ସାଇକେଲ୍‌ରେ ପ୍ରଚାର କଲେ ଅରିନ୍ଦମ

Ordigital Desk
  • Published: Thursday, 22 February 2018
  • , Updated: 22 February 2018, 05:37 PM IST
<p>ବରଗଡ଼ (ଓଡ଼ିଶା ରିପୋର୍ଟର): ବିଜେପୁର ଉପ-ନିର୍ବାଚନ ପାଇଁ ଆଜି ଶେଷ ହୋଇଛି ପ୍ରଚାର। ଶନିବାର ଭୋଟ୍ ଗ୍ରହଣ ହେବ। ପ୍ରଚାରର ଶେଷ ଦିନରେ ଆଜି ଫିଲ୍ମ ଅଭିନେତା ଅରିନ୍ଦମ ବିଜେଡି ପାଇଁ ପ୍ରଚାର କରିଥିଲେ। ବିଜେପୁରର ପଧାନପାଲ୍ଲୀରେ ସେ ସାଇକେଲ୍&zwnj;ରେ ନିର୍ବାଚନ ପ୍ରଚାର କରିଥିଲେ। ସେ ସାଇକେଲ୍&zwnj; ଚଲାଉଥିବା ବେଳେ ଗୋଟିଏ ହାତରେ ବିଜେଡିର ପତକା ଧରିଥିଲେ।</p> <p>ଏହା ପୂର୍ବରୁ ପିଙ୍କି ପ୍ରଧାନ ଗରା ଧରି ବିଜେପି ପାଇଁ ପ୍ରଚାର କରିଥିଲେ। ସେହିପରି ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ଦଳୀୟ ପ୍ରାର୍ଥୀ ପ୍ରଣୟ ସାହୁ ଗାଇସିଲାଟ ବ୍ଲକ୍&zwnj;ର ଶ୍ରଦ୍ଧାପୁର ଗାଁରେ ଶଗଡ଼ରେ ନିର୍ବାଚନ ପ୍ରଚାର କରିଥିଲେ।</p>

Related story