‘ଅପପ୍ରଚାର ଭିତ୍ତିହୀନ, ଭାଇର ସ୍ତ୍ରୀ ଓ ଛୁଆର ଦାୟିତ୍ୱ ନେବାକୁ ଆମେ ସକ୍ଷମ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାତୀ ଘଉଡ଼ାଇବାକୁ ଯାଇ କଟକ ମୁଣ୍ଡଳୀଠାରେ ଗତ ଶୁକ୍ରବାର ଘଟିଥିବା ବୋଟ୍‌ ଟ୍ରାଜେଡିରେ ଓଟିଭିର ଚିଫ୍‌ ରିପୋର୍ଟର ଅରିନ୍ଦମ ଦାସଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ  ୮ ଦିନ ବିତିଲାଣି।  ଅରିନ୍ଦମଙ୍କ ଅକାଳ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଥିବା ବେଳେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ତାଙ୍କ ପରିବାର।  ଅରିନ୍ଦମ ଏମିତି ଚାଲିଯିବାର ଦୁଃଖରେ ବୁଡ଼ି ରହିଥିବା ତାଙ୍କ ପରିବାର ଲୋକଙ୍କ ପାଇଁ ଅଧିକ ଦୁଃଖ  ଆଣିଛି ତାଙ୍କ ନାଁରେ ହେଉଥିବା ଅପପ୍ରଚାର। […]

arindam & his sister

arindam & his sister

Niharika Rout
  • Published: Friday, 01 October 2021
  • Updated: 01 October 2021, 01:40 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାତୀ ଘଉଡ଼ାଇବାକୁ ଯାଇ କଟକ ମୁଣ୍ଡଳୀଠାରେ ଗତ ଶୁକ୍ରବାର ଘଟିଥିବା ବୋଟ୍‌ ଟ୍ରାଜେଡିରେ ଓଟିଭିର ଚିଫ୍‌ ରିପୋର୍ଟର ଅରିନ୍ଦମ ଦାସଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ  ୮ ଦିନ ବିତିଲାଣି।  ଅରିନ୍ଦମଙ୍କ ଅକାଳ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଥିବା ବେଳେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ତାଙ୍କ ପରିବାର।  ଅରିନ୍ଦମ ଏମିତି ଚାଲିଯିବାର ଦୁଃଖରେ ବୁଡ଼ି ରହିଥିବା ତାଙ୍କ ପରିବାର ଲୋକଙ୍କ ପାଇଁ ଅଧିକ ଦୁଃଖ  ଆଣିଛି ତାଙ୍କ ନାଁରେ ହେଉଥିବା ଅପପ୍ରଚାର।

ଅରିନ୍ଦମଙ୍କ ପରିବାର ତୁରନ୍ତ ଆର୍ଥିକ ସହାୟତା ଚାହୁଁଛି ବୋଲି କିଛି ଲୋକ ସୋଶାଲ ମିଡିଆରେ ଅପପ୍ରଚାର କରୁଥିବା ବେଳେ ଏହାକୁ ଆଦୌ ବିଶ୍ୱାସ ନ କରିବାକୁ  ଅନୁରୋଧ କରିଛନ୍ତି ତାଙ୍କ ସାନ ଭଉଣୀ ଝରଣା ଦାସ । ସେହିଭଳି ଅରିନ୍ଦମଙ୍କୁ ନେଇ ହେଉଥିବା ଆଉ କିଛି ମିଥ୍ୟା ପ୍ରଚାର ତାଙ୍କ ପରିବାର ଲୋକଙ୍କୁ ଗଭୀର ଯନ୍ତ୍ରଣା ଦେଇଥିବା ବେଳେ ଏହାକୁ ନେଇ ସୋଶାଲ ମିଡିଆରେ ଜବାବ ରଖିଛନ୍ତି  ଝରଣା  ।

ସେ ଟ୍ୱିଟ କରିଛନ୍ତି,  ଆମେ ଏକ ଯୌଥ ପରିବାରରେ ରହୁଛୁ।  ଆମେ ୩ ଭଉଣୀ ଓ ୨ ଭାଇ । ଆମ ସହ ମା’, କକା, ଖୁଡ଼ୀ, ଭାଉଜ(ଅରିନ୍ଦମଙ୍କ ସ୍ତ୍ରୀ) ଓ ପୁଅ ଅଛନ୍ତି।  ଆମେ ସମସ୍ତ ଭାଇଭଉଣୀ ଆର୍ଥିକ ଦୃଷ୍ଟିରୁ ବେଶ୍‌ ସ୍ୱଚ୍ଛଳ । ଆମେ ଏକ ଯୌଥ ପରିବାରରେ ଥିବାରୁ  ଭାଇଙ୍କର ସମସ୍ତ ଦାୟିତ୍ୱ ତୁଲାଇବାକୁ ବେଶ୍‌ ସକ୍ଷମ ।

ଝରଣା ଲେଖିଛନ୍ତି, ଆମର ପିତା  ସ୍ୱର୍ଗତ ଯୁଗଳ କିଶୋର ଦାସ ଜଣେ ସାଧୁ ଓ ସଚ୍ଚୋଟ ବ୍ୟାଙ୍କ ଅଧିକାରୀ ଥିଲେ । ଆମ ଭାଇ ଅରିନ୍ଦମ ମଧ୍ୟ ଜଣେ ସ୍ୱଚ୍ଛ ହୃଦୟର ପିଲା ଥିଲା ।  ଭାଇ ସବୁବେଳେ ତାର କାମ ପ୍ରତି ଉତ୍ସର୍ଗୀକୃତ ଥିଲା, ଟଙ୍କା ପଛରେ ଗୋଡ଼ାଉ ନ ଥିଲା । ଭଗବାନଙ୍କ କୃପାରୁ ଆମର ଅନେକ ଶୁଭଚିନ୍ତକ ଅଛନ୍ତି । ଏକ ପରିବାର ହିସାବରେ ଆମେ ଭାଇର  ସ୍ତ୍ରୀ ଓ ପିଲାର ଦାୟିତ୍ୱ ନେବାକୁ ସକ୍ଷମ । ସେମାନେ ଏକ ସମ୍ମାନଜନକ ଜୀବନ ବଞ୍ଚିବାକୁ ସକ୍ଷମ ।

ସେ କହିଛନ୍ତି, ଆମେ ଏବେ ଏକ ଦୁଃଖଦ ସମୟର ମୁକାବିଲା କରୁଛୁ।  ସୋଶାଲ ମିଡିଆରେ ଆମର ଟଙ୍କା ଦରକାର ବୋଲି ହେଉଥିବା ଅପପ୍ରଚାରକୁ କଦାପି ବିଶ୍ୱାସ କରନ୍ତୁ ନାହିଁ। ଆମ ପରିବାର ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଥିବା ତଥା ସପୋର୍ଟ ଓ ଭଲ ପାଇବା ଦେଇଥିବା ସମସ୍ତଙ୍କୁ ଅନ୍ତରରୁ ଧନ୍ୟବାଦ ଜଣାଉଛି।

ମୋ ଭାଇର ଅକାଳ ବିୟୋଗ  ହୋଇଥିବା ବେଳେ ଯେଉଁମାନେ ଏହାର ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କୁ ଅନୁରୋଧ କରୁଛି, ଦୟା କରି କିଛି ମାନବିକତା ଦେଖାନ୍ତୁ।  ଏପରି ଅପପ୍ରଚାର ଖୁବ୍‌ କଷ୍ଟ ଦେଉଛି।  ଭଗବାନଙ୍କ ଦୟାରୁ ଏପରି ନ୍ୟୁଜ ସୋଶାଲ ମିଡିଆରେ ଆଉ ଭାଇରାଲ କରନ୍ତୁ ନାହିଁ। ଆପଣଙ୍କ ପରିବାରରେ ଏପରି କିଛି ଅଘଟଣ ଘଟିଥିଲେ ଆପଣଙ୍କ ମାନସିକ ସ୍ଥିତି କିପରି ହୋଇଥାନ୍ତା। ତେଣୁ ଅନ୍ୟର ଦୁଃଖର ଫାଇଦା ଉଠାଇବାକୁ ଚେଷ୍ଟା କରନ୍ତୁ ନାହିଁ ବୋଲି ଅପିଲ୍‌ କରିଛନ୍ତି ଝରଣା।

ସୂଚନାଯୋଗ୍ୟ, କଟକ ମୁଣ୍ଡଳୀରେ ଫସିଥିବା ଏକ ହାତୀ ସମ୍ପର୍କରେ ଖବର ସଂଗ୍ରହ ପାଇଁ ଓଡ୍ରାଫ୍ ଟିମ୍ ସହ  ଗତ ଶୁକ୍ରବାର ଅରିନ୍ଦମ ବୋଟ୍‌ରେ ମହାନଦୀ ଭିତରକୁ ଯାଇଥିଲେ। ମାତ୍ର ପ୍ରଖର ସ୍ରୋତରେ ବୋଟଟି ଓଲଟି ପଡ଼ିବାରୁ ନଦୀରେ ଭାସି ଯାଇଥିଲେ ଅରିନ୍ଦମ ।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos