ସାଇକେଲ୍‌ରେ ପ୍ରଚାର କଲେ ଅରିନ୍ଦମ

ବରଗଡ଼ (ଓଡ଼ିଶା ରିପୋର୍ଟର): ବିଜେପୁର ଉପ-ନିର୍ବାଚନ ପାଇଁ ଆଜି ଶେଷ ହୋଇଛି ପ୍ରଚାର। ଶନିବାର ଭୋଟ୍ ଗ୍ରହଣ ହେବ। ପ୍ରଚାରର ଶେଷ ଦିନରେ ଆଜି ଫିଲ୍ମ ଅଭିନେତା ଅରିନ୍ଦମ ବିଜେଡି ପାଇଁ ପ୍ରଚାର କରିଥିଲେ। ବିଜେପୁରର ପଧାନପାଲ୍ଲୀରେ ସେ ସାଇକେଲ୍‌ରେ ନିର୍ବାଚନ ପ୍ରଚାର କରିଥିଲେ। ସେ ସାଇକେଲ୍‌ ଚଲାଉଥିବା ବେଳେ ଗୋଟିଏ ହାତରେ ବିଜେଡିର ପତକା ଧରିଥିଲେ।

ଏହା ପୂର୍ବରୁ ପିଙ୍କି ପ୍ରଧାନ ଗରା ଧରି ବିଜେପି ପାଇଁ ପ୍ରଚାର କରିଥିଲେ। ସେହିପରି ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ଦଳୀୟ ପ୍ରାର୍ଥୀ ପ୍ରଣୟ ସାହୁ ଗାଇସିଲାଟ ବ୍ଲକ୍‌ର ଶ୍ରଦ୍ଧାପୁର ଗାଁରେ ଶଗଡ଼ରେ ନିର୍ବାଚନ ପ୍ରଚାର କରିଥିଲେ।