଛି। ଏନେଇ EOW ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇ ନ ଥିବା ବେଳେ ବିଭାଗୀୟ ଏସ୍‌ପି ଦିଲ୍ଲୀପ ତ୍ରିପାଠୀ ଗଣମାଧ୍ୟମକୁ ଏହି ସୂଚନା […]

ardhendu-das

ardhendu-das

Niharika Rout
  • Published: Thursday, 30 June 2022
  • Updated: 30 June 2022, 03:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଏକ ଘରୋଇ ନ୍ୟୁଜ ଚ୍ୟାନେଲ ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ କରିଛି EOW। ଅର୍ଦ୍ଧେନ୍ଦୁଙ୍କ ନାଁରେ ୧ କୋଟି ଟଙ୍କାର ଠକେଇ ମାମଲା ରହିଛି। ଗତକାଲି ରାତିରୁ ଅର୍ଦ୍ଧେନ୍ଦୁଙ୍କୁ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳରୁ ଉଠାଇ ନେଇ ଜେରା କରୁଥିବା EOW ପକ୍ଷରୁ ଆଜି ତାଙ୍କୁ ଗିରଫ କରାଯାଇଛି। ଏନେଇ EOW ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇ ନ ଥିବା ବେଳେ ବିଭାଗୀୟ ଏସ୍‌ପି ଦିଲ୍ଲୀପ ତ୍ରିପାଠୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ଦିଲ୍ଲୀର ଜଣେ ବ୍ୟବସାୟୀ ଗଗନଦୀପ ଚାୱଲାଙ୍କ ନିକଟରୁ ଅର୍ଦ୍ଧେନ୍ଦୁ ଦାସ ନିଜ ଚ୍ୟାନେଲ ପାଇଁ ପ୍ରାୟ କୋଟିଏ ଟଙ୍କାର  ଜିନିଷ କିଣିଥିଲେ। ମାତ୍ର ସେ ଏହି ଟଙ୍କା ଦେଇ ନ ଥିବା ନେଇ ବ୍ୟବସାୟୀଜଣକ EOW ନିକଟରେ ଅଭିଯୋଗ କରିଥିଲେ। ଏହି ଘଟଣାର ଖୋଳତାଡ଼ କରି EOW ପକ୍ଷରୁ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ କରାଯାଇଛି।

EOW  ଅଫିସର ତାଙ୍କୁ ସାଙ୍ଗରେ ନେବା ପୂର୍ବରୁ ଅର୍ଦ୍ଧେନ୍ଦୁ ନିଜର ପ୍ରତିକ୍ରିୟା ରଖି କହିଥିଲେ ଯେ,  ଚ୍ୟାନେଲ କାମରେ ଜୟପୁର ଯାଇଥିଲି । ସେଠାରୁ ଫେରି ଜଣେ ବନ୍ଧୁଙ୍କ ଘରେ ବିଶ୍ରାମ ନେଉଥିଲି । ଏତିକିବେଳେ ପ୍ରାୟ ୨୦ରୁ ୨୫ EOW ଅଫିସର ଆସି ମୋତେ  ସାଙ୍ଗରେ ଯିବା ଲାଗି କହିଥିଲେ  । ମୁଁ ୧ ତାରିଖରେ EOW କାର୍ଯ୍ୟାଳୟରେ ପହଞ୍ଚିବି ବୋଲି ପୂର୍ବରୁ ଦେଇଥିବା ପ୍ରତିଶ୍ରୁତିକୁ ଦୋହରାଇଥିଲି, ମାତ୍ର ସେମାନେ ତାହା ଶୁଣିବା ମୁଡରେ ନ ଥିଲେ। ଆଜି ସକାଳେ  EOW  ଅଧିକାରୀ  ଆମ ଚ୍ୟାନେଲ କାର୍ଯ୍ୟାଳୟକୁ ଯାଇଥିବା ବେଳେ ସେଠାରେ ସେମାନଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯାଇଥିଲା।

ଏଥିସହ ସେ କହିଛନ୍ତି, ମୋ ନାଁରେ ଯେଉଁ ଅଭିଯୋଗ ଆସିଛି, ତାହା ସିଭିଲ୍ ନେଚରର । ଏହା ଦୁଇ ଜଣକ ଭିତରେ ଏକ ବ୍ୟାବସାୟିକ ବୁଝାମଣା । ସଂପୃକ୍ତ ବ୍ୟବସାୟୀ ଗଗନଦୀପ ଚାୱଲା ଆମକୁ ପୁରୁଣା ଜିନିଷ ଦେଇଥିଲେ। ଏନେଇ ତାଙ୍କ ସହ ଚୂଡ଼ାନ୍ତ କଥାବାର୍ତ୍ତା ସରିଛି। ବକେୟା ଟଙ୍କା ଦେବା ଲାଗି ଚେକ୍ ବି ପ୍ରସ୍ତୁତ ହୋଇଯାଇଛି । ଏ ସଂପର୍କରେ EOW ଓ ସମ୍ପୃକ୍ତ ବ୍ୟବସାୟୀ ମଧ୍ୟ ଜାଣିଛନ୍ତି ।  ତା’ ପରେ ବି ଏତେ ସଂଖ୍ୟାରେ ଅଫିସର ଆସି ମୋତେ ରାତି ଅଧରେ ଯିବାକୁ ପଡ଼ିବ ବୋଲି କହୁଛନ୍ତି। ତେଣୁ ମୁଁ ଯାଉଛି। ଆମେ ଏହି କେସ୍‌ରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଚାହୁଁଛୁ।

ଅର୍ଦ୍ଧେନ୍ଦୁ ଦାସଙ୍କ ନାମରେ ବରଗଡ଼ ଥାନା, ମର୍କତନଗରୀ ଥାନା ଓ ପୁରୀଘାଟ ଥାନାରେ ଆଉ ୩ଟି ମାମଲା ରୁଜୁ ହୋଇଛି। ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଘରଭଡ଼ା ବାବଦ ଦେୟ ଅର୍ଦ୍ଧେନ୍ଦୁ ଦାସ ଦେଇ ନ ଥିବା ନେଇ ଘରମାଲିକ ବରଗଡ଼ ଥାନାରେ ଅଭିଯୋଗ କରିଛନ୍ତି।  ଅର୍ଦ୍ଧେନ୍ଦୁଙ୍କ ଚ୍ୟାନେଲରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ ଦରମା ପାଇ ନ ଥିବା ନେଇ ମର୍କତନଗରୀ ଥାନାରେ ଅଭିଯୋଗ କରିଛନ୍ତି। ଏହାବାଦ ପୁରୀଘାଟ ଥାନାରେ ଅର୍ଦ୍ଧେନ୍ଦୁ ଦାସଙ୍କ ନାଁରେ ଆଉ ଏକ ମାମଲା ରୁଜୁ ହୋଇଛି।

ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫଦାରୀ ଘଟଣାରେ ସରକାରଙ୍କ ଉପରେ ବରଷିଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟ। ଏନେଇ ସେ କହିଛନ୍ତି, ଏହି ଘଟଣାରେ EOWର କିଛି ଭୂମିକା ନାହିଁ। ଗୋଟିଏ ମିଡିଆକୁ ଅପଦସ୍ତ କରିବାକୁ ପ୍ରୟାସ କରାଯାଇଛି। ଜଣେ ସାମ୍ବାଦିକଙ୍କୁ ଜାଣିଶୁଣି ହଇରାଣ କରାଯାଇଛି। ଗଣମାଧ୍ୟମର କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଛି। ଆକ୍ରୋଶମୂଳକ ଭାବେ ଏପରି ପଦକ୍ଷେପ ନିଆଯାଉଛି ବୋଲି ଶ୍ରୀ ରାଉତରାୟ କହିଛନ୍ତି।

ଏହାବାଦ ଅର୍ଦ୍ଧେନ୍ଦୁଙ୍କ ବିରୋଧରେ EOW କାର୍ଯ୍ୟାନୁଷ୍ଠାନକୁ ଅଯୌକ୍ତିକ ବୋଲି ଦର୍ଶାଇଛନ୍ତି ବରିଷ୍ଠ ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ର  ।  ସେ କହିଛନ୍ତି, କୋଟିଏରୁ ଅଧିକ ଟଙ୍କାର ଠକେଇ ହେଲେ ଅର୍ଥନୈତିକ ଅପରାଧ ଶାଖା ହସ୍ତକ୍ଷେପ କରିବା କଥା । ଏହା ସଂପୂର୍ଣ୍ଣ ବ୍ୟକ୍ତିଗତ ମାମଲା  । ଦୁଇ ଜଣଙ୍କ ମଧ୍ୟରେ ବାଣିଜ୍ୟିକ କାରବାର ଭିତରେ ଅର୍ଥନୈତିକ ଅପରାଧ ଶାଖା ପଶିବା ଉଚିତ ନଥିଲା ବୋଲି ସେ କହିଛନ୍ତି ।

ଏହି ଘଟଣାରେ ସଂପୃକ୍ତ ବ୍ୟବସାୟୀ  ସାଧାରଣ ଭାବେ ପୁଲିସ୍‌ରେ ଅଭିଯୋଗ କରିପାରିଥାନ୍ତେ । ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ, ଏଥିରେ ଅପରାଧ ଦିଗ କିଛି ଆସୁନି । ଏଣୁ ସଂପୃକ୍ତ ସଂସ୍ଥା ନିଜର ପାଉଣା ଆଦାୟ କରିବା ଲାଗି ସିଭିଲ୍ କୋର୍ଟକୁ ଯିବା କଥା । ତା’ ଛଡ଼ା ଅର୍ଦ୍ଧେନ୍ଦୁଙ୍କ ବିରୋଧରେ ଯେଉଁ ଦଫା ସବୁ ଲାଗିଛି, ତାହା ଯୁକ୍ତିଯୁକ୍ତ ନୁହେଁ  । ହଡ଼ପ କିମ୍ବା ଠକାମୀ ପାଇଁ ୪୦୬ କିମ୍ବା ୪୨୦ ଦଫା ଲାଗିବା କଥା । ହେଲେ ଏତେଗୁଡ଼େ ଦଫା ଲାଗିବା ଯୁକ୍ତିଯୁକ୍ତ ନୁହଁ ବୋଲି ବରିଷ୍ଠ ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ର କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story